|
logo
Live
Argus News App
GET APP

Argus News - ବରୁଣେଇରେ ବାର୍‌ହା ନେଲା ଜୀବନ, ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ କର୍ମଚାରୀ ମୃତ

Odisha

Boar Attack / ବରୁଣେଇରେ ବାର୍‌ହା ନେଲା ଜୀବନ, ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ କର୍ମଚାରୀ ମୃତ

Sushanta Sahoo
Browse all articles by Sushanta Sahoo
·5 months ago·1 min read
ବରୁଣେଇରେ ବାର୍‌ହା ନେଲା ଜୀବନ, ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ କର୍ମଚାରୀ ମୃତ

Key Points

ବରୁଣେଇ ପାହାଡ଼ରେ ବାର୍‌ହା ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ବରୁଣେଇ ବିଟ୍ ହାଉସ୍‌ରେ କାର୍ଯ୍ୟରତ ଷଷ୍ଠ ବାଟାଲିୟନର ପ୍ରଦୀପ କୁମାର ପେରେଇ ।

ଖୋର୍ଦ୍ଧା: ବରୁଣେଇ ପାହାଡ଼ରେ ବାର୍‌ହା ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ବରୁଣେଇ ବିଟ୍ ହାଉସ୍‌ରେ କାର୍ଯ୍ୟରତ ଷଷ୍ଠ ବାଟାଲିୟନର ପ୍ରଦୀପ କୁମାର ପେରେଇ । ଗୁରୁତର ଆହତ ହୋଇଥିବା ୩ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।


ଏଥିସହ ପଢ଼ନ୍ତୁ: କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା, ବିଶୃଙ୍ଖଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ


ସୂଚନା ଅନୁସାରେ, ରବିବାର କିଛି ପର୍ଯ୍ୟଟକ ବଣଭୋଜି କରିବାକୁ ବରୁଣେଇ ପାହାଡ଼ ଉପରକୁ ଯାଇଥିଲେ । ସେହି ସମୟରେ ବାର୍‌ହା ଆକ୍ରମଣ କରିଥିବା ଖବର ମିଳିଥିଲା । ଖବର ପାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଅନ୍ୟ OSAP କର୍ମଚାରୀଙ୍କ ସହ ଯାଇଥିଲେ ପ୍ରଦୀପ । ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ବେଳେ ପ୍ରଦୀପଙ୍କୁ ବାର୍‌ହା ଆକ୍ରମଣ କରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କର ମୃତ୍ୟୁ ହୋଇଛି । ପର୍ଯ୍ୟଟକମାନେ ଫସି ରହିଥିବା ବେଳେ ପୋଲିସ ଓ ବନ ବିଭାଗ ଉଦ୍ଧାର ପାଇଁ ପହଞ୍ଚିଥିଲା । ହେଲେ ଉଦ୍ଧାର ପାଇଁ ଯାଇ ଫସି ଯାଇଥିଲେ ପୋଲିସ ଓ ବନ ବିଭାଗ । ପରେ ଅନ୍ୟ କର୍ମଚାରୀ ମିଶି ପ୍ରାୟ ୧୦ ଘଣ୍ଟା ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।


ଏଥିସହ ପଢ଼ନ୍ତୁ: ପୁଣି ଏକ ରବିବାର, ପୁଣି ଥରେ ପାକିସ୍ତାନକୁ ହରାଇଲା ଭାରତ


ଗୁରୁତର ଆହତମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକ ପ୍ରଦୀପ କୁମାରଙ୍କ ଘର ଯାଜପୁର ଜିଲ୍ଲା କୋରେଇ ଥାନା ମଦନପୁର ଅଞ୍ଚଳରେ । ତେବେ ବରୁଣେଇ ପାହାଡ଼ରେ ବାର୍‌ହା ଆକ୍ରମଣରେ କାହାର ମୃତ୍ୟୁ ଘଟିବା ପ୍ରଥମ ଘଟଣା ବୋଲି କୁହାଯାଉଛି ।

Related Topics

Explore more stories

Sponsored
Boar Attack: ବରୁଣେଇରେ ବାର୍‌ହା ନେଲା ଜୀବନ, ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ କର୍ମଚାରୀ ମୃତ | Argus News