Assam Election 2026 / ଆସନ୍ତାକାଲି ଭୋଟ; ସିଲ୍ ହୋଇଗଲା ଭାରତ-ଭୂଟାନ ସୀମା
·5 months ago·3 min read

Key Points
୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ ୯ ତାରିଖ ଗୁରୁବାର ଅନୁଷ୍ଠିତ ହେବ ଭୋଟ ଗ୍ରହଣ।
Indo Bhutan Border Seal for Assam Election: ୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇସାରିଛି। ଶାନ୍ତି ଶୃଙ୍ଖଳାର ସହ ମତଦାନ ଆୟୋଜିତ କରିବା ପାଇଁ ନିର୍ବାଚନ ଆୟୋଗ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସୁରକ୍ଷାଗତ କାରଣକୁ ଦୃଷ୍ଟିରେ ରଖି ଆସାମ ସ୍ଥିତ ଭାରତ-ଭୂଟାନ ସୀମାକୁ ସିଲ୍ କରି ଦିଆଯାଇଛି।
ଆଗାମୀ ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଠାରୁ ଭାରତ-ଭୁଟାନ ସୀମା ଦେଇ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଆସାମ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ତାମୁଲପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ ସୀମା ପାର ପ୍ରବେଶ ଏବଂ ପ୍ରସ୍ଥାନ କେନ୍ଦ୍ରରେ ଏହି କଟକଣା ସୋମବାର ସନ୍ଧ୍ୟା ପାଞ୍ଚଟାରୁ କାର୍ଯ୍ୟକାରୀ ହୋଇଛି।
କଟକଣାରୁ ବାଦ ପଡ଼ିବ ଅତ୍ୟାବଶ୍ୟକ ସେବା
ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଅପ୍ରେଲ ୯ ତାରିଖ ଗୁରୁବାର ଅନୁଷ୍ଠିତ ହେବ ମତଦାନ। ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ଆନ୍ତର୍ଜାତୀୟ ସ୍ଥଳ ସୀମାକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ହେଲେ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଛାଡ ଦିଆଯାଇଛି। ଯେଉଁଥିରେ ଚିକିତ୍ସା ଜନିତ ଜରୁରୀକାଳୀନ ପରିସ୍ଥିତି ପାଇଁ ଭୁଟାନରୁ ଭାରତ ଆସୁଥିବା ଲୋକ, ବୈଧ ଦସ୍ତାବିଜ ସହିତ ଭୁଟାନ ଗସ୍ତ କରିଥିବା ଭାରତୀୟ ନାଗରିକ କିମ୍ବା ବିଦେଶୀ ପର୍ଯ୍ୟଟକ, ବୈଧ ଡକ୍ୟୁମେଣ୍ଟ ସହିତ ଭୁଟାନ ଯାତ୍ରା କରୁଥିବା ପର୍ଯ୍ୟଟକ ଏବଂ ତାମୁଲପୁର ଏବଂ ଗୋରେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ଅନ୍ତର୍ଭୂକ୍ତ ଅଛନ୍ତି।
ଏହା ସହ ପଢନ୍ତୁ: Kerala Election 2026 / ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କେରଳ; ମୈଦାନରେ ୮୮୩ ପ୍ରାର୍ଥୀ
୧୨୬ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ
ମୋଟ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଏହା ବ୍ୟତୀତ ସୀମାନ୍ତ ରହିଥିବା ଚେକପୋଷ୍ଟ ଠାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନକୁ ମଧ୍ୟ ଛାଡ଼ ଦିଆଯିବ। ଜିଲ୍ଲା ପ୍ରଶାସନ ସମସ୍ତ ସମ୍ପୃକ୍ତ ବିଭାଗ, ସୁରକ୍ଷା ଏଜେନ୍ସି ଏବଂ ସାଧାରଣ ଲୋକଙ୍କୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛି। ଆସନ୍ତା ମେ ୪ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଧାନସଭା ନିର୍ବାଚନ ପାଇଁ ଆସାମରେ ମୋଟ ୩୧୪୯୦ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହା ମଧ୍ୟରେ ୩୧୪୮୬ ମୁଖ୍ୟ ଏବଂ ଚାରୋଟି ସହାୟକ ମତଦାନ କେନ୍ଦ୍ର ରହିଛି। ଶାନ୍ତି ପୂର୍ଣ୍ଣ ଭୋଟଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ୱେବକାଷ୍ଟିଂ କରାଯିବ। ମତାଦନ କେନ୍ଦ୍ର ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସିଆରପିଏଫ ଯବାନ ନିୟୋଜିତ ରହିବେ।
ମତଦାନ କେନ୍ଦ୍ରରେ ମତଦାତାଙ୍କ ପାଇଁ ପାନୀୟ ଜଳ ଶୌଚାଳୟ, ହୁଇଲ ଚେୟାର, ପ୍ରତୀକ୍ଷାଳୟ ସହ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏପରିକି ମୋବାଇଲ ରଖିବା ପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି। ଭୋଟ ଗ୍ରହଣ ପାଇଁ ୧,୫୧,୧୩୨ ନିର୍ବାଚନ ଅଧିକାରୀଙ୍କୁ ନିୟୋଜତ କରାଯାଇଛି। ଭୋଟିଂ ପାଇଁ ୪୧୩୨୦ ବାଲାଟ ୟୁନିଟ୍, ୪୩୯୭୫ କଣ୍ଟ୍ରୋଲ ୟୁନିଟ୍, ୪୩୯୯୭ ଭିଭିପାଟ୍ ମେସିନ୍ ବ୍ୟବହାର କରାଯିବ। ଏହି ନିର୍ବାଚନରେ ମୋଟ ୭୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୨ କୋଟି ୫୦ ଲକ୍ଷ ୫୪ ହଜାର ୪୬୩ ଜଣ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।
ଏହା ସହ ପଢନ୍ତୁ: ଦେଶର କେଉଁ ରାଜ୍ୟରେ ଅଛନ୍ତି କେତେ ଭୋଟର?
ମୋଟ ମତଦାତାଙ୍କ ମଧ୍ୟରୁ ୧ କୋଟି ୨୫ ଲକ୍ଷ ୩୧ ହଜାର ୫୫୨ ଜଣ ପୁରୁଷ ଥିବା ବେଳେ ୧ କୋଟି ୨୫ ଲକ୍ଷ ୨୨ ହଜାର ୫୯୩ ଜଣ ହେଉଛନ୍ତି ମହିଳା। ସେହିପରି ୧୮-୧୯ ବର୍ଷର ୬ ଲକ୍ଷ ୪୨ ହଜାର ୩୧୪ ଜଣ ଜେନ୍-ଜି ଭୋଟର (Gen-Z Voter) ପ୍ରଥମ ଥର ପାଇଁ ଭୋଟ ଦେବେ। ଅନ୍ୟପଟେ ୨୦-୨୯ ବର୍ଷ ବୟସର ୬୬.୩୦ ଲକ୍ଷ ଯୁବ ଭୋଟର, ୬୩୪୨୩ ସରକାରୀ କର୍ମଚାରୀ, ୩୧୮ ତୃତୀୟ ଲିଙ୍ଗ, ୨ ଲକ୍ଷ ୫୦ ହଜାର ୬ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ, ୨ ଲକ୍ଷ ୫ ହଜାର ୮୫ ଜଣ ଦିବ୍ୟାଙ୍କ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

Related Topics
Explore more stories