Videos
|
National

Israeli cruise ship get threat in Greece / ଇସ୍ରାଏଲୀ କ୍ରୁଜ୍ ଜାହାଜକୁ ଗ୍ରୀସ୍ ବନ୍ଦରରେ ମିଳିଲା ଉଡ଼ାଇ ଦେବାକୁ ଧମକ; ଯାତ୍ରା କରୁଛନ୍ତି ୧୫ ଶହରୁ ଅଧିକ ଯାତ୍ରୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଇସ୍ରାଏଲୀ କ୍ରୁଜ୍ ଜାହାଜକୁ ଗ୍ରୀସ୍ ବନ୍ଦରରେ ମିଳିଲା ଉଡ଼ାଇ ଦେବାକୁ ଧମକ; ଯାତ୍ରା କରୁଛନ୍ତି ୧୫ ଶହରୁ ଅଧିକ ଯାତ୍ରୀ
Israeli cruise ship get threat in Greece

Key Points

ପ୍ରାରମ୍ଭିକ ତଦନ୍ତରୁ ଜାହାଜରେ କୌଣସି ବିସ୍ଫୋରକ ନଥିବା ଜଣାପଡ଼ିଛି। ତଥାପି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ  ଜାହାଜର ବାହ୍ୟ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ପୁନଃପରୀକ୍ଷଣ କରିବା ପାଇଁ ତଟରକ୍ଷୀ ବାହିନୀ ବିଶେଷଜ୍ଞମାନଙ୍କୁ ମଧ୍ୟ ଡକାଯାଇଥିଲା।
ଗ୍ରୀସ୍‌ ସ୍ଥିତ ସାଇରୋସ୍ ବନ୍ଦରରେ ଏକ ଇସ୍ରାଏଲୀ କ୍ରୁଜ୍ ଜାହାଜକୁ ମିଳିଛି ଧମକ। ଏଭଳି ଧମକ ଦେଉଥିବା ଅଜ୍ଞାତ ବ୍ୟକ୍ତି ଦାବି କରିଛନ୍ତି ଯେ ଜାହାଜର ନିମ୍ନ ଭାଗରେ ବିସ୍ଫୋରକ ରଖାଯାଇଥିଲା। ଇସ୍ରାଏଲୀ କ୍ରୁଜ୍ ଜାହାଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଗ୍ରୀକ୍ କର୍ତ୍ତୃପକ୍ଷ ତୁରନ୍ତ ଏକ ବଡ଼ ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ପାନାମା ପତାକାଯୁକ୍ତ କ୍ରାଉନ୍ ଆଇରିସ୍ କ୍ରୁଜ୍ ଜାହାଜ, ଇସ୍ରାଏଲୀ କମ୍ପାନୀ ମାଇନୋ ମାରିଟାଇମ୍ ଦ୍ୱାରା ପରିଚାଳିତ। ଏହି ଜାହାଜ ଗ୍ରୀସ୍ ସାଇରୋସ୍ ବନ୍ଦରରୁ ଇସ୍ରାଏଲ ହାଇଫା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ସେତେବେଳେ ଏହି ଜାହାଜରେ ୯୪୦ ଜଣ ଯାତ୍ରୀ ଏବଂ ୫୯୭ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ଏହି ଜାହାଜରେ ମୋଟ ୧୫ ଶହରରୁ ଅଧିକ ଲୋକ ଯାତ୍ରା କରୁଥିଲେ।

ଜାହାଜରେ ଜାରି ରହିଛି ଅନୁସନ୍ଧାନ
ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ, ଗ୍ରୀକ୍ ତଟରକ୍ଷୀ ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ବିଶେଷ ତାଲିମପ୍ରାପ୍ତ ବିସ୍ଫୋରକ-ସନ୍ଧାନକାରୀ କୁକୁର ଏବଂ ଜଣେ ଘରୋଇ ଡାଇଭର ସହାୟତାରେ ଜାହାଜରେ ଖୋଜାଖୋଜି ହୋଇଥିଲା। ଏହା ସହିତ, ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତଟରକ୍ଷୀ ବାହିନୀର ଏକ ସ୍ୱତନ୍ତ୍ର ୟୁନିଟ୍ ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା।\

ଏହା ସହ ପଢନ୍ତୁ: ଇସ୍ରାଏଲରୁ ଆସୁଥିବା ବିମାନକୁ ମିଳିଲା ଉଡ଼ାଇ ଦେବାକୁ ଧମକ; ବିମାନ କଲା ଜରୁରୀକାଳୀନ ଅବତରଣ

ପ୍ରାରମ୍ଭିକ ତଦନ୍ତରୁ ଜାହାଜରେ କୌଣସି ବିସ୍ଫୋରକ ନଥିବା ଜଣାପଡ଼ିଛି। ହେଲେ ତଥାପି ସତର୍କତାମୂଳକ ପଦକ୍ଷେପ ଭାବରେ ଅଧିକାରୀ ତଦନ୍ତ ବନ୍ଦ କରି ନଥିଲେ। ଜାହାଜର ବାହ୍ୟ ଏବଂ ସମ୍ବେଦନଶୀଳ ଅଞ୍ଚଳର ପୁନର୍ବାର ପରୀକ୍ଷା କରିବା ପାଇଁ ତଟରକ୍ଷୀ ବାହିନୀ ବିଶେଷଜ୍ଞଙ୍କୁ ମଧ୍ୟ ଡକାଯାଇଥିଲା। ଏନେଇ ଅଧିକାରୀ କହିଛନ୍ତି ଯେ ଜାହାଜ ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଯାଇ ଏହି କ୍ରୁଜ୍ ଜାହାଜକୁ ଯାତ୍ରା ଜାରି ରଖିବାକୁ ଅନୁମତି ଦିଆଯିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ୟୁରୋପରେ ମିଲିଛି ଅନେକ ବୋମା ଧମକ
ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ୟୁରୋପର ସୁରକ୍ଷା ଏଜେନ୍ସି ପୂର୍ବରୁ ହାଇ ଆଲର୍ଟ୍ ରେ ଅଛନ୍ତି। ସେହି ଦିନ ୟୁରୋପର ବିଭିନ୍ନ ସ୍ଥାନରେ ଅତି କମରେ ୭ ବିମାନକୁ ବୋମା ଧମକ ମିଳିଥିଲା। ଯାହା ଫଳରେ ଅନେକ ବିମାନ ବନ୍ଦରରେ ସେବା ପ୍ରଭାବିତ ହୋଇଥିଲା। ହେଲେ ତଥାପି ପରବର୍ତ୍ତୀ ତଦନ୍ତରୁ କୌଣସି ବିମାନରେ କୌଣସି ବିସ୍ଫୋରକ ନଥିଲା ବୋଲି ଜଣାପଡ଼ିଛି। ବର୍ତ୍ତମାନ, ଗ୍ରୀକ୍ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି ଯେ ଜାହାଜରେ ପ୍ରକୃତ ବିପଦ ନିଶ୍ଚିତ ହୋଇନାହିଁ। ବହୁ ସଂଖ୍ୟକ ଯାତ୍ରୀ ଉପସ୍ଥିତ ରହିଥିବାରୁ କୌଣସି ସୂଚନାକୁ ହାଲୁକା ଭାବରେ ନିଆଯାଇ ପାରିବ ନାହିଁ।