Videos
|
National

IRCTC New Website / ୨୨ ବର୍ଷ ପରେ ବଦଳିଲା IRCTC ୱେବସାଇଟ୍, ଲଞ୍ଚ ହେଲା ନୂଆ BETA ଭର୍ସନ୍

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
୨୨ ବର୍ଷ ପରେ ବଦଳିଲା IRCTC ୱେବସାଇଟ୍, ଲଞ୍ଚ ହେଲା ନୂଆ BETA ଭର୍ସନ୍
IRCTC

Key Points

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର
IRCTC ଆଣିଲା ସମ୍ପୂର୍ଣ୍ଣ ନୂଆ ୱେବସାଇଟ୍
କମ୍ କ୍ଲିକ୍‌, ଫାଷ୍ଟ ବୁକିଂ ଓ ସ୍ମାର୍ଟ ଫିଚର୍ସ
ଟ୍ରେନ୍ ଟିକେଟ୍ ବୁକିଂ ହେବ ଆହୁରି ସହଜ ଓ ଦ୍ରୁତ । ଯାତ୍ରୀଙ୍କ ସୁବିଧାକୁ ଆଖିଆଗରେ ରଖି ଆଇଆରସିଟିସି ଆଣିଛି ନୂଆ ୱେବସାଇଟ୍‌ର ବିଟା ଭର୍ସନ୍ । ସରଳ ଇଣ୍ଟରଫେସ୍, ଦ୍ରୁତ ଚେକଆଉଟ୍ ଓ ଏକାସାଙ୍ଗରେ ସମସ୍ତ ଶ୍ରେଣୀର ସିଟ୍ ଉପଲବ୍ଧତା ଭଳି ଅନେକ ନୂଆ ସୁବିଧା ସହ ରେଳ ଟିକେଟ୍ ବୁକିଂ ବ୍ୟବସ୍ଥା ଏବେ ଆହୁରି ଆଧୁନିକ ହେବାକୁ ଯାଉଛି ।

ଭାରତୀୟ ରେଳବାଇ ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥାକୁ ଆଧୁନିକ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି । IRCTC ନିଜର ନୂଆ ୱେବସାଇଟ୍‌ର ବିଟା ଭର୍ସନ୍ ସାଧାରଣ ଲୋକଙ୍କ ପାଇଁ ଉନ୍ମୋଚନ କରିଛି । ଏହା ମାଧ୍ୟମରେ ଯାତ୍ରୀମାନେ ନୂଆ ଡିଜାଇନ୍ ଓ ଫିଚର୍‌ର ଅନୁଭୂତି ନେବା ସହ ନିଜର ମତାମତ ଓ ପରାମର୍ଶ ମଧ୍ୟ ଦେଇପାରିବେ ।

ଅଧିକ ପଢ଼ନ୍ତୁ: ମମତାଙ୍କ ମୁଣ୍ଡରେ ଚଡ଼କ; ଖୋଲିବ TMC ସରକାରର ଦୁର୍ନୀତି ଫାଇଲ୍; ଶୁଭେନ୍ଦୁ ସରକାର ଗଠନ କଲେ ନ୍ୟାୟିକ କମିଶନ



ନୂତନ ୱେବସାଇଟର ବିଟା ସଂସ୍କରଣ https://www.irctc.co.in/eticket/ ରେ ଉପଲବ୍ଧ ହେବ । ରେଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ନୂଆ ୱେବସାଇଟ୍‌ରେ କରାଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସୁଧାର ଜୟପୁରର ଏମ୍‌ଏନ୍‌ଆଇଟି (MNIT)ର ଛାତ୍ରଛାତ୍ରୀଙ୍କ ପରାମର୍ଶ ଆଧାରରେ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା ସମୟରେ ଛାତ୍ରମାନେ ୱେବସାଇଟ୍‌ର ଡିଜାଇନ୍ ଓ ୟୁଜର୍ ଏକ୍ସପିରିଏନ୍ସକୁ ଆହୁରି ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
୨୦୦୨ ମସିହାରେ ଆରମ୍ଭ ହୋଇଥିବା ବର୍ତ୍ତମାନର IRCTC ୱେବସାଇଟ୍‌ରେ ପ୍ରତିଦିନ ହାରାହାରି ୧୪.୫ ଲକ୍ଷ ଟିକେଟ୍ ବୁକିଂ ହେଉଛି। ଏବେ ନୂଆ ବିଟା ଭର୍ସନ୍‌କୁ ଅଧିକ ସରଳ, ଦ୍ରୁତ ଓ ୟୁଜର୍-ଫ୍ରେଣ୍ଡଲି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆ ୱେବସାଇଟ୍‌ରେ ଅନେକ ନୂଆ ସୁବିଧା ଯୋଡ଼ାଯାଇଛି । ଅନାବଶ୍ୟକ କ୍ୟାପଚା, ପପ୍-ଅପ୍ ଓ ଧ୍ୟାନ ବିଚଳିତ କରୁଥିବା ଗ୍ରାଫିକ୍ସକୁ ହଟାଯାଇଛି । ଯାତ୍ରୀମାନେ ଏକାସାଙ୍ଗରେ ସମସ୍ତ ଶ୍ରେଣୀର ସିଟ୍ ଉପଲବ୍ଧତା ଦେଖିପାରିବେ । ଟିକେଟ୍ ବୁକିଂ ପ୍ରକ୍ରିୟାରେ ପଦକ୍ଷେପ ସଂଖ୍ୟା କମ୍ କରାଯାଇଥିବାରୁ ଚେକଆଉଟ୍ ଅଧିକ ଦ୍ରୁତ ହେବ । ସେହିପରି, ପୂର୍ବରୁ ସେଭ୍ ହୋଇଥିବା ଯାତ୍ରୀଙ୍କ ସୂଚନା ଉପଲବ୍ଧ ରହିବାରୁ ବାରମ୍ବାର ସମାନ ତଥ୍ୟ ଭରିବାର ଆବଶ୍ୟକତା ପଡ଼ିବ ନାହିଁ ।

ରେଳ ମନ୍ତ୍ରାଳୟ କହିଛି, ବିଟା ଭର୍ସନ୍ ଲଞ୍ଚ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କଠାରୁ ମତାମତ ଓ ପରାମର୍ଶ ସଂଗ୍ରହ କରିବା। ଏହା ଆଧାରରେ ଅନ୍ତିମ ସଂସ୍କରଣକୁ ଆହୁରି ଉନ୍ନତ କରାଯିବ ।