Curfew Imposed in Cuttack / କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା, ବିଶୃଙ୍ଖଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

Key Points
କଟକ ସହରର କିଛି ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ। ସହରର ଏକାଧିକ ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ। ଆଜି ରାତି ୧୦ଟାରୁ ଆସନ୍ତା ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ରହିବ।
କଟକରେ ଦୁଇ ଗୋଷ୍ଠୀ ବିବାଦ ପରେ ବଡ଼ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ୍ । ପ୍ରଥମେ ଇଣ୍ଟରନେଟ୍ ବନ୍ଦ ଆଉ ଏବେ କଟକରେ ଜାରି ହୋଇଛି କର୍ଫ୍ୟୁ । ଆଗାମୀ ୩୬ ଘଣ୍ଟା ପାଇଁ କଟକରେ ଲାଗୁ ହେଲା କର୍ଫ୍ୟୁ । କଟକ ସହରର ଏକାଧିକ ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତା ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟଥାନା, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର ଥାନା, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି ଥାନା, ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ଆଗାମୀ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ।
ଅଧିକ ପଢ଼ନ୍ତୁ: କଟକରେ ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ବିଶୃଙ୍ଖଳାକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ସେହିପରି କଟକରେ ସୋସିଆଲ ମିଡିଆ ଉପରେ ଲାଗିଲା କଟକଣା । କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ପରେ ପ୍ରଶାସନ ଏଭଳି କଟକଣା ଲଗାଇଛି । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ୍ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । CMC, CDA ଓ ବୟାଳିଶ ମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ ହୋଇଛି ।
ଅଧିକ ପଢ଼ନ୍ତୁ: କଟକରେ ଇଣ୍ଟରନେଟ୍ ସେବା ବନ୍ଦ, ୨୪ ଘଣ୍ଟା ପାଇଁ ଚାଲିବନି ସୋସିଆଲ ମିଡିଆ
ସେପଟେ କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ଦଶହରା ଭସାଣିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ଭସାଣ ଉତ୍ସବରେ ବିଧର୍ମୀମାନେ ଯେଉଁଭଳି ମା' ଦୁର୍ଗାଙ୍କ ପ୍ରତିମା ଓ ଶୋଭାଯାତ୍ରାକାରୀଙ୍କ ଉପରେ ଢେଲା ମାଡ଼ ଓ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଗଲା ତାକୁ ନିନ୍ଦା କରିଛି ପରିଷଦ । ଆସନ୍ତାକାଲି ବନ୍ଦକୁ ସଫଳ କରିବା ପାଇଁ ଆଜି ଭିଏଚପି ପକ୍ଷରୁ ପୋତା ପୋଖରୀରୁ ଏକ ବାଇକ ରାଲି ବାହାରି ସହର ପରିକ୍ରମା କରିଥିଲା ।
📱 Get Argus News App
✨ସେପଟେ କଟକ ସହରରେ ପୁଣିଥରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପକ୍ଷରୁ ହାତୀ ପୋଖରୀ ଓ ଆଖପାଖ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଦରଘା ବଜାରରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ହାତିପୋଖରୀ ହୋଇ ସେମିନାରୀ ଛକ ଯାଇଥିଲା । ସେଠାରୁ ନିମସାହି, କାଠଗଡା ସାହି ହୋଇ ପୁଣି ଦରଘାବଜାରରେ ପହଂଚିଥିଲା । କୌଣସି ଗୁଜବରେ ବିଶ୍ବାସ ନକରି, ସମସ୍ୟା ହେଲେ ପୋଲିସ୍ ସହାୟତା ନେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଡିସିପି ହେଡ୍ କ୍ବାଟର ପ୍ରକାଶ ପାଲ ।
ସୂଚନା ଅନୁସାରେ ଗତ ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ କଟକ ହାତୀପୋଖରୀ ଛକରେ ଦୁର୍ଗା ଭସାଣବେଳେ ରାଜରାସ୍ତା ପାଲଟିଥିଲା ରଣକ୍ଷେତ୍ର । ମା'ଙ୍କ ଭସାଣ ପାଇଁ ଧାଡ଼ି କରି ଯାଉଥିଲାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକଙ୍କ ସହ ଝାଞ୍ଜିରୀମଙ୍ଗଳା କମିଟି ଯୁବକଙ୍କର ହୋଇଥିଲା ଗଣ୍ଡଗୋଳ । ପ୍ରଥମେ ପାଟିତୁଣ୍ଡ, ହାତାହାତି । ତା ପରେ ନେଲା ଗୋଷ୍ଠୀ ସଂଘର୍ଷର ରୂପ । ଏଥିରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ।
Related Topics
Explore more stories