Wall Collapse / ଭୁଶୁଡ଼ିଲା ନିର୍ମାଣାଧିନ କୋଠାର ପାଚେରୀ; ୩ ଶ୍ରମିକ ମୃତ, ଅନେକ ଫସିଥିବା ଆଶଙ୍କା
·1 hour ago·2 min read

Key Points
ଅନ୍ୟ ପାଇଁ ଘର ତୋଳୁ ତୋଳୁ ଚାପି ହୋଇ ଜୀବନ ହାରିଛନ୍ତି ୩ ଜଣ ଶ୍ରମିକ । ରାଜସ୍ଥାନର ରାଜଧାନୀ ଜୟପୁରର ଆମେର ଅଞ୍ଚଳରେ ନିର୍ମାଣାଧିନ କୋଠାର ପାଚେରୀ ଭୁଶୁଡ଼ିବାରୁ ସୋମବାର ୩ ଜଣଙ୍କ ମୃତ୍ୟୁ ହୋଇଛି ।
ଜୟପୁର: ଦାଦନ ଯାଇ ଖଟୁଥିଲେ, ନିଜ ପେଟ ପୋଷିବା ସହ ପରିବାର ପ୍ରତିପୋଷଣ କରୁଥିଲେ । ଖରା ତରାକୁ ଖାତିର୍ ନଥିଲା । ପେଟ ଚାଖଣ୍ଡକ ପାଇଁ ଅହରହ ସଂଘର୍ଷ ଚାଲିଥିଲା । ଆଉ ସେହି ସଂଘର୍ଷର ଯାତ୍ରା ଭିତରେ ଶ୍ରମିକ କର୍ମ ସ୍ଥଳରେ ଶବ ପାଲଟି ଯାଇଛି ।
ଜଣେ କି ଦୁଇ ଜଣ ନୁହେଁ ଅନ୍ୟ ପାଇଁ ଘର ତୋଳୁ ତୋଳୁ ଚାପି ହୋଇ ଜୀବନ ହାରିଛନ୍ତି ୩ ଜଣ ଶ୍ରମିକ । ରାଜସ୍ଥାନର ରାଜଧାନୀ ଜୟପୁରର ଆମେର ଅଞ୍ଚଳରେ ନିର୍ମାଣାଧିନ କୋଠାର ପାଚେରୀ ଭୁଶୁଡ଼ିବାରୁ ସୋମବାର ୩ ଜଣଙ୍କ ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ବିବାହ ଟେଣ୍ଟ ବାନ୍ଧି ଫେରିବା ବାଟରେ ପାହାଡ଼ରୁ ଖସିଲା ବାଇକ୍; ଚାଲିଗଲା ୩ ଜୀବନ
ପାଚେରୀର ଭଗ୍ନାଂଶ ତଳେ ଏବେ ବି ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ପାଚେରୀ ଭୁଶୁଡ଼ିବା ଏବଂ ଶ୍ରମିକ ଚାପି ହୋଇଯିବା ଖବର ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ପୋଲିସ ଓ ରେସ୍କ୍ୟୁ ଟିମ୍ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲେ । NDRF ଓ SDRF ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ସନ୍ଦେଶ ନାୟକ ।
ମଧ୍ୟାହ୍ନ ଭୋଜନ ବେଳେ ଧସିଲା ପାଚେରୀ
ନିର୍ମାଣାଧିନ କୋଠାର ପାଚେରୀ ଭୁଶୁଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକକଙ୍କ ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳା ଶ୍ରମିକ ଅଛନ୍ତି । ମୃତାହତ ଶ୍ରମିକ ବିହାର ଓ ଝାଡ଼ଖଣ୍ଡର ବୋଲି ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ଫଟୋ ଉଠାଇବା ବେଳେ ଭସାଇ ନେଲା ନଦୀ; କାବେରୀରେ ବୁଡ଼ି ଯାଇ ୫ ମୃତ
ସୂଚନା ଅନୁସାରେ, ପାଚେରୀ ଧସିବା ସମୟରେ ଅଧିକାଂଶ ଶ୍ରମିକ ସେଠାରେ ଉପସ୍ଥିତ ନଥିଲେ । ମଧ୍ୟାହ୍ନ ହୋଇଥିବାରୁ କିଛି ଶ୍ରମିକ ଖାଇବାକୁ ଚାଲି ଯାଇଥିଲେ । ସେହି ସମୟରେ ୫ରୁ ୬ ଜଣ ଶ୍ରମିକ ସେଠାରେ ଉପସ୍ଥିତ ଥିବା ଆଶଙ୍କା କରାଯାଉଛି ।
ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ, ସେଠାରେ ପ୍ରାୟ ୧୨ ଜଣ ଥିଲେ । ସେମାନେ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତାହତଙ୍କ ସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories