Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିରିଆନୀରୁ ମିଳିଲା ମାଛି; ଠିକାଦାରଙ୍କ ଉପରେ ଜରିମାନା ଲଗାଇଲା ଆଇଆରସିଟିସି

National

IRCTC action against food vendor / ବିରିଆନୀରୁ ମିଳିଲା ମାଛି; ଠିକାଦାରଙ୍କ ଉପରେ ଜରିମାନା ଲଗାଇଲା ଆଇଆରସିଟିସି

Subhramjit Ray
Browse all articles by Subhramjit Ray
·1 hour ago·2 min read
ବିରିଆନୀରୁ ମିଳିଲା ମାଛି; ଠିକାଦାରଙ୍କ ଉପରେ ଜରିମାନା ଲଗାଇଲା ଆଇଆରସିଟିସି
IRCTC action against food vendor

Key Points

ଆଇଆରସିଟିସି ଅଧିକାରୀ କହିଛନ୍ତି ଯେ ଯାତ୍ରୀ ଜଣକ ଟ୍ରେନରେ କମ୍ବୋ ଲଞ୍ଚ ପାଇଁ ବାଛିଥିଲେ। ହେଲେ ତାଙ୍କ ନିରାମିଷ ଖାଦ୍ୟରୁ ମାଛି ମିଳିବା ପରେ ସେ ଏ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।
Tejas Rajdhani Express Mumbai to Ahmedabad: ଯାତ୍ରା ବେଳେ ରେ ଳ ଯାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟକୁ ନେଇ ବିଭିନ୍ନ ସମୟରେ ନାନାଦି ଅଭିଯୋଗ ବାରମ୍ବାର ଆସିଥାଏ। ଏଥର ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରୁଥିବା ତେଜସ୍ ଏକ୍ସପ୍ରେସ୍‌ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ ଯାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବିରିଆନିରେ ମାଛି ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ୍ ତେଜସ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୮୨୯୦୨) ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମିଳିଥିବା ନିରାମିଷ ବିରିଆନୀରେ ଏକ ମାଛି ବାହାରିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି (IRCTC) ଅଧିକାରୀ କହିଛନ୍ତି ସମ୍ପୃକ୍ତ ଯାତ୍ରୀ ଜଣଙ୍କ ଏକ କମ୍ବୋ ଲଞ୍ଚ ଚୟନ କରିଥିଲେ।

ଖାଦ୍ୟରେ ମାଛି ମିଳିବା ପରେ ଠିକାଦାରଙ୍କ ଉପରେ ଲାଗିଲା ଜରିମାନା
ଏନେଇ ଅଭିଯୋଗ ପାଇବା ପରେ, ଟ୍ରେନ୍ କ୍ୟାପ୍ଟେନ୍ ଏବଂ ଅନବୋର୍ଡ କ୍ୟାଟରିଂ ମ୍ୟାନେଜର ଯାତ୍ରୀଙ୍କୁ ଭେଟି, ଏଭଳି ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଯାତ୍ରୀଙ୍କୁ ତୁରନ୍ତ ତାଙ୍କ ଖାଦ୍ୟ ବଦଳାଇ ଦେବା କୁହାଯାଇଥିଲା, ହେଲେ ସେ ନେବାକୁ ମନା କରିଦେଇଥିଲେ। ଏହି ମାମଲାକୁ ଗମ୍ଭୀରତାର ସହ ନେଇ, IRCTC କ୍ୟାଟରିଂ ଫାର୍ମ, "ଆରାହା ହସପିଟାଲିଟି ପ୍ରାଇଭେଟ୍ ଲିମିଟେଡ" ଠିକାଦାରଙ୍କ ଉପରେ ଲକ୍ଷେ ଟଙ୍କାର ଜରିମାନା ଲଗାଇଛି। ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ତାଙ୍କ ଲାଇସେନ୍ସ କାହିଁକି ରଦ୍ଦ କରାଯିବ ନାହିଁ ତାହା ବୁଝାଇବାକୁ କୁହାଯାଇଛି।

ଏହା ସହ ପଢନ୍ତୁ: ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି

କ୍ୟାଟରିଂ କମ୍ପାନୀ ଉଦ୍ଦେଶ୍ୟରେ ଜାରି ହେଲା କଠୋର ନିର୍ଦ୍ଦେଶ
ରେଳବାଇ ଖାଦ୍ୟ ବିକ୍ରେତାଙ୍କୁ କେବଳ ତାଜା ରହିଥିବା କଞ୍ଚାମାଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ସାମଗ୍ରୀର ଗୁଣବତ୍ତା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଚାଉଳ, ଡାଲି, ମଇଦା ଏବଂ ମସଲା ଭଳି ଖାଦ୍ୟ ସାମଗ୍ରୀ ରଖା ଯାଉଥିବା ପାତ୍ରକୁ ନିୟମିତ ଭାବରେ ଯାଞ୍ଚ କରିବାକୁ ଏବଂ ସେମାନଙ୍କର ବାୟୁରୋଧି ଅବସ୍ଥା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରେଳବାଇ କହିଛି ଯେ ଯାତ୍ରୀଙ୍କୁ ଗୁଣାତ୍ମକ ଏବଂ ନିରାପଦ ଖାଦ୍ୟ ଯୋଗାଇବା ହେଉଛି ଏହାର ପ୍ରାଥମିକତା। ଏପରି ଅବହେଳା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

AI Camera ସହାୟତାରେ ରୋଷେଇ ଘର ଉପରେ ନଜର ରଖିଛି IRCTC
ଏହି ଘଟଣା ପୁଣି ଥରେ ଟ୍ରେନ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ବର୍ତ୍ତମାନ ରେଳ ଷ୍ଟେସନ ଏବଂ ଯାତ୍ରା ବେଳେ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତାକୁ ବଢାଇବା ପାଇଁ, IRCTC ଏବେ AI କ୍ୟାମେରା ବ୍ୟବହାର କରି ରୋଷେଇ ଘର ଉପରେ ସତର୍କ ନଜର ରଖିଛି। ଏହି ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ ​​କରାଯାଇଛି। ଏପରିକି ଯେଉଁ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ସେଠାରେ AI-ଆଧାରିତ ମନିଟରିଂ ସିଷ୍ଟମ (Monitoring System) କାର୍ଯ୍ୟକାରୀ କରାଯାଇଛି। ଏହି କ୍ୟାମେରା ମାଧ୍ୟମରେ, ଦେଶବ୍ୟାପୀ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ଉପରେ ନଜର ରଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored