Fire In Hospital / ହସ୍ପିଟାଲ୍ର ଟ୍ରମା କେୟାରରେ ସର୍ଟ ସର୍କିଟରୁ ICUକୁ ବ୍ୟାପିଗଲା ନିଆଁ

Key Points
ଟ୍ରମା ସେଣ୍ଟରର ଦ୍ଵିତୀୟ ମହଲାରେ ଥିବା ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ବେଳେ ୱାର୍ଡରେ ଅନେକ ରୋଗୀ ଥିଲେ । ନିଆଁ ଲାଗିବା ପରେ ହସ୍ପିଟାଲ୍ ପରିସରରେ ଆତଙ୍କ ଖେଳି ଯାଇଥିଲା । ଆଉ ରୋଗୀଙ୍କୁ ତୁରନ୍ତ ବାହାର କରା ଯାଇଥିଲା ।
ଜୟପୁର (ରାଜସ୍ଥାନ): ହସ୍ପିଟାଲ୍ରେ ଅଗ୍ନିକାଣ୍ଡ, ୮ ଜଣଙ୍କ ମୃତ୍ୟୁ । ଏବେ ସଂକଟାପନ୍ନ ରହିଛି ୫ ଜଣଙ୍କ ଅବସ୍ଥା । ରାଜସ୍ଥାନର ସବୁଠାରୁ ବଡ଼ ସରକାରୀ ମେଡିକାଲ ସୱାଇ ମାନ ସିଂହ ହସ୍ପିଟାଲ୍ର ଟ୍ରମା ସେଣ୍ଟରରେ ରବିବାର ରାତି ୧୧ଟାରେ ନିଆଁ ଲାଗିଥିଲା ।
ଟ୍ରମା ସେଣ୍ଟରର ଦ୍ଵିତୀୟ ମହଲାରେ ଥିବା ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ବେଳେ ୱାର୍ଡରେ ଅନେକ ରୋଗୀ ଥିଲେ । ନିଆଁ ଲାଗିବା ପରେ ହସ୍ପିଟାଲ୍ ପରିସରରେ ଆତଙ୍କ ଖେଳି ଯାଇଥିଲା । ଆଉ ରୋଗୀଙ୍କୁ ତୁରନ୍ତ ବାହାର କରା ଯାଇଥିଲା ।
ଏଥିସହ ପଢ଼ନ୍ତୁ: ବରୁଣେଇରେ ବାର୍ହା ନେଲା ଜୀବନ, ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ କର୍ମଚାରୀ ମୃତ
ସମଗ୍ର ଅଞ୍ଚଳ ନିଆଁ ଓ ଧୂଆଁମୟ ହୋଇ ଯାଇଥିବା ବେଳେ ICUରୁ ବାହାର କରି ରୋଗୀଙ୍କୁ ଦୀର୍ଘ ସମୟ ଧରି ରାସ୍ତା ଉପରେ ରଖିବାକୁ ପଡ଼ିଥିଲା । ଆଉ ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି ।
ପ୍ରାଥମିକ ସୂଚନା ଅନୁସାରେ, କୌଣସି ବୈଦ୍ୟୁତିକ ଉପକରଣରେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ତେବେ ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ । ଅଗ୍ନିକାଣ୍ଡ ପରେ ମେଡିକାଲ୍ର ଅଗ୍ନି ପ୍ରତିରୋଧକ ବ୍ୟବସ୍ଥାର ସମୀକ୍ଷା ଆରମ୍ଭ ହୋଇଛି । ନିଆଁ କେମିତି ଲାଗିଲା ତାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି ।
📱 Get Argus News App
✨
ନିଆଁ ନେଇ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଯୋଗେନ୍ଦ୍ର ସିଂହ କହିଛନ୍ତି, "ହସ୍ପିଟାଲ୍ କର୍ମଚାରୀଙ୍କ ଅବହେଳାରୁ ଏହି ନିଆଁ ଲାଗିଛି । ମୋ ମା' ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ନେଇ ଯେତେବେଳେ ସାଇରନ୍ ବାଜିଲା ତ ମୁଁ ଡାକ୍ତରଙ୍କୁ ଜଣାଇଥିଲି । କିନ୍ତୁ କେହି ଶୁଣି ନଥିଲେ, ଆଉ ଅଚାନକ ଧୂଆଁ ବ୍ୟାପିବାରୁ ସମସ୍ତ କର୍ମଚାରୀ ବାହାରକୁ ପଳାଇଥିଲେ ।"
ଏଥିସହ ପଢ଼ନ୍ତୁ: କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା, ବିଶୃଙ୍ଖଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
ସେ ଆହୁରି କହିଛନ୍ତି, "ପ୍ରବଳ ଧୂଆଁ ଭିତରେ ସାହାଯ୍ୟ ପାଇଁ କେହି ଜଣେ ବି ନଥିଲେ । ମୁଁ ବାହାରେ ଥିଲି । ପୋଲିସକୁ ପଚାରିବାରୁ ସେମାନେ କହିଲେ ସମସ୍ତଙ୍କୁ ବାହାରକୁ ଅଣା ଯାଇଛି । କିନ୍ତୁ ସେତେବେଳେ ବି ମୋ ମାଆ ମେଡିକାଲ୍ ଭିତରେ ଥିଲେ । କୌଣସି ପ୍ରକାରେ ମୁଁ ଓ ମୋ ଭାଇ ମାଆକୁ ବାହାରକୁ ଆଣିଥିଲୁ । କିନ୍ତୁ ତାଙ୍କ ଅବସ୍ଥା ଗମ୍ଭୀର ରହିଛି ।"
ଅଗ୍ନିକାଣ୍ଡ ନେଇ ହସ୍ପିଟାଲର ଟ୍ରମା କେୟାର ମୁଖ୍ୟ ଅନୁରାଗ ଥାକଡ଼ କହିଛନ୍ତି, "ଟ୍ରମା ସେଣ୍ଟରର ଦ୍ଵିତୀୟ ମହଲାରେ ଦୁଇଟି ଆଇସିୟୁ ରହିଛି । ଗୋଟିଏ ଟ୍ରମା ଆଇସିୟୁ, ଅନ୍ୟଟି ସେମି-ଆଇସିୟୁ । ସେଠାରେ ୨୪ ରୋଗୀ ଥିଲେ, ଟ୍ରମା ଆଇସିୟୁରେ ୧୧ ଓ ସେମି-ଆଇସିୟୁରେ ୧୩ ଜଣ ଥିଲେ । ଟ୍ରମା ଆଇସିୟୁରେ ସର୍ଟ ସର୍କିଟ୍ ହୋଇଥିଲା ଓ ନିଆଁ ବ୍ୟାପି ଯାଇଥିଲା ।"
Related Topics
Explore more stories