Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିବାହ ଟେଣ୍ଟ ବାନ୍ଧି ଫେରିବା ବାଟରେ ପାହାଡ଼ରୁ ଖସିଲା ବାଇକ୍; ଚାଲିଗଲା ୩ ଜୀବନ

Odisha

Accident / ବିବାହ ଟେଣ୍ଟ ବାନ୍ଧି ଫେରିବା ବାଟରେ ପାହାଡ଼ରୁ ଖସିଲା ବାଇକ୍; ଚାଲିଗଲା ୩ ଜୀବନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିବାହ ଟେଣ୍ଟ ବାନ୍ଧି ଫେରିବା ବାଟରେ ପାହାଡ଼ରୁ ଖସିଲା ବାଇକ୍; ଚାଲିଗଲା ୩ ଜୀବନ
3 Labourers Die in Hill Road Bike Accident

Key Points

୨୦୦ ଫୁଟ୍ ତଳକୁ ବାଇକ୍ ଖସିବାରୁ ଚାଲିଗଲା ୩ ଜୀବନ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ସେପଟେ ଗଞ୍ଜାମ ଜିଲ୍ଲାର ଅଗସ୍ତି ନୂଆଗାଁ ଜାତୀୟ ରାଜପଥରେ ଟ୍ରକ୍ ପଛକୁ ପିକଅପ ଭ୍ୟାନ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ରାଇରଙ୍ଗପୁର (ମୟୂରଭଞ୍ଜ): ପାହାଡ଼ିଆ ରାସ୍ତାରେ ଅଘଟଣ । ୨୦୦ ଫୁଟ୍ ତଳକୁ ବାଇକ୍ ଖସିବାରୁ ଚାଲିଗଲା ୩ ଜୀବନ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୩ ଜଣ ପ୍ରାଣ ହରାଇଛନ୍ତି ।

ମୃତକ ମାନେ ଏକ ଟେଣ୍ଟ ହାଉସ୍‌ରେ ଶ୍ରମିକ ଭାବେ କାମ କରୁଥିଲେ । ପାହାଡ଼ ଉପରେ ଥିବା ଗାଁରେ ବିବାହ ପାଇଁ ଟେଣ୍ଟ ବାନ୍ଧି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୩ ଜଣ ଯୁବକ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ସାଙ୍ଗମାନଙ୍କ ସହ ଖେଳୁଥିଲେ କ୍ରିକେଟ୍; ବଜ୍ରପାତରେ ଚାଲିଗଲା ୨ ନାବାଳକଙ୍କ ଜୀବନ 

ସୂଚନା ଅନୁଯାୟୀ, ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରଡ଼ାପାଣି ଗାଁକୁ ତିନି ଜଣ ଶ୍ରମିକ ଗୁରୁବାର ଏକ ବିବାହ ଉତ୍ସବ ପାଇଁ ଟେଣ୍ଟ ବାନ୍ଧିବା ପାଇଁ ଯାଇଥିଲେ । ଗୁରୁବାର ରାତିରେ ପାହାଡ଼ ଉପରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ଭାରସାମ୍ୟ ହରାଇ ତିନି ଜଣ ବାଇକ୍ ସହିତ ପାହାଡ଼ ତଳକୁ ଖସି ପଡ଼ିଥିଲେ ।

ଶୁକ୍ରବାର ଅପରାହ୍ଣରେ ଗୋରୁ ଚରାଉଥିବା କିଛି ବ୍ୟକ୍ତି ୩ ଜଣଙ୍କ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ ।

ସନ୍ଧ୍ୟାରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ମୃତ ତିନି ଜଣ ହେଲେ ସୁଦର୍ଶନ ଗ୍ରାମପଞ୍ଚାୟତ ସାନଜାରି ଗାଁର ମନୋଜ ମୁଣ୍ଡା, ମନୋଜ ମୁଣ୍ଡାରୀ ଏବଂ ଦୁଧିଚୁଆଁ ଗାଁର ବୀର ସିଂ ମୁଣ୍ଡା ।

ଟ୍ରକ୍‌କୁ ପିଟିଲା ପିକଅପ ଭ୍ୟାନ୍‍, ୨ ମୃତ

ସେପଟେ ଗଞ୍ଜାମ ଜିଲ୍ଲାର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଟ୍ରକ୍ ପଛକୁ ପିକଅପ ଭ୍ୟାନ ଧକ୍କା ଦେଇଛି । ଫଳରେ ପିକଅପ ଭିତରେ ଚାପି ହୋଇ ରହି ଯାଇଥିଲେ ଡ୍ରାଇଭର ଓ ହେଲପର । ଉଭୟଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ୍ ନିଆ ଯାଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ଆଖି ବୁଜିଲେ ଆଉ ତିନି ଜଣ ଓଡ଼ିଆ ଶ୍ରମିକ 

ରାସ୍ତା କଡ଼ରେ ଏକ ଟ୍ରକକୁ ପିକଅପ ଭ୍ୟାନ୍ ପଛରୁ ଧକ୍କା ଦେଇଥିଲା । ଫଳରେ ପିକଅପ୍‌ର ଡ୍ରାଇଭର ଓ ହେଲପର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପିକଅପ୍ ଭ୍ୟାନ୍‌କୁ କାଟି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ।

ଉଭୟଙ୍କୁ ରକ୍ତ ଜୁଡ଼ବୁଡ଼ୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ୍ ନିଆ ଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ ପୋଲିସ ଛାନଭିନ୍ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored