Selfie Turns Fatal / ଫଟୋ ଉଠାଇବା ବେଳେ ଭସାଇ ନେଲା ନଦୀ; କାବେରୀରେ ବୁଡ଼ି ଯାଇ ୫ ମୃତ
·1 hour ago·2 min read

Key Points
ଅନେକଙ୍କ ସଉକ ଥାଏ କେଉଁ ଆଡ଼େ ଗଲେ ଫଟୋ ଉଠାଇବା । ଆଉ ଏହି ସଉକ କ୍ଷଣିକରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି ।
ବେଙ୍ଗାଳୁରୁ: କୁଆଡ଼େ ବୁଲିବାକୁ ଗଲେ ଆମେ ଫଟୋ ଉଠାଇ ଥାଉ । ଯାହା ସନ୍ତକ ହୋଇ ରୁହେ, ପୁରୁଣା ଦିନକୁ ସ୍ମୃତି ହୋଇ ମନେ ପକାଏ । ଆଉ ଅନେକଙ୍କ ସଉକ ଥାଏ କେଉଁ ଆଡ଼େ ଗଲେ ବି ଫଟୋ ଉଠାଇବା । ଆଉ ଏହି ସଉକ କ୍ଷଣିକରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି ।
ଏଭଳି ଅଘଟଣ ଘଟିଛି କର୍ଣ୍ଣାଟକରେ । ଯେଉଁଠି ସେଲ୍ଫି ନେବା ବେଳେ ଗୋଟିଏ ପରିବାରର ୫ ଜଣଙ୍କୁ ଭସାଇ ନେଇଛି କାବେରୀ ନଦୀର ପ୍ରଖର ସ୍ରୋତ । କର୍ଣ୍ଣାଟକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମୁଥାଥି ନିକଟରେ ଏହି ଅଘଟଣ ଘଟିଛି ।
ଏଥିସହ ପଢ଼ନ୍ତୁ: ରଜ ସଂକ୍ରାନ୍ତିରେ ଅଘଟଣ; ପୁରୀ ବେଳାଭୂମିରେ ବୁଡ଼ିଗଲେ ୪ ପର୍ଯ୍ୟଟକ
ସୂଚନା ଅନୁସାରେ, ଗୋଟିଏ ପରିବାରର ୫ ଜଣ କାବେରୀ ନଦୀ କୂଳରେ ଥିବା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ବୁଧବାର ସନ୍ଧ୍ୟା ପ୍ରାୟ ୫ଟାରେ ଫଟୋ ଉଠାଇବାକୁ ନଦୀ କୂଳକୁ ଯାଇଥିଲେ । ଫଟୋ ଚକ୍କରରେ ନଦୀ ଭିତରକୁ ସମସ୍ତେ ଚାଲି ଯାଇଥିଲେ ।
ଆଉ ସେହି ସମୟରେ କାବେରୀର ପ୍ରଖର ସ୍ରୋତରେ ପରିବାରର ୫ ଜଣ ଭାସି ଯାଇଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ମୃତକ ୨୦ ବର୍ଷୀୟ ଚୈତ୍ରା, ୨୮ ବର୍ଷୀୟ ପ୍ରିୟଙ୍କା, ୩୮ ବର୍ଷୀୟ ଶ୍ଵେତା, ୫୦ ବର୍ଷୀୟ ବିଜୟମ୍ମା ଓ ମହେଶ ବୋଲି ଜଣାପଡ଼ିଛି ।
ମୁଥାଥି ନିକଟ କାବେରୀ ନଦୀରେ ୫ ଜଣ ଭାସିଯିବା ଖବର ପାଇ ଅଗ୍ନିଶମ ବାହିନୀ ଓ ଅନ୍ୟ ଜରୁରୀକାଳୀନ ଏଜେନ୍ସି ପହଞ୍ଚି ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ୫ ଜଣଙ୍କ ମୃତଦେହ ଉଦ୍ଧାର ପରେ MIMS ବ୍ୟବଚ୍ଛେଦ ଲାଗି ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ମଝି ନଈରେ ଓଲଟିଲା ଡଙ୍ଗା; ଭୟଙ୍କର ଚିତ୍କାରରେ କମ୍ପିଲା ଗଙ୍ଗା ଘାଟ
ଫଟୋ ପାଇଁ ପରିବାର ସଫା
ତେବେ, ଫଟୋ ପାଇଁ ପରିବାରର ୫ ଜଣଙ୍କ ଜୀବନ ଯିବା ନୂଆ ନୁହେଁ । ଏଭଳି ମାମଲା ପୂର୍ବରୁ ସାମ୍ନାକୁ ଆସିଛି । ଅନେକ ସମୟରେ ସେଲ୍ଫି ନେବା ଚକ୍କରରେ ଆମେ ଅସାବଧାନ ହେଇ ଯାଉ । ଆଉ କ୍ଷଣିକରେ ଜୀବନ ଚାଲିଯାଏ । ତେଣୁ ଯେବେ ବି କୌଣସି ନଦୀ, ଜଳାଶୟ, ସମୁଦ୍ର ନିକଟରେ ଫଟୋ ଉଠାଇବା ବେଳେ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଜୀବନ ବଞ୍ଚାନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories