Videos
|
National

Kulgam Terror Attack / କୁଲଗାମ ଆତଙ୍କୀ ହମଲା ପଛରେ ଲସ୍କର ମଡ୍ୟୁଲ୍! ୫୦୦ରୁ ଅଧିକ ଲୋକଙ୍କୁ ଜେରା, ୨୦ ଅଟକ

Subhramjit Ray
Browse all articles by Subhramjit Ray
·18 mins ago·3 min read
କୁଲଗାମ ଆତଙ୍କୀ ହମଲା ପଛରେ ଲସ୍କର ମଡ୍ୟୁଲ୍! ୫୦୦ରୁ ଅଧିକ ଲୋକଙ୍କୁ ଜେରା, ୨୦ ଅଟକ
Kulgam Terror Attack Probe (Photo Source: Social Media/AI)

Key Points

ଜାମୁ-କାଶ୍ମୀରର କୁଲଗାମରେ CRPF ଯବାନଙ୍କ ଉପରେ ଆକ୍ରମଣ ଘଟଣାରେ ଲସ୍କର-ଏ-ତୋଏବା ମଡ୍ୟୁଲ୍‌ର ସମ୍ପୃକ୍ତି ନେଇ ସନ୍ଦେହ ବଢ଼ିଛି। ତଦନ୍ତକାରୀ ସଂସ୍ଥା ୫୦୦ରୁ ଅଧିକ ଲୋକଙ୍କୁ ଜେରା କରିଥିବା ବେଳେ ପ୍ରାୟ ୨୦ ଜଣଙ୍କୁ ଅଟକ ରଖିଛନ୍ତି। ଆତଙ୍କୀ ଅବଦୁଲ ଲତିଫ୍ ଭଟ୍ଟ ଓ OGW ନେଟୱାର୍କ ଉପରେ ତଦନ୍ତ ଜାରି ରହିଛି।






















ଜାମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାରି ରହିଛି ତଦନ୍ତ। ସୁରକ୍ଷା ଏଜେନ୍ସି ଅନୁମାନ କରୁଛନ୍ତି ଯେ ଏହି ଆକ୍ରମଣ ପୂର୍ବ ଯୋଜନାବଦ୍ଧ ରହିଥିଲା। ଯେଉଁଥିରେ ଲସ୍କର-ଏ-ତୋଏବା ମଡ୍ୟୁଲ୍ ସାମିଲ ହୋଇଥିଲା। ତଦନ୍ତରେ ସ୍ଥାନୀୟ ଆତଙ୍କବାଦୀ ଅବଦୁଲ ଲତିଫ ଭଟ୍ଟ ନାମ ପ୍ରଥମେ ସାମ୍ନାକୁ ଆସିଛି। ଏଜେନ୍ସି ସନ୍ଦେହ କରୁଛନ୍ତି ଯେ ୨ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ଏହି ଆକ୍ରମଣରେ ସାମିଲ ହୋଇଥିଲେ। ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ସ୍ଥାନୀୟ ସମର୍ଥନ ମିଳିବାର ସମ୍ଭାବନା ରହିଥିବାରୁ ବଡ଼ ଧରଣର ଜେରା ଏବଂ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି।

ଗତ ବୁଧବାର (୧୧ ନଭେମ୍ବର) ଦିନ ପ୍ରାୟ ୦୨:୧୫ ସମୟରେ କୁଲଗାମ ଜିଲ୍ଲାର ମୀର ବଜାର ନିକଟସ୍ଥ ଆଖରାନ ଅଞ୍ଚଳରେ ଏହି ଆକ୍ରମଣ ଘଟିଥିଲା। ଆତଙ୍କବାଦୀ ସିଆରପିଏଫ୍ ୪୬ତମ ବାଟାଲିୟନ୍ ଚେକ୍ ପଏଣ୍ଟ ପାର୍ଟି ଉପରେ ହଠାତ୍ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ହେଡ୍ କନେଷ୍ଟବଳ ସୋମବୀର ସିଂହ, କନେଷ୍ଟବଳ ରାକେଶ ଦାସ ଏବଂ କନେଷ୍ଟବଳ ସନ୍ତୋଷ ଚନ୍ଦ୍ରୁ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ GMC ଅନନ୍ତନାଗ ଏବଂ ପରେ ଶ୍ରୀନଗର ସ୍ଥିତ ୯୨ ବେସ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

କିପରି ହୋଇଥିଲା ଆକ୍ରମଣ? ଲତିଫ୍ ଭଟ୍ ଉପରେ ରହିଛି ତଦନ୍ତକାରୀ ସଂସ୍ଥାର ସତର୍କ ନଜର
ଲସ୍କର-ଏ-ତୋଏବା ସହିତ ଜଡି଼ତ ଆତଙ୍କବାଦୀ ଅବଦୁଲ୍ ଲତିଫ୍ ଭଟ୍ ଏହି ଆକ୍ରମଣ କରିଥିଲା। ଏଜେନ୍ସି ସନ୍ଦେହ କରୁଛନ୍ତି ଯେ ତା' ସହିତ ଆଉ ଜଣେ ଆତଙ୍କବାଦୀ ଉପସ୍ଥିତ ରହିଥିଲା। ଦକ୍ଷିଣ କାଶ୍ମୀରରେ ପୂର୍ବରୁ ଅନେକ ଆତଙ୍କବାଦୀ ଆକ୍ରମଣରେ ଲତିଫ୍ ଭଟ୍ ସମ୍ପୃକ୍ତି ରହିଥିବାର ଅଭିଯୋଗ ହୋଇଛି। ସୁରକ୍ଷା ଏଜେନ୍ସି ତାକୁ କାଶ୍ମୀର ଉପତ୍ୟକାରେ ସକ୍ରିୟ ରହିଥିବା ପ୍ରମୁଖ ସ୍ଥାନୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ପ୍ରାରମ୍ଭରେ, ଆତଙ୍କବାଦୀ ଏକ ମୋଟରସାଇକେଲ୍ ଯୋଗେ ଆସିଥିବା ସନ୍ଦେହ କରାଯାଉଥିଲା। ହେଲେ CCTV ଫୁଟେଜ୍ ଭିନ୍ନ ଚିତ୍ର ପ୍ରକାଶ କରିଛି।

ଏହା ସହ ପଢନ୍ତୁ: ସିଆରପିଏଫ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଆହତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତରୁ ଜଣାପଡ଼ିଛି ଯେ ଆତଙ୍କବାଦୀ ଗଛ ଏବଂ ଦଳ ଦଳ ଜମିର ସହାୟତା ନେଇ ଆକ୍ରମଣ କରିଥିଲେ। ସେମାନେ CRPF ଚେକ୍ ପୋଷ୍ଟ ଉପରେ ପ୍ରାୟ ୫୦ ମିଟର ଦୂରରୁ AK ରାଇଫଲ୍ ସହାୟତାରେ ଗୁଳି ଚଳାଇଥିଲେ। ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ପ୍ରାୟ ୩୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଗୁଳିଚାଳନା ପରେ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହେବା ପାଇଁ ଗଛଲତା ଏବଂ ଦୁର୍ଗମ ଭୂମିର ସୁଯୋଗ ନେଇଥିଲେ।

OGW ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ; ୫ ଶହରୁ ଅଧିକ ଲୋକଙ୍କୁ ଜେରା
ସ୍ଥାନୀୟ ସମର୍ଥନ ବିନା ଆକ୍ରମଣ ସମ୍ଭବ ହୋଇନଥାନ୍ତା ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛନ୍ତି। ସନ୍ଦେହ କରାଯାଉଛି ଯେ ଓଭର ଗ୍ରାଉଣ୍ଡ ୱାର୍କର (OGW) ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ଖସିଯିବାରେ ସାହାଯ୍ୟ କରିଥିଲେ। ସୁରକ୍ଷା ବାହିନୀ ବିଗତ ୨ ଦିନରେ ୫ ଶହରୁ ଅଧିକ ଲୋକଙ୍କୁ ଜେରା କରି ସାରିଛି। ଜେରା ପରେ ଅଧିକାଂଶଙ୍କୁ ଛାଡି ଦିଆଯାଇଥିଲା। ହେଲେ ଅଧିକ ତଦନ୍ତ ପାଇଁ ପ୍ରାୟ ୨୦ ଜଣଙ୍କୁ ଅଟକ ରଖାଯାଇଛି। ସୂତ୍ର ଅନୁଯାୟୀ ଲସ୍କର-ଏ-ତୋଏବା ସହ ଜଡ଼ିତ "OGW" (Over Ground Worker) ବୋଲି ସନ୍ଦେହ କରାଯାଉଥିବା ୩ ଜଣଙ୍କୁ ଅଟକ ରଖାଯାଇଛି। ହେଲେ ତଥାପି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ଗିରଫଦାରୀ ହୋଇନାହିଁ।

CCTV ଏବଂ ଫରେନସିକ୍ ତଦନ୍ତ ସହିତ ଜାରି ରହିଛି ଚଢାଉ

ତଦନ୍ତକାରୀ ସଂସ୍ଥା ବିଭିନ୍ନ ସ୍ଥାନରୁ CCTV ଫୁଟେଜ୍ ଯାଞ୍ଚ କରୁଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଖାଲି କାର୍ଟ୍ରିଜ୍ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। କାଶ୍ମୀର ଉପତ୍ୟକାରେ ପୂର୍ବରୁ କୌଣସି ଆତଙ୍କବାଦୀ ଆକ୍ରମଣରେ ସମାନ କାର୍ଟ୍ରିଜ୍ ବ୍ୟବହାର କରାଯାଇଥିଲା କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଏବେ ପ୍ରୟାସ ଚାଲିଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ଅନେକ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ଆଶ୍ରୟସ୍ଥଳରେ ଚଢାଉ କରାଯାଉଛି ଏବଂ ଆତଙ୍କବାଦୀ ନେଟୱାର୍କ ସହିତ ଜଡି଼ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।