Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

West Bengal Election 2026 / ଭୋଟ ପୂ୍ର୍ବରୁ ବନ୍ଦ ହେଲା ଜୟଗାଓଁ ଗେଟ୍; ଯାତାୟତ ଉପରେ ଲାଗିଲା ରୋକ୍

Subhramjit Ray
Browse all articles by Subhramjit Ray
·2 months ago·2 min read
ଭୋଟ ପୂ୍ର୍ବରୁ ବନ୍ଦ ହେଲା ଜୟଗାଓଁ ଗେଟ୍; ଯାତାୟତ ଉପରେ ଲାଗିଲା ରୋକ୍
West Bengal Election 2026

Key Points

ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମତଦାନ ଦେବା ପୂର୍ବରୁ ରାଜ୍ୟର ଆଲିପୁରଦ୍ୱାର ଜିଲ୍ଲାର ଜୟଗାଓଁ ସ୍ଥିତ ଥିବା ଭୁଟାନ ଗେଟ୍ ସୋମବାର (୨୦ ଅପ୍ରେଲ) ସନ୍ଧ୍ୟାରୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।
West Bengal Poll First Phase Voting 2026: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଅପ୍ରେଲ ୨୩ ତାରିଖ ବୁଧବାର ଅନୁଷ୍ଠିତ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହାକୁ ନଜରରେ ରଖି ରାଜ୍ୟ ପ୍ରଶାସନ ସତର୍କ ହୋଇଉଠିବା ସହ ଆଲିପୁରଦ୍ୱାର ଜିଲ୍ଲାର ଜୟଗାଓଁ ସ୍ଥିତ ଥିବା ଭୁଟାନ ଗେଟ୍ ସୋମବାର (୨୦ ଅପ୍ରେଲ) ସନ୍ଧ୍ୟାରୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ନିର୍ବାଚନ ସମୟରେ ସୁରକ୍ଷାକୁ ସୁଦୃଢ଼ ​​କରିବା ଏବଂ ଯେକୌଣସି ପ୍ରକାରର ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହିପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ କହିଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ ପର୍ଯ୍ୟଟକ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିଙ୍କ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଆଲିପୁରଦ୍ୱାର ଜିଲ୍ଲାର ଜୟଗାଓଁ ସ୍ଥିତ ଭାରତ-ଭୂଟାନ ଅନ୍ତର୍ଜାତୀୟ ସୀମା ଦେଇ ଯାତାୟତକୁ ଅସ୍ଥାୟୀ ଭାବରେ ପ୍ରତିବନ୍ଧିତ କରାଯାଇଛି। ଆସନ୍ତା ୨୩ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନକୁ ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ କରିବା ପାଇଁ ଏପରି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସୁରକ୍ଷା ଏଜେନ୍ସି ମଧ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସତର୍କ ନଜର ରଖିଛନ୍ତି।

ପ୍ରଥମ ଥର ବନ୍ଦ ହୋଇଛି ଭାରତ-ଭୂଟାନ ସୀମା
ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତ-ଭୂଟାନ ସୀମାକୁ ଯଥାଶୀଘ୍ର ବନ୍ଦ କରିବା କରିବା ପାଇଁ ପ୍ରଥମ ଥର ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପ୍ରକ୍ରିୟା ସମୟରେ କୌଣସି ବିଭ୍ରାଟ କିମ୍ବା ବାହ୍ୟ ହସ୍ତକ୍ଷେପକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସୁରକ୍ଷା ବାହିନୀକୁ ମଧ୍ୟ ସତର୍କ ରଖାଯାଇଛି ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିରନ୍ତର ପାଟ୍ରୋଲିଂ କରାଯାଉଛି। ଏହି ନିଷ୍ପତ୍ତି ନିଯୁକ୍ତି ପାଇଁ ଭୁଟାନ ଯାଇଥିବା ଲୋକଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି। ସରକାରୀ ବିଜ୍ଞପ୍ତି ଜାରି ହେବା ମାତ୍ରେ ବହୁ ସଂଖ୍ୟକ ଭାରତୀୟ ପ୍ରବାସୀ ଶ୍ରମିକ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ସୋମବାର ସକାଳରୁ ଜୟଗାଓଁ ସୀମାରେ ଶ୍ରମିକଙ୍କ ଭିଡ଼ ଜମିବା ଆରମ୍ଭ ହେବା ସହ ସେମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଲୋକେ ଘରକୁ ଫେରିବା ପାଇଁ ସୀମାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ।

ଏହା ସହ ପଢନ୍ତୁ: ଆସନ୍ତାକାଲି ଭୋଟ; ସିଲ୍ ହୋଇଗଲା ଭାରତ-ଭୂଟାନ ସୀମା

ସନ୍ଧ୍ୟା ୬ଟା ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ଭୁଟାନ ଗେଟ୍
ରିପୋର୍ଟ ଅନୁଯାୟୀ ଲକ୍ଷ ଲକ୍ଷ ଶ୍ରମିକ ପୂର୍ବରୁ ଏହି ଅନ୍ତର୍ଜାତୀୟ ପ୍ରବେଶ ଦ୍ୱାରା ସ୍ୱଦେଶ ଫେରିବା ପରେ ନିଜ ନିଜର ଘରକୁ ଚାଲିଯାଇଛନ୍ତି। ଭୁଟାନରେ କାମ କରୁଥିବା ଶ୍ରମିକଙ୍କୁ ସୋମବାର ସୁଦ୍ଧା ଦେଶକୁ ଫେରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ସୋମବାର (ଅପ୍ରେଲ ୨୦) ସନ୍ଧ୍ୟା ୬ଟା ପରେ ଭୁଟାନ ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯାହା ପରେ କେବଳ ବିଶେଷ ପରିସ୍ଥିତିରେ ଯାତାୟାତ କରିବାକୁ ଅନୁମତି ଦିଆଯିବ ପ୍ରଶାସନ ଜନସାଧାରଣଙ୍କୁ ନିୟମ ପାଳନ କରିବାକୁ ଏବଂ ସୀମାରେ ଅନାବଶ୍ୟକ ଭିଡ଼ ଜମାଇବାରୁ ଦୂରେଇ ରହିବାକୁ ନିବେଦନ କରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ପଦକ୍ଷେପ ନିର୍ବାଚନ ବେଳେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ​​କରିବ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal Polls: Jaigaon Bhutan Gate Sealed Ahead of Phase 1 Voting | Argus News