ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟିବାର ପୁରିଛି ୫ ବର୍ଷ

ଅର୍ଗସ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟିବାର ୫ବର୍ଷ ପୁରିଛି । ଏଥିସହ ସେଠାରେ ସୁରକ୍ଷା ବ୍ୟବସ୍ଥାରେ ଆସିଛି ସୁଧାର । ହିଂସା ବଦଳରେ ସେଠାରେ ପରିବର୍ତ୍ତନର ନୂଆ ସମ୍ଭାବନା ଦେଖାଦେଇଛି । ୫ବର୍ଷ ତଳେ ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର ସହ ଧାରା ୩୭୦ ଉଚ୍ଛେଦ ପାଇଁ ଘୋଷଣା କରିଥିଲେ । ତା ପରଠାରୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଅନେକ ମାତ୍ରାରେ ହ୍ରାସ ପାଇଛି ।
ଅଧିକ ପଢନ୍ତୁ : ଦ୍ବିତୀୟ ପାଳିରେ ଧାରା ୩୭୦ ଉଚ୍ଛେଦ ଓ ରାମ ମନ୍ଦିର ସଂକଳ୍ପ ପୂରଣ
ଏଥିସହ ଆତଙ୍କବାଦୀଙ୍କ ବିରୋଧରେର କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ସେମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ସମର୍ଥନ ନାହିଁ । ପଥର ଫିଙ୍ଗା, ବିଚ୍ଛିନ୍ନତାବାଦୀ ସଂଗଠନ ମାନଙ୍କ ଦ୍ବାରା ପ୍ରତିବାଦ, ରାସ୍ତାରୋକ ଘଟଣା ପୁରାପୁରି ବନ୍ଦ ହୋଇଯାଇଛି । ଏଥିପାଇଁ ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟର ମତଦାନ କରିଥିଲେ । ୨୦୧୯ ତୁଳନାରେ ପ୍ରାୟ ୩୦ ପ୍ରତିଶତ ଅଧିକ ଭୋଟିଂ ହୋଇଥିଲା ।