ISRO / ଇଚିହାସ ରଚିଲା ଇସ୍ରୋ, ସବୁଠୁ ଓଜନିଆ ଉପଗ୍ରହର ହେଲା ସଫଳ ଉତ୍କ୍ଷେପଣ
·8 months ago·2 min read

Key Points
ପୁଣି ମହାକାଶ କ୍ଷେତ୍ରରେ ଇତିହାସ ରଚିଲା ଭାରତ
ଇସ୍ରୋର ସବୁଠାରୁ ଭାରୀ ସାଟେଲାଇଟ୍ CMS-03ର ଲଞ୍ଚ ହେଲା ସଫଳ
ଦେଶର ଡିଜିଟାଲ କମ୍ପ୍ୟୁନିକେସନକୁ କରିବ ଆହୁରି ସୁଦୃଢ଼
ଇସ୍ରୋର ସବୁଠାରୁ ଭାରୀ ସାଟେଲାଇଟ୍ CMS-03ର ଲଞ୍ଚ ହେଲା ସଫଳ
ଦେଶର ଡିଜିଟାଲ କମ୍ପ୍ୟୁନିକେସନକୁ କରିବ ଆହୁରି ସୁଦୃଢ଼
ପୁଣି ମହାକାଶ କ୍ଷେତ୍ରରେ ନୂଆ ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ ହେଲା ସାଟେଲାଇଟ୍ CMS-03 । ଯାହାର ଓଜନ ୪ ହଜାର ୪୧୦ କିଲୋଗ୍ରାମ ରହିଛି । ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ । ଇସ୍ରୋର ଶକ୍ତିଶାଳୀ ରକେଟ୍ LVM3-M5 ଦ୍ୱାରା ଏହି ସାଟେଲାଇଟ୍ ପୃଥିବୀର ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥରେ ଅବସ୍ଥାପିତ ହୋଇଛି । CMS-03 ଯୋଗାଯୋଗ ଉପଗ୍ରହ ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିବ । ଦେଶରେ ଡିଜିଟାଲ୍ ଯୋଗାଯୋଗ, ଇଣ୍ଟରନେଟ୍ ଏବଂ ସାମୁଦ୍ରିକ ସଂଯୋଗ ହେବ ସୁଦୃଢ଼ ।
ନୂତନ ଉପଗ୍ରହ GSAT-7R ବା CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଯାହା ଭାରତୀୟ ସ୍ଥଳଭାଗ ସହିତ ବିଶାଳ ସମୁଦ୍ର ଅଞ୍ଚଳରେ ସେବା ପ୍ରଦାନ କରିବ । ଏହାକୁ ଅତ୍ୟନ୍ତ ଉନ୍ନତ ଉପକରଣ ଏବଂ ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ପେ-ଲୋଡ୍ ସହିତ ସଜ୍ଜିତ କରାଯାଇଛି । ଏହା ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ନୌସେନା ବିମାନ ମଧ୍ୟରେ ଭଏସ୍, ଭିଡିଓ ଏବଂ ତଥ୍ୟ ପ୍ରସାରଣ ପାଇଁ UHS, S, C ଏବଂ Ku ବ୍ୟାଣ୍ଡ ଭଳି ଅନେକ ଫ୍ରିକ୍ବେନ୍ସିର ବ୍ୟବହାର କରିବ । ଏହି ଉପଗ୍ରହର ଉନ୍ନତ କଭରେଜ୍ ଭାରତର ନେଟୱର୍କ-କେନ୍ଦ୍ରିକ ଯୁଦ୍ଧ କ୍ଷମତାକୁ ବହୁଗୁଣିତ କରିବା ସହ ନୌସେନାକୁ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ କ୍ଷେତ୍ରରେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସକ୍ଷମ କରିବ । CMS-03 ଏକ ବିଶାଳ ସାମୁଦ୍ରିକ-ସ୍ଥଳ ଅଞ୍ଚଳରେ ନୌସେନା ଅଭିଯାନ, ବାୟୁ ପ୍ରତିରକ୍ଷା ଏବଂ କମାଣ୍ଡ ନିୟନ୍ତ୍ରଣ ପାଇଁ ପ୍ରକୃତ-ସମୟ ଯୋଗାଯୋଗ ପ୍ରଦାନ କରିବ ।
ସେହିପରି ଏହି ସାଟେଲାଇଟ୍ ମାଧ୍ୟମରେ ଦୂରଦୂରାନ୍ତକୁ ହାଇସ୍ପିଡ୍ କନେକ୍ଟିଭିଟି ପହଞ୍ଚିବ । CMS-03 ଉପଗ୍ରହ କାର୍ଯ୍ୟକ୍ଷମ ହେବା ପରେ ରଣନୈତିକ ଓ ସାମୁଦ୍ରିକ ବ୍ୟବହାରକାରୀ ସମସ୍ତେ ଉନ୍ନତ ଯୋଗାଯୋଗ ସେବାରୁ ଉପକୃତ ହେବେ । ଭାରତର ଡିଜିଟାଲ ପହଞ୍ଚକୁ ବିସ୍ତାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ CMS-03 ସାଟେଲାଇଟ୍ ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆର 'ସୁନ୍ଦର' ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
CMS-03 ଉପଗ୍ରହ କ'ଣ ?ନୂତନ ଉପଗ୍ରହ GSAT-7R ବା CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଯାହା ଭାରତୀୟ ସ୍ଥଳଭାଗ ସହିତ ବିଶାଳ ସମୁଦ୍ର ଅଞ୍ଚଳରେ ସେବା ପ୍ରଦାନ କରିବ । ଏହାକୁ ଅତ୍ୟନ୍ତ ଉନ୍ନତ ଉପକରଣ ଏବଂ ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ପେ-ଲୋଡ୍ ସହିତ ସଜ୍ଜିତ କରାଯାଇଛି । ଏହା ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ନୌସେନା ବିମାନ ମଧ୍ୟରେ ଭଏସ୍, ଭିଡିଓ ଏବଂ ତଥ୍ୟ ପ୍ରସାରଣ ପାଇଁ UHS, S, C ଏବଂ Ku ବ୍ୟାଣ୍ଡ ଭଳି ଅନେକ ଫ୍ରିକ୍ବେନ୍ସିର ବ୍ୟବହାର କରିବ । ଏହି ଉପଗ୍ରହର ଉନ୍ନତ କଭରେଜ୍ ଭାରତର ନେଟୱର୍କ-କେନ୍ଦ୍ରିକ ଯୁଦ୍ଧ କ୍ଷମତାକୁ ବହୁଗୁଣିତ କରିବା ସହ ନୌସେନାକୁ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ କ୍ଷେତ୍ରରେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସକ୍ଷମ କରିବ । CMS-03 ଏକ ବିଶାଳ ସାମୁଦ୍ରିକ-ସ୍ଥଳ ଅଞ୍ଚଳରେ ନୌସେନା ଅଭିଯାନ, ବାୟୁ ପ୍ରତିରକ୍ଷା ଏବଂ କମାଣ୍ଡ ନିୟନ୍ତ୍ରଣ ପାଇଁ ପ୍ରକୃତ-ସମୟ ଯୋଗାଯୋଗ ପ୍ରଦାନ କରିବ ।
Kudos Team #ISRO!
— Dr Jitendra Singh (@DrJitendraSingh) November 2, 2025
India’s #Bahubali scales the skies, with the successful launch of #LVM3M5 Mission!
“Bahubali” as it is being popularly referred, LVM3-M5 rocket is carrying the CMS-03 communication satellite, the heaviest ever to be launched from the Indian soil into a… pic.twitter.com/ccyIPUxpIX
ସେହିପରି ଏହି ସାଟେଲାଇଟ୍ ମାଧ୍ୟମରେ ଦୂରଦୂରାନ୍ତକୁ ହାଇସ୍ପିଡ୍ କନେକ୍ଟିଭିଟି ପହଞ୍ଚିବ । CMS-03 ଉପଗ୍ରହ କାର୍ଯ୍ୟକ୍ଷମ ହେବା ପରେ ରଣନୈତିକ ଓ ସାମୁଦ୍ରିକ ବ୍ୟବହାରକାରୀ ସମସ୍ତେ ଉନ୍ନତ ଯୋଗାଯୋଗ ସେବାରୁ ଉପକୃତ ହେବେ । ଭାରତର ଡିଜିଟାଲ ପହଞ୍ଚକୁ ବିସ୍ତାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ CMS-03 ସାଟେଲାଇଟ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: