Videos
|
National

Engine Fails Mid Air / ଗୋଆରୁ ଦିଲ୍ଲୀ ଯାଉଥିବା ବିମାନର ଇଞ୍ଜିନ୍ ଅଚଳ, ୧୪ ହଜାର ଫୁଟ୍ ଉଚ୍ଚତାର ଜଣାପଡ଼ିଲା ତ୍ରୁଟି

Sushanta Sahoo
Browse all articles by Sushanta Sahoo
·54 mins ago·2 min read
ଗୋଆରୁ ଦିଲ୍ଲୀ ଯାଉଥିବା ବିମାନର ଇଞ୍ଜିନ୍ ଅଚଳ, ୧୪ ହଜାର ଫୁଟ୍ ଉଚ୍ଚତାର ଜଣାପଡ଼ିଲା ତ୍ରୁଟି
IndiGo Goa-Delhi Flight Makes Emergency Landing

Key Points

ଉଡ଼ାଣର କିଛି ମନିଟ୍ ପରେ ବିମାନଟି ୧୪ ହଜାର ଫୁଟ୍ ଉଚ୍ଚତାରେ ଥିବାବେଳେ ଗୋଟିଏ ଇଞ୍ଜିନ୍ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଥିଲା । ଯାହାପରେ ATC ସାଢ଼େ ୯ଟାରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା ।
ନୂଆଦିଲ୍ଲୀ: ଉଡ଼ାଣର ମାତ୍ର କିଛି ସମୟରେ ଅଚଳ ହୋଇଗଲା ବିମାନର ଇଞ୍ଜିନ୍ । ତୁରନ୍ତ କରାଗଲା ଜରୁରୀକାଳୀନ ଅବତରଣ । ମଙ୍ଗଳବାର ଗୋଆରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋର ଏକ ବିମାନର ଇଞ୍ଜିନ୍ ଫେଲ୍ ହେବା ପରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି ।

ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ 6E 2102 ଗୋଆରୁ ମଙ୍ଗଳବାର ସକାଳେ ଉଡ଼ାଣ କରିବାର କିଛି ସମୟ ପରେ ହିଁ ଇଞ୍ଜିନ୍‌ରେ ସମସ୍ୟା ଥିବା ଜଣାପଡ଼ିଥିଲା । ଫଳରେ ବିମାନଟିକୁ ଗୋଆର ମୋପା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ବଡ଼ ଝଟକା... କ୍ଷୀର ଦର ବଢ଼ିଲା, ବଢ଼ିବ ଖର୍ଚ୍ଚ 

ମିଳିଥିବା ସୂଚନା ଅନୁସାରେ, ବିମାନ 6E 2102 ସକାଳ ୯ଟା ୧୬ରେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର କିଛି ମନିଟ୍ ପରେ ବିମାନଟି ୧୪ ହଜାର ଫୁଟ୍ ଉଚ୍ଚତାରେ ଥିବାବେଳେ ଗୋଟିଏ ଇଞ୍ଜିନ୍ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଥିଲା । ଯାହାପରେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସାଢ଼େ ୯ଟାରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାହା ପରେ ବିମାନଟିକୁ ପୁଣି ଥରେ ଗୋଆର ମୋପା ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ସକାଳ ୯ଟା ୫୧ ମିନିଟ୍‌ରେ ରନ୍‌ୱେ ୨୮ରେ ସୁରକ୍ଷିତ ଭାବେ ଓହ୍ଲାଇଛି ବିମାନ । ଏବେ ବିମାନଟକୁ ଷ୍ଟାଣ୍ଡ ନମ୍ବର ୬ରେ ପାର୍କ କରି ଦିଆଯାଇଛି ।

ବିମାନକୁ ସୁରକ୍ଷିତ ପାର୍କ କରାଯିବା ପରେ ATC ଦିନ ୧୦ଟା ୩ରେ ଜରୁରୀକାଳୀନ ସ୍ଥିତି ସମାପ୍ତ ଘୋଷଣା କରିଛି । ବିମାନ ଅବତରଣ ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ବୋର୍ଡିଂ ଅଞ୍ଚଳରେ ରଖା ଯାଇଛି ।

ଏଥିସହ ପଢ଼ନ୍ତୁ: ଗଙ୍ଗା ଏକ୍ସପ୍ରେସୱେରେ ଓଲଟିଲା ଦ୍ରୁତଗାମୀ ଥାର୍; ୪ ଜଣ ଯୁବକ ମୃତ 

ଦିଲ୍ଲୀ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଛି । ଦିନ ସାଢ଼େ ୩ଟାରେ ଆଉ ଏକ ବିମାନ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯିବ । ତେବେ ଏହା ଜରୁରୀ କ୍ଲିୟରାନ୍ସ ଉପରେ ନିର୍ଭର କରେ ।

ସୂତ୍ର ଅନୁସାରେ, ଇଞ୍ଜିନରେ ତ୍ରୁଟି ଆସିଥିବା ଜଣାପଡ଼ିବା ପରେ ବିମାନକୁ ପୁଣି ଥରେ ଗୋଆ ଫେରାଇ ନେବାକୁ ନିଷ୍ପତ୍ତି ନିଆ ଯାଇଥିଲା । ବିମାନଟି ମୋପା ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଛି । ଖବର ଲେଖାଯିବା ସୁଦ୍ଧା ଇଣ୍ଡିଗୋ ପକ୍ଷରୁ ଅଧିକାରୀକ ବୟାନ ଜାରି କରାଯାଇ ନାହିଁ ।