|
logo
Live

Argus News - ଅନ୍ତର୍ଜାତୀୟ ଯୋଗ ଦିବସ ; ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଯୋଗ

National

ଅନ୍ତର୍ଜାତୀୟ ଯୋଗ ଦିବସ ; ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଅନ୍ତର୍ଜାତୀୟ ଯୋଗ ଦିବସ ; ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଯୋଗ

ଅର୍ଗସ ବ୍ୟୁରୋ :   ବିଶ୍ବ ମନାଉଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଭାରତର ଯୋଗ ପୂରା ବିଶ୍ବକୁ ରଖୁଛି ନିରୋଗ । ଯୋଗ 5000 ବର୍ଷ ପୁରୁଣା ଭାରତୀୟ ପଦ୍ଧତି । ଭଗବାନ ଶିବ ପ୍ରଥମ ଯୋଗଗୁରୁ ବୋଲି ରହିଛି ମାନ୍ୟତା । ସେଥିପାଇଁ ଭଗବାନ ଶଙ୍କରଙ୍କୁ ଆଦିଯୋଗୀ ମଧ୍ୟ କୁହାଯାଏ । ମାନବ ସମାଜକୁ ସୁସ୍ଥ ଓ ନିରୋଗ ରଖିବାକୁ ପ୍ରାଚୀନ କାଳରୁ ଭାରତୀୟ ମୁନି, ଋଷିଙ୍କ ଦ୍ବାରା ପ୍ରଚଳିତ ରହି ଆସିଛି ଯୋଗ ପରମ୍ପରା । 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯୋଗ ବିଜ୍ଞାନକୁ ସାରା ବିଶ୍ବକୁ ବାଣ୍ଟି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମାର୍ଗଦର୍ଶନରେ 11 ଡିସେମ୍ବର 2014ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଜାତିସଂଘରେ ଭାରତୀୟ ସ୍ଥାୟୀ ପ୍ରତିନିଧିଙ୍କ ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ ପ୍ରସ୍ତାବ ଆଗତ କରାଯାଇଥିଲା। ବିଶ୍ବର 177 ଦେଶର ରେକର୍ଡ ସମର୍ଥନ ସହ ପ୍ରସ୍ତାବକୁ ମିଳିଥିଲା ଐତିହାସିକ ମଞ୍ଜୁରୀ। 2015 ଜୁନ 21ରେ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ । ପ୍ରତିଦିନ ଯୋଗ କରିବା ଦ୍ବାରା ଶରୀର ଏବଂ ମନ ସୁସ୍ଥ ରୁହେ । ଅନେକ ରୋଗବ୍ୟାଧି ମଧ୍ୟ ଦୂର ହୋଇଥାଏ । ସେଥିପାଇଁ ଡାକ୍ତର ଯୋଗ କରିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏହି ଅବସରରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର୍ ଆୟଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ ଯୋଗ-ଆସନର AI ଭିଡିଓ ସେୟାର କରି...

ସାଙ୍ଗରେ ରହିଛନ୍ତି କ୍ରୀଡାମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ,ବିଜେପି କର୍ମକର୍ତ୍ତା ଙ୍କ ସହ କ୍ରୀଡାବିତ୍ । ଯୋଗ ହେଉଛି ଭାରତର ଏକ ପ୍ରାଚୀନ ସଂସ୍କୃତି । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ଦ୍ଵାରା ମନକୁ ଶାନ୍ତ କରିହୋଇଥାଏ ।ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି ।ଏହିବର୍ଷ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜର ଓ ସମାଜ ପାଇଁ ଯୋଗ (ଯୋଗ ଫର ସେଲ୍‌ଫ୍ ଆଣ୍ଡ ସୋସାଇଟି)।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅନ୍ତର୍ଜାତୀୟ ଯୋଗ ଦିବସ ; ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଯୋଗ | Argus News