Indigo Emergency Landing / ମଝି ଆକାଶରେ ଉଡ଼ୁଥିଲା ବିମାନ; ହଠାତ୍ ଲିକ୍ ହେଲା ଇନ୍ଧନ, ଆଉ ତା'ପରେ...
·8 months ago·2 min read

Key Points
ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ମଝି ଆକାଶରେ ଉଡ଼ୁଥିଲା ବିମାନ...ହଠାତ୍ ଇନ୍ଧନ ହେଲା ଲିକ୍, ଆଉ ତାପରେ...
ବାରଣାସୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । କୋଲକାତାରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଧବାର ସନ୍ଧ୍ୟାରେ ବାରାଣସୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ମଝି ଆକାଶରେ ବିମାନଟି ଥିବା ବେଳେ ହଠାତ୍ ବିମାନରୁ ଇନ୍ଧନ ଲିକ୍ ହୋଇଥିଲା । ଯାହାଫଳରେ ବିମାନର କର୍ମଚାରୀମାନେ ବାରାଣାସୀ ବିମାନବନ୍ଦରକୁ ସୂଚନା ଦେଇଥିଲେ ଏବଂ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ଇଣ୍ଡିଗୋ ଏହି ବିମାନ ମୋଟ ୧୬୬ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରୁଥିଲେ।
ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଇଣ୍ଡିଗୋ ବିମାନଟି ମୋଟ ୧୬୬ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରୁଥିଲେ । ବାରାଣାସୀରେ ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି । ବାରାଣସୀ ପୋଲିସ କହିଛି, "ବିମାନବନ୍ଦର ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ।
ଅଧିକ ପଢ଼ନ୍ତୁ: ଅକ୍ଟୋବରରେ ପୁଣି ଓଡ଼ିଶାରେ ହେବ ବାତ୍ୟା ! ପଛକୁ ପଛ ଆସୁଛି ୩ଟି ଲଘୁଚାପ
ଯାତ୍ରୀମାନେ ଅନ୍ୟ ଏକ ବିମାନରେ ଶ୍ରୀନଗର ଯିବେ
ଇଣ୍ଡିଗୋ ବିମାନ 6E-6961ରେ ତ୍ରୁଟି ଦେଖାଦେବା ପରେ ବିମାନ କମ୍ପାନୀ କହିଛି ଯେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଯୋଗେ ଶ୍ରୀନଗର ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଉଡ଼ାଣ ସମୟରେ ବିମାନଟି ଇନ୍ଧନ ଲିକ୍ ହୋଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବାରାଣସୀ ସହିତ ଯୋଗାଯୋଗ କରିବା ପରେ ପାଇଲଟ୍ ସନ୍ଧ୍ୟା ୪ଟା୧୦ ରେ ରନୱେରେ ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।
ଗତ ମାସରେ, ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଉଡ଼ାଣ ଭରିବା ପୂର୍ବରୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନଟି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବଙ୍କ ସମେତ ୧୫୧ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories