Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫେସବୁକ୍ ପୋଷ୍ଟକୁ ନେଇ ଝଡ଼; ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା IPS-IAS ଲଢ଼େଇ

National

IPS IAS Dispute / ଫେସବୁକ୍ ପୋଷ୍ଟକୁ ନେଇ ଝଡ଼; ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା IPS-IAS ଲଢ଼େଇ

Sushanta Sahoo
Browse all articles by Sushanta Sahoo
·6 hours ago·2 min read
ଫେସବୁକ୍ ପୋଷ୍ଟକୁ ନେଇ ଝଡ଼; ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା IPS-IAS ଲଢ଼େଇ
Supreme Court Takes Up High-Profile IPS-IAS Dispute

Key Points

ଦୁଇ ବରିଷ୍ଠ ମହିଳା ଆଇପିଏସ୍ ଓ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଉ ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ବିଚାରପତିଙ୍କୁ ଦାୟିତ୍ଵ ଦେଇଛନ୍ତି ।
ନୂଆଦିଲ୍ଲୀ: ସମ୍ପତ୍ତି, ଫେସବୁକ୍ ପୋଷ୍ଟ ଆଉ ଏବେ ସୁପ୍ରିମକୋର୍ଟ । ଦୁଇ ବରିଷ୍ଠ ମହିଳା ଆଇପିଏସ୍ ଓ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଉ ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ବିଚାରପତିଙ୍କୁ ଦାୟିତ୍ଵ ଦେଇଛନ୍ତି ।

କର୍ଣ୍ଣାଟକର ବରିଷ୍ଠ IPS ଡି. ରୂପା ମୌଦଗିଲ୍ ଏବଂ ବରିଷ୍ଠ IAS ରୋହିଣୀ ସିନ୍ଧୁରିଙ୍କ ମଧ୍ୟରେ ଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଦୁଇ ମହିଳା ଅଧିକାରୀଙ୍କ ମଧ୍ୟରେ ଦୀର୍ଘଦିନରୁ ଚାଲିଥିବା ମାନହାନି ମକଦ୍ଦମା ବିବାଦ ଏବେ ମଧ୍ୟସ୍ଥତା ଜରିଆରେ ସମାଧାନ କରାଯିବ ।

ଏଥିସହ ପଢ଼ନ୍ତୁ: ଏୟାରବେସ୍‌ରେ ଭାରତୀୟ ବାୟୁ ସେନା ବିମାନ ୨ ଖଣ୍ଡ; ୫ ଯବାନଙ୍କ ମୃତ୍ୟୁ 

ଦୁଇ ବରିଷ୍ଠ ମହିଳା ଅଧିକାରୀ ଦୀର୍ଘ ଦିନରୁ ଆଇନ୍‌ଗତ ଲଢ଼େଇ ଲଢ଼ି ଆସୁଛନ୍ତି । ଯାହା ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରିପାରେ । ତେଣୁ ସୁପ୍ରିମକୋର୍ଟର ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ଏହି ମାମଲାର ସମାଧାନ ପାଇଁ ପୂର୍ବତନ ବିଚାରପତିଙ୍କୁ ଦାୟିତ୍ଵ ଦେଇଛନ୍ତି ।

ଫେସବୁକ୍‌ ପୋଷ୍ଟରୁ ସୁପ୍ରିମକୋର୍ଟ

ଦୁଇ ମହିଳା ଅଧିକାରୀଙ୍କ ମଧ୍ୟରେ ବିବାଦ ୨୦୨୩ରୁ ବଢ଼ି ଚାଲିଛି । ଉଭୟ ସୋସିଆଲ୍ ମଡିଆରେ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ କୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ କୁରିୟନ ଜୋସେଫଙ୍କୁ ମାମଲାର ସମାଧାନ କରିବାକୁ ଦାୟିତ୍ଵ ଦେଇଛନ୍ତି ।

ଏବେ ଭୟ ପକ୍ଷ ଜଷ୍ଟିସ କୁରିୟନ ଜୋସେଫଙ୍କ ସାମ୍ନାରେ ହାଜର ହେବେ । ଏଥିସହ ଉଭୟ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କୁ ଆଶ୍ଵସ୍ତି ମିଳିଛି । ମାମଲାରେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ବର୍ତ୍ତମାନ ରୋକି ଦିଆ ଯାଇଛି ।

କ'ଣ କହିଥିଲେ ହାଇକୋର୍ଟ ?

ଏହା ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ IAS ସିନ୍ଧୁରିଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଯେଉଁଥିରେ IAS ସିନ୍ଧୁରି, IPS ମୌଦଗିଲ୍ ଅଭିଯୋଗ ଉପରେ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ମାନହାନି କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିଥିଲେ ।

ହାଇକୋର୍ଟ ମୌଦଗିଲଙ୍କ ଅଭିଯୋଗକୁ ଗ୍ରହଣ କରି ଟ୍ରାଏଲ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍ ଦର୍ଶାଇଥିଲେ । କହିଥିଲେ, ମାମଲାର ବିଚାର ଠିକ୍ ଭାବେ ହୋଇଛି । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ ।

ବିବାଦର ମଞ୍ଜି ଫେସବୁକ୍ ପୋଷ୍ଟ

ଦୁଇ ମହିଳା ଅଧିକାରୀଙ୍କ ମଧ୍ୟରେ ଏହି ବିବାଦ ୨୦୨୩ ଫେବ୍ରୁଆରୀ ୨୮ରୁ ଆରମ୍ଭ ହୋଇଥିଲା ଏକ ଫେସବୁକ୍ ପୋଷ୍ଟରୁ । ରୂପା ମୌଦଗିଲ ତାଙ୍କ ଫେସବୁକ୍ ଆକାଉଣ୍ଟରେ IAS ରୋହିଣୀ ସିନ୍ଧୁରିଙ୍କୁ ନେଇ କିଛି ପୋଷ୍ଟ କରିଥିଲେ ।

ଏଥିସହ ପଢ଼ନ୍ତୁ: ମସ୍କଙ୍କୁ SpaceX କଲା ଦୁନିଆର ପ୍ରଥମ Trillionaire; କିଣିପାରିବେ ଭାରତର ଟପ୍-୧୦ କମ୍ପାନୀ 

ଯେଉଁଥିରେ ସେ ଦାବି କରିଥିଲେ ଯେ, ସିନ୍ଧୁରିଜଲାହଲ୍ଲିରେ ଏକ ବଡ଼ ବଙ୍ଗଳା ନିର୍ମାଣ କରିଥିଲେ । କିନ୍ତୁ ସରକାରୀ ନିୟମ ଅନୁସାରେ ସେ ଅଚଳ ସମ୍ପତ୍ତି ତାଲିକାରେ ତାର ଖୁଲାସା କରି ନାହାନ୍ତି ।

ଯାହା ପରେ ସିନ୍ଧୁରି, ମୌଦଗିଲଙ୍କ ବିରୋଧରେ ମିଥ୍ୟା ଓ ମାନହାନି କଲା ଭଳି ବୟାନରୁ ବିରତ ରହିବା ଲାଗି ସ୍ଥାୟୀ ନିଷେଧ ଆଦେଶ ଦାବି କରି ସିବିଲ ମାନହାନି ମକଦ୍ଦମା ଦାଏର କରିଥିଲେ । ଉକ୍ତ ବିବାଦ ଏବେ ସୁପ୍ରିମକୋର୍ଟ ପହଞ୍ଚିଥିବା ବେଳେ ଖଣ୍ଡପୀଠ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored