Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone / ଅକ୍ଟୋବରରେ ପୁଣି ଓଡ଼ିଶାରେ ହେବ ବାତ୍ୟା ! ପଛକୁ ପଛ ଆସୁଛି ୩ଟି ଲଘୁଚାପ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଅକ୍ଟୋବରରେ ପୁଣି ଓଡ଼ିଶାରେ ହେବ ବାତ୍ୟା ! ପଛକୁ ପଛ ଆସୁଛି ୩ଟି ଲଘୁଚାପ

Key Points

ପୁଣି ଅକ୍ଟୋବର, ପୁଣି ବାତ୍ୟା ଛନକା
ପଛକୁ ପଛ ୩ଟି ଲଘୁଚାପ
ଶେଷ ଲଘୁଚାପ ଅଧିକ ଶକ୍ତିଶାଳୀ
ପୁଣି ଅକ୍ଟୋବର, ପୁଣି ବାତ୍ୟା ଛନକା । ଗୋଟିଏ କି ଦୁଇଟି ନୁହେଁ ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଆଉ ଶେଷ ଲଘୁଚାପ ଅଧିକ ଶକ୍ତିଶାଳୀ । ଗୋଟିଏକୁ ବଳ ଦେବ ଅନ୍ୟ ଏକ ଲୋ-ପ୍ରେସର । ଶକ୍ତିଶାଳୀ ହୋଇ ନେବ ସାଇକ୍ଲୋନର ରୂପ ! ଅକ୍ଟୋବର ଶେଷ ଆଡ଼କୁ ସାଇକ୍ଲୋନ ଆସିପାରେ ବୋଲି କୁହାଯାଉଛି ।

ପୂର୍ବରୁ ବାତ୍ୟାକୁ ନେଇ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ ଆକଳନ କରିଥିଲା । ଆଉ ଏବେ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ, ଅକ୍ଟୋବର ଶେଷ ଆଡ଼କୁ ଆସିପାରେ ସାଇକ୍ଲୋନ । ଏବେର ଲଘୁଚାପର ସହ ପଛକୁ ପଛ ଆହୁରି ୨ଟି ଲଘୁଚାପ ଆସୁଛି । ଶେଷ ଲଘୁଚାପଟି ଅଧିକ ଶକ୍ତିଶାଳୀ ହେବ । ୨୬ ତାରିଖ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ । ଦ୍ବିତୀୟ ଅପେକ୍ଷା ତୃତୀୟଟି ଅଧିକ ଶକ୍ତିଶାଳୀ ହେବା ଭଳି ଜଣାପଡୁଛି । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି । ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ ।

ଅଧିକ ପଢ଼ନ୍ତୁ: 'ବିକ୍ରମ ପଣ୍ଡାକୁ ପରିଚୟ ଦେଇଥିଲେ ମୋ ଭାଇ, କିନ୍ତୁ ସେମାନେ...'


ସେହିପରି ଦକ୍ଷିଣ ଆଣ୍ଡମାନରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ୨୪ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବରେ ରାଜ୍ୟରେ ୭ ଦିନ ଧରି ବର୍ଷା ଜାରି ରହିବ । ସେପଟେ ତାମିଲନାଡୁ ଉପକୂଳରେ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସକ୍ରିୟ ରହିଛି । ୧୨ ଘଣ୍ଟାରେ ନେବ ଅବପାତର ରୂପ । ୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ କହିଛନ୍ତି- ଆସନ୍ତାକାଲିଠୁ ଆନ୍ଧ୍ର ପ୍ରଦେଶ, ତାମିଲନାଡୁରେ ବର୍ଷା ଆରମ୍ଭ ହେବ । ଓଡ଼ିଶା ଉପକୂଳରେ ମଧ୍ୟ ତା'ର ପ୍ରଭାବ ରହିବ । ପ୍ରଭାବ କମ୍‌ ରହିଲେ ବି ବିଭାଗ ପ୍ରସ୍ତୁତ ଅଛି । ସେହିପରି କୌଣସି ଗୁଜବରେ ବିଶ୍ବାସ ନ କରିବା ସହ ରାଜ୍ୟବାସୀ ବ୍ୟସ୍ତ ନ ହେବାକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Three Low-Pressure Systems Forming; Cyclone Likely to Hit Odisha in Late October | Argus News