Videos
|
National

Heartbreaking / ୩ ବର୍ଷ ତିଷ୍ଠିଲାନି ଇନଷ୍ଟାଗ୍ରାମ ପ୍ରେମରୁ ବିବାହ; ବନ୍ଧାହେଲା ସ୍ଵାମୀ, ଦୁଇ କୁନି ଝିଅ ଅନାଥ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୩ ବର୍ଷ ତିଷ୍ଠିଲାନି ଇନଷ୍ଟାଗ୍ରାମ ପ୍ରେମରୁ ବିବାହ; ବନ୍ଧାହେଲା ସ୍ଵାମୀ, ଦୁଇ କୁନି ଝିଅ ଅନାଥ
Instagram Marriage Ends in Tragedy

Key Points

ପ୍ରେମ ଓ ଆର୍ଥିକ ପ୍ରତାରଣାର ଶିକାର ହୋଇ ପୋଲିସ ସିପାହୀ ପ୍ରିୟଙ୍କା ଦେ ଜୀବନ ହାରି ଦେଇଛନ୍ତି । ଯୌତୁକ ଚାପ ଓ ଲଗାତାର ଆର୍ଥିକ ପ୍ରତାରଣା ପାଇଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରୁ ପ୍ରେମ । ଆଉ ତା'ପରେ ବିବାହ । ଶାଶୂ ଘର ଯାଉ ଯାଉ ଆରମ୍ଭ ହୋଇଗଲା ନିର୍ଯାତନା । କେବେ ଲୋନ୍ ତ କେବେ ନଗଦ ଟଙ୍କାର ଡିମାଣ୍ଡ । ଆଉ ଶେଷରେ ବିଷ ପିଇ ଜୀବନ ହାରିଦେଲେ ପୋଲିସ ସିପାହୀ ପ୍ରିୟଙ୍କା ।

ପ୍ରେମ ଓ ଆର୍ଥିକ ପ୍ରତାରଣାର ଶିକାର ହୋଇ ପୋଲିସ ସିପାହୀ ପ୍ରିୟଙ୍କା ଦେ ଜୀବନ ହାରି ଦେଇଛନ୍ତି । ଯୌତୁକ ଚାପ ଓ ଲଗାତାର ଆର୍ଥିକ ପ୍ରତାରଣା ପାଇଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଫଳରେ ଅନାଥ ହୋଇ ଯାଇଛନ୍ତି ପ୍ରିୟଙ୍କାଙ୍କ ୨ କୁନି ଝିଅ ।

ଏଥିସହ ପଢ଼ନ୍ତୁ: ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ୧୯ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ଲଗାଇଲା ପୋଲିସ 

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ସୈଫଈ ଥାନାରେ କାର୍ଯ୍ୟରତ ଥିଲେ ପ୍ରିୟଙ୍କା ଦେ । ସହରାନପୁରର ପ୍ରିୟଙ୍କା ପରିବାର ସହ ଇଟାୱାର ପୋଲିସ ଲାଇନ୍‌ରେ ରହୁଥିଲେ । ସ୍ଵାମୀ ବାରମ୍ବାର ଟଙ୍କା ମାଗିବା ଓ ଲୋନ୍ କରିବା ପାଇଁ ଚାପ ପକାଇବାରୁ ପ୍ରିୟଙ୍କା ବିଷ ପିଇ ଦେଇଥିଲେ ।

ବିଷ ପିଇବା ପରେ ପ୍ରିୟଙ୍କା ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ପ୍ରିୟଙ୍କାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲ୍ ନେଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପିଜିଆଇ ସୈଫଈ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଝିଅର ମୃତ୍ୟୁ ପରେ ପ୍ରିୟଙ୍କାଙ୍କ ଘର ଲୋକ ସ୍ଵାମୀ ରଜତଙ୍କ ନାଁରେ ଏତଲା ଦେଇଛନ୍ତି । ପ୍ରିୟଙ୍କାଙ୍କୁ, ରଜତ ଟଙ୍କା ଓ ଲୋନ୍ ପାଇଁ ସବୁବେଳେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଯାହା ରେ ପୋଲିସ ରଜତକୁ ଗିରଫ କରି ନେଇଛି ।

ଏଥିସହ ପଢ଼ନ୍ତୁ: ହୋଟେଲ୍ ରୁମ୍‌ରେ ଦୁଇ ଝିଅଙ୍କ ମୃତ୍ୟୁ ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ 

ପ୍ରିୟଙ୍କାଙ୍କ ଭାଇ ସୌରଭଙ୍କ ଅନୁସାରେ, "ପ୍ରିୟଙ୍କା ଓ ରଜତ ଇନଷ୍ଟାଗ୍ରାମରେ କଥାବାର୍ତ୍ତାରୁ ପ୍ରମେ ବିବାହ କରିଥିଲେ । ୩ ବର୍ଷ ତଳେ ବିବାହ ପରେ ବିବାଦ ଆରମ୍ଭ ହୋଇଥିଲା । ପ୍ରିୟଙ୍କାଙ୍କ ସ୍ଵାମୀ ରଜତ ପ୍ରଥମେ ୫ ଲକ୍ଷ ଲୋନ୍ ଜବରଦସ୍ତି କରିଥିଲା । ପରେ ପୁଣି ଆଉ ୭ ଲକ୍ଷ ମାଗିଥିଲା । ଏଥିରେ ଅତିଷ୍ଠ ହୋଇ ପ୍ରିୟଙ୍କା ୮ ମାସ ଧରି ଘରକୁ ପଳାଇ ଆସିଥିଲା ।"

ଏବେ ପ୍ରିୟଙ୍କାଙ୍କ ମୃତ୍ୟୁ ପରେ ଦୁଇ କୁନି ଝିଅ ଅନାଥ ହୋଇ ଯାଇଛନ୍ତି । ସିଭିଲ୍ ଲାଇନ୍ ପୋଲିସ ସ୍ଵାମୀ ରଜତକୁ ଗିରଫ କରି ନେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: