ISRO Scientists Resignation / ISROରେ କାହିଁକି ବଢ଼ୁଛି ବୈଜ୍ଞାନିକଙ୍କ ଇସ୍ତଫା ? କେନ୍ଦ୍ର ସରକାର ନେଲେ କଡ଼ା ପଦକ୍ଷେପ
·1 hour ago·3 min read

Key Points
ISROରୁ ୧୦୦+ ବୈଜ୍ଞାନିକଙ୍କ ଇସ୍ତଫା
ଏବେ କଡ଼ା ଆକ୍ସନରେ କେନ୍ଦ୍ର
ISRO ବୈଜ୍ଞାନିକଙ୍କ ଇସ୍ତଫା ଏବେ ସହଜ ନୁହେଁ
ଏବେ କଡ଼ା ଆକ୍ସନରେ କେନ୍ଦ୍ର
ISRO ବୈଜ୍ଞାନିକଙ୍କ ଇସ୍ତଫା ଏବେ ସହଜ ନୁହେଁ
ଭାରତର ମହାକାଶ ସ୍ବପ୍ନକୁ ବଡ଼ ଝଟକା । ଜଣଙ୍କ ପରେ ଜଣେ ଅଭିଜ୍ଞ ବୈଜ୍ଞାନିକ ISRO ଛାଡ଼ୁଥିବାରୁ ଏବେ ଚିନ୍ତାରେ ପଡ଼ିଛନ୍ତି କେନ୍ଦ୍ର ସରକାର । ଗଗନଯାନ ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ ମଧ୍ୟରେ ବୈଜ୍ଞାନିକଙ୍କ ଇସ୍ତଫା ବଢ଼ିବା ପରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ଏବେ ISROର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସହ ଜଡ଼ିତ ବୈଜ୍ଞାନିକମାନଙ୍କ ଇସ୍ତଫା ସିଧାସଳଖ ଗ୍ରହଣ ହେବ ନାହିଁ । ତେବେ ହଠାତ୍ କାହିଁକି ବଢ଼ିଲା ଏହି 'ବ୍ରେନ୍ ଡ୍ରେନ୍' ? ଆସନ୍ତୁ ଜାଣିବା...
ଭାରତର ମହାକାଶ ଅଭିଯାନ ସାମ୍ନାରେ ନୂଆ ଚ୍ୟାଲେଞ୍ଜ । ଦେଶର ଅଗ୍ରଣୀ ମହାକାଶ ସଂସ୍ଥା ISROରୁ ଗତ କିଛି ମାସ ମଧ୍ୟରେ ୧୦୦ରୁ ଅଧିକ ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞ ଇସ୍ତଫା ଦେଇଥିବା କିମ୍ବା ସ୍ୱେଚ୍ଛାକୃତ ଅବସର (VRS) ନେଇଥିବା ଖବର ପରେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ଏହାକୁ ନଜରରେ ରଖି ମହାକାଶ ବିଭାଗ ନୂଆ ନିର୍ଦ୍ଦେଶ ଜାରି କରିଛି । ଏଣିକି ISROର ଗୁରୁତ୍ୱପୂର୍ଣ୍ଣ ମିଶନ ସହ ଜଡ଼ିତ ବୈଜ୍ଞାନିକଙ୍କ ଇସ୍ତଫା କିମ୍ବା VRS ସାଧାରଣ ପ୍ରକ୍ରିୟାରେ ଅନୁମୋଦନ ହେବ ନାହିଁ ।
ଜୁଲାଇ ୧୪ ତାରିଖରେ ଜାରି ହୋଇଥିବା ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମାରେ ମହାକାଶ ବିଭାଗ ISROର ସମସ୍ତ ପ୍ରମୁଖ କେନ୍ଦ୍ରକୁ କହିଛି ଯେ, ଗଗନଯାନ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପରେ କାର୍ଯ୍ୟରତ ଗ୍ରୁପ୍-ଏ ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀଙ୍କ ଇସ୍ତଫା କିମ୍ବା VRS ଅନୁମୋଦନ ପାଇଁ ସମସ୍ତ ପ୍ରସ୍ତାବ ସିଧାସଳଖ ମହାକାଶ ବିଭାଗକୁ ପଠାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ସେଠାରେ ନିଆଯିବ ।
ଏପର୍ଯ୍ୟନ୍ତ କେତେ ବୈଜ୍ଞାନିକ ଇସ୍ତଫା ଦେଇଛନ୍ତି ?
ସରକାରୀ ଭାବେ ସଂଖ୍ୟା ପ୍ରକାଶ କରାଯାଇନଥିଲେ ମଧ୍ୟ, ବିଭିନ୍ନ ରିପୋର୍ଟ ଅନୁଯାୟୀ ଗତ କିଛି ମାସରେ ୧୦୦ରୁ ୧୨୦ ଜଣ ବୈଜ୍ଞାନିକ ISRO ଛାଡ଼ିଛନ୍ତି କିମ୍ବା ଛାଡ଼ିବା ପ୍ରକ୍ରିୟାରେ ଅଛନ୍ତି । ସେଥିମଧ୍ୟରୁ ବେଙ୍ଗାଲୁରୁର ୟୁ.ଆର୍. ରାଓ ସାଟେଲାଇଟ୍ ସେଣ୍ଟରରୁ ପ୍ରାୟ ୮୦ ଜଣ ଏବଂ ତିରୁବନନ୍ତପୁରମ୍ର ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରୁ ପ୍ରାୟ ୨୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ISRO ଗଗନଯାନ ମାନବ ମହାକାଶ ମିଶନ, ଚନ୍ଦ୍ରଯାନର ପରବର୍ତ୍ତୀ ପର୍ଯ୍ୟାୟ, ଅତ୍ୟାଧୁନିକ ଉପଗ୍ରହ କାର୍ଯ୍ୟକ୍ରମ ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ ଅନେକ ରଣନୈତିକ ପ୍ରକଳ୍ପରେ କାମ କରୁଛି। ଏପରି ସମୟରେ ଅଭିଜ୍ଞ ବୈଜ୍ଞାନିକଙ୍କ ପ୍ରସ୍ଥାନ ମିଶନର ସମୟସୀମା ଓ ବୈଷୟିକ ଦକ୍ଷତା ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।
ଇସ୍ତଫା ଏବଂ VRS ଅନୁମୋଦନ କରିବାର କ୍ଷମତା
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ମସିହାରେ ISROର ବିଭିନ୍ନ କେନ୍ଦ୍ରର ନିର୍ଦ୍ଦେଶକମାନଙ୍କୁ ବୈଜ୍ଞାନିକଙ୍କ ଇସ୍ତଫା ଓ VRS ଅନୁମୋଦନ କରିବାର କ୍ଷମତା ଦିଆଯାଇଥିଲା। କିନ୍ତୁ ନୂଆ ବ୍ୟବସ୍ଥାରେ ସେହି କ୍ଷମତା ପ୍ରତ୍ୟାହାର କରାଯାଇ ମହାକାଶ ବିଭାଗ ଅଧୀନକୁ ଅଣାଯାଇଛି। ଅର୍ଥାତ୍, ଗୁରୁତ୍ୱପୂର୍ଣ୍ଣ ମିଶନ ସହ ଜଡ଼ିତ ବୈଜ୍ଞାନିକଙ୍କ ଇସ୍ତଫା ଉପରେ ଶେଷ ନିଷ୍ପତ୍ତି ଦିଲ୍ଲୀରୁ ନିଆଯିବ ।
ଯଦିଓ ସରକାର କିମ୍ବା ISRO ପକ୍ଷରୁ ଇସ୍ତଫା ବୃଦ୍ଧିର କାରଣ ଆନୁଷ୍ଠାନିକ ଭାବେ କୁହାଯାଇନାହିଁ, ତଥାପି ବିଶେଷଜ୍ଞଙ୍କ ମତରେ ଘରୋଇ ମହାକାଶ କ୍ଷେତ୍ରର ଦ୍ରୁତ ବିକାଶ, ଅଧିକ ଦରମା, ଷ୍ଟାର୍ଟଅପ୍ ସୁଯୋଗ ଏବଂ ବିଦେଶୀ କମ୍ପାନୀରେ ବଢ଼ୁଥିବା ଚାହିଦା ଏହାର ପ୍ରମୁଖ କାରଣ ହୋଇପାରେ ।
ଏପଟେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଯେକୌଣସି ବଡ଼ ସଂଗଠନରେ କର୍ମଚାରୀଙ୍କ ଆସିବା ଓ ଯିବା ଏକ ସାଧାରଣ ପ୍ରକ୍ରିୟା । ସେ କହିଛନ୍ତି ଯେ ISRO ନିରନ୍ତର ନୂଆ ବୈଜ୍ଞାନିକଙ୍କୁ ନିଯୁକ୍ତି ଦେଉଛି ଏବଂ ଏହାର ପ୍ରଭାବ କୌଣସି ବଡ଼ ମିଶନ ଉପରେ ପଡ଼ିବ ନାହିଁ । କିନ୍ତୁ ୧୦୦ରୁ ଅଧିକ ବୈଜ୍ଞାନିକଙ୍କ ଛାଡିବା ରିପୋର୍ଟ ISRO ଭିତରେ ବ୍ରେନ୍ ଡ୍ରେନ୍ ବିଷୟରେ ଏକ ବିତର୍କ ସୃଷ୍ଟି କରିଛି ।
ତେବେ ୧୦୦ରୁ ଅଧିକ ବୈଜ୍ଞାନିକଙ୍କ ପ୍ରସ୍ଥାନ ଖବର ISROରେ ପ୍ରତିଭା ପଳାୟନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି। ଗଗନଯାନ ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ ମଧ୍ୟରେ ସରକାରଙ୍କ ଏହି କଡ଼ା ପଦକ୍ଷେପ ବୈଜ୍ଞାନିକଙ୍କ ପ୍ରସ୍ଥାନକୁ କେତେଦୂର ରୋକିପାରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଅଧିକ ପଢ଼ନ୍ତୁ: ଆଜିଠୁ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍; ହେବନି ପ୍ରଦୂଷଣ
ଜୁଲାଇ ୧୪ ତାରିଖରେ ଜାରି ହୋଇଥିବା ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମାରେ ମହାକାଶ ବିଭାଗ ISROର ସମସ୍ତ ପ୍ରମୁଖ କେନ୍ଦ୍ରକୁ କହିଛି ଯେ, ଗଗନଯାନ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପରେ କାର୍ଯ୍ୟରତ ଗ୍ରୁପ୍-ଏ ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀଙ୍କ ଇସ୍ତଫା କିମ୍ବା VRS ଅନୁମୋଦନ ପାଇଁ ସମସ୍ତ ପ୍ରସ୍ତାବ ସିଧାସଳଖ ମହାକାଶ ବିଭାଗକୁ ପଠାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ସେଠାରେ ନିଆଯିବ ।
Is there news of more than 100 scientists resigning from ISRO? Several scientists were associated with key projects like rockets, satellites, and Gaganyaan pic.twitter.com/CLXffXfLY0
— Guddu bhaiyan (@Guddu_Bhaiyan) July 17, 2026
ଏପର୍ଯ୍ୟନ୍ତ କେତେ ବୈଜ୍ଞାନିକ ଇସ୍ତଫା ଦେଇଛନ୍ତି ?
ସରକାରୀ ଭାବେ ସଂଖ୍ୟା ପ୍ରକାଶ କରାଯାଇନଥିଲେ ମଧ୍ୟ, ବିଭିନ୍ନ ରିପୋର୍ଟ ଅନୁଯାୟୀ ଗତ କିଛି ମାସରେ ୧୦୦ରୁ ୧୨୦ ଜଣ ବୈଜ୍ଞାନିକ ISRO ଛାଡ଼ିଛନ୍ତି କିମ୍ବା ଛାଡ଼ିବା ପ୍ରକ୍ରିୟାରେ ଅଛନ୍ତି । ସେଥିମଧ୍ୟରୁ ବେଙ୍ଗାଲୁରୁର ୟୁ.ଆର୍. ରାଓ ସାଟେଲାଇଟ୍ ସେଣ୍ଟରରୁ ପ୍ରାୟ ୮୦ ଜଣ ଏବଂ ତିରୁବନନ୍ତପୁରମ୍ର ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରୁ ପ୍ରାୟ ୨୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ISRO ଗଗନଯାନ ମାନବ ମହାକାଶ ମିଶନ, ଚନ୍ଦ୍ରଯାନର ପରବର୍ତ୍ତୀ ପର୍ଯ୍ୟାୟ, ଅତ୍ୟାଧୁନିକ ଉପଗ୍ରହ କାର୍ଯ୍ୟକ୍ରମ ଏବଂ ପ୍ରତିରକ୍ଷା ସମ୍ବନ୍ଧୀୟ ଅନେକ ରଣନୈତିକ ପ୍ରକଳ୍ପରେ କାମ କରୁଛି। ଏପରି ସମୟରେ ଅଭିଜ୍ଞ ବୈଜ୍ଞାନିକଙ୍କ ପ୍ରସ୍ଥାନ ମିଶନର ସମୟସୀମା ଓ ବୈଷୟିକ ଦକ୍ଷତା ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।
ଇସ୍ତଫା ଏବଂ VRS ଅନୁମୋଦନ କରିବାର କ୍ଷମତା
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ମସିହାରେ ISROର ବିଭିନ୍ନ କେନ୍ଦ୍ରର ନିର୍ଦ୍ଦେଶକମାନଙ୍କୁ ବୈଜ୍ଞାନିକଙ୍କ ଇସ୍ତଫା ଓ VRS ଅନୁମୋଦନ କରିବାର କ୍ଷମତା ଦିଆଯାଇଥିଲା। କିନ୍ତୁ ନୂଆ ବ୍ୟବସ୍ଥାରେ ସେହି କ୍ଷମତା ପ୍ରତ୍ୟାହାର କରାଯାଇ ମହାକାଶ ବିଭାଗ ଅଧୀନକୁ ଅଣାଯାଇଛି। ଅର୍ଥାତ୍, ଗୁରୁତ୍ୱପୂର୍ଣ୍ଣ ମିଶନ ସହ ଜଡ଼ିତ ବୈଜ୍ଞାନିକଙ୍କ ଇସ୍ତଫା ଉପରେ ଶେଷ ନିଷ୍ପତ୍ତି ଦିଲ୍ଲୀରୁ ନିଆଯିବ ।
ଯଦିଓ ସରକାର କିମ୍ବା ISRO ପକ୍ଷରୁ ଇସ୍ତଫା ବୃଦ୍ଧିର କାରଣ ଆନୁଷ୍ଠାନିକ ଭାବେ କୁହାଯାଇନାହିଁ, ତଥାପି ବିଶେଷଜ୍ଞଙ୍କ ମତରେ ଘରୋଇ ମହାକାଶ କ୍ଷେତ୍ରର ଦ୍ରୁତ ବିକାଶ, ଅଧିକ ଦରମା, ଷ୍ଟାର୍ଟଅପ୍ ସୁଯୋଗ ଏବଂ ବିଦେଶୀ କମ୍ପାନୀରେ ବଢ଼ୁଥିବା ଚାହିଦା ଏହାର ପ୍ରମୁଖ କାରଣ ହୋଇପାରେ ।
ଏପଟେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଯେକୌଣସି ବଡ଼ ସଂଗଠନରେ କର୍ମଚାରୀଙ୍କ ଆସିବା ଓ ଯିବା ଏକ ସାଧାରଣ ପ୍ରକ୍ରିୟା । ସେ କହିଛନ୍ତି ଯେ ISRO ନିରନ୍ତର ନୂଆ ବୈଜ୍ଞାନିକଙ୍କୁ ନିଯୁକ୍ତି ଦେଉଛି ଏବଂ ଏହାର ପ୍ରଭାବ କୌଣସି ବଡ଼ ମିଶନ ଉପରେ ପଡ଼ିବ ନାହିଁ । କିନ୍ତୁ ୧୦୦ରୁ ଅଧିକ ବୈଜ୍ଞାନିକଙ୍କ ଛାଡିବା ରିପୋର୍ଟ ISRO ଭିତରେ ବ୍ରେନ୍ ଡ୍ରେନ୍ ବିଷୟରେ ଏକ ବିତର୍କ ସୃଷ୍ଟି କରିଛି ।
ତେବେ ୧୦୦ରୁ ଅଧିକ ବୈଜ୍ଞାନିକଙ୍କ ପ୍ରସ୍ଥାନ ଖବର ISROରେ ପ୍ରତିଭା ପଳାୟନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି। ଗଗନଯାନ ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ ମଧ୍ୟରେ ସରକାରଙ୍କ ଏହି କଡ଼ା ପଦକ୍ଷେପ ବୈଜ୍ଞାନିକଙ୍କ ପ୍ରସ୍ଥାନକୁ କେତେଦୂର ରୋକିପାରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories