Kashmir Vande Mataram Controversy / କାଶ୍ମୀରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ, ୱାକଫ୍ ବୋର୍ଡକୁ ଘେରିଲା ମୁସଲିମ ସଙ୍ଗଠନ
·24 mins ago·3 min read

Key Points
ଜାମୁ-କାଶ୍ମୀରରେ ୱାକଫ୍ ଦିବସ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ ଦେଖାଦେଇଛି। ମୁତାହିଦା ମଜଲିସ୍-ଏ-ଉଲେମା (MMU) ଏହାକୁ ବିରୋଧ କରିଛି। କାର୍ଯ୍ୟକ୍ରମରେ ଯୋଗଦେଇଥିବା କିଛି ମୁସଲିମ ଧାର୍ମିକ ନେତା ପରେ ଦୁଃଖ ପ୍ରକାଶ କରିବା ସହ ଆଲ୍ଲାହଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିବା ଦାବି ହୋଇଛି।
ଶ୍ରୀନଗର: ଜାମୁ କାଶ୍ମୀର ୱାକଫ୍ ବୋର୍ଡ, ୱାକଫ୍ ଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଗାନ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ବିଭିନ୍ନ ମୁସଲିମ ସଙ୍ଗଠନକୁ ନେଇ ଗଠିତ ଏକ ଗଠବନ୍ଧନ "ମୁତାହିଦା ମଜଲିସ୍-ଏ-ଉଲେମା" (MMU), ଜାମୁ କାଶ୍ମୀରରେ ୱାକଫ୍ ଦିବସ କାର୍ଯ୍ୟକ୍ରମରେ "ବନ୍ଦେ ମାତରମ୍" ଗାନକୁ ବିରୋଧ କରିଛି। ଏନେଇ ସଙ୍ଗଠନ କହିଛି ଯେ ଇସଲାମ ଏକେଶ୍ୱରବାଦ ଚିନ୍ତାଧାରରେ ବିଶ୍ୱାସ କରେ। ମାତୃଭୂମି ପ୍ରତି ପ୍ରେମ ଏବଂ ପୂଜା ମଧ୍ୟରେ ପାର୍ଥକ୍ୟ ଅଛି। ସଙ୍ଗଠନ ଆହୁରି କହିଛି ଯେ ସରକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ, "ବନ୍ଦେ ମାତରମ୍" ଗାନ କରିବା ବାଧ୍ୟତାମୂଳକ ନୁହେଁ। ହେଲେ ତଥାପି ୱାକଫ୍ ବୋର୍ଡ ଧାର୍ମିକ ଭାବନାକୁ ଅଣଦେଖା କରିଛି। ଯାହା କାଶ୍ମୀରୀ ମୁସଲମାନଙ୍କୁ ଆଘାତ ଦେଇଛି।
ସୋମବାର ( ୨୩ ନଭେମ୍ବର) ରାଜଧାନୀ ଶ୍ରୀନଗରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନେକ ଇମାମ୍ ଏବଂ ଅନ୍ୟାନ୍ୟ ଧାର୍ମିକ ନେତା ଯୋଗ ଦେଇଥିଲେ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରଗୀତର ସମସ୍ତ ୬ ପଦ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କରିଥିଲେ। ଜାମୁ ଏବଂ କାଶ୍ମୀର ୱାକଫ୍ ବୋର୍ଡ ପରିଚାଳନା ଦାୟିତ୍ୱରେ ଏବେ ବିଜେପି ନେତା ଦାରଖଁସା ଆନ୍ଦ୍ରାବି ଅଛନ୍ତି। ଏହି ବୋର୍ଡ଼ ଏଠାକାର ପ୍ରମୁଖ ମସଜିଦ ଏବଂ ଦରଗାହ ପରିଚାଳନା ଦାୟିତ୍ୱରେ ରହିଛି। ଗତ ସୋମବାର ବୋର୍ଡ ଏହାର ପ୍ରଥମ "ୱାକଫ ଦିବସ" କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଯେଉଁଥିରେ ଅଧିକାଂଶ ଇମାମ ଏବଂ ବୋର୍ଡ଼ ଅଧିନରେ ରହିଥିବା ଅନ୍ୟାନ୍ୟ ମୁସଲିମ ଧାର୍ମିକ ନେତା ମଧ୍ୟ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଗାନ କରାଯିବା ପରେ, ""ମୁତାହିଦା ମଜଲିସ୍-ଏ-ଉଲେମା" ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ଇସଲାମ ଏକେଶ୍ୱରବାଦ ଚିନ୍ତାଧାରାରେ ବିଶ୍ୱାସ କରିଥାଏ। ଯାହା ଆଲ୍ଲାହଙ୍କ ସହିତ ଅଂଶୀଦାର କରିବା କିମ୍ବା କୌଣସି ବ୍ୟକ୍ତି, ବସ୍ତୁ, ଭୂମି କିମ୍ବା ଅନ୍ୟ ସୃଷ୍ଟିକୁ ଦେବତା ମାନିବାକୁ ନିଷେଧ କରିଥାଏ। ଏହି ସଙ୍ଗଠନ ଆହୁରି କହିଛି ଯେ ଇସଲାମ ନିଜ ଜନ୍ମଭୂମି ପ୍ରତି ପ୍ରେମ (ଦେଶପ୍ରେଣ) କରିବାକୁ ଉତ୍ସାହିତ କରିଥାଏ। ହେଲେ ଦେଶକୁ ଭଲ ପାଇବା ଏବଂ ଏହାକୁ ପୂଜା କରିବା କିମ୍ବା ଦେବତା ଭାବରେ ମାନିବା କରିବା ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ କରିଥାଏ।
ଏହା ସହ ପଢନ୍ତୁ: 'ଏ ଜନ୍ମରେ କେରଳମ୍ ରେ ସମ୍ପୂର୍ଣ୍ଣ ଗାନ କରାଯିବ ନାହିଁ ବନ୍ଦେ ମାତରମ୍'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପବିତ୍ରତାକୁ ରକ୍ଷା କରିବାର ଦାୟିତ୍ୱ...
MMU ଆହୁରି କହିଛି ଯେ "ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ' ବୋର୍ଡ଼", "ବନ୍ଦେ ମାତରମ୍" ଉପରେ ମଧ୍ୟ ନିଜର ମତ ସ୍ପଷ୍ଟ କରିସାରିଛି। ଏହାର ବାଧ୍ୟତାମୂଳକ ଗାନକୁ ଧାର୍ମିକ ଏବଂ ସାମ୍ବିଧାନିକ ଉଭୟ ଦୃଷ୍ଟିକୋଣରୁ ବିରୋଧ କରାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ଏହା ଗଭୀର ଭାବରେ ଦୁଃଖଦ ଏବଂ ଅସ୍ୱୀକାର୍ଯ୍ୟ ଯେ ୱାକଫ ବୋର୍ଡ଼ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ "ବନ୍ଦେ ମାତରମ୍" ଗାନ କରାଯାଇଥିଲା। ଯାହାକୁ ମୁସଲିମ ଧାର୍ମିକ ସମ୍ପତ୍ତି ଏବଂ ସେମାନଙ୍କର ପବିତ୍ରତାକୁ ସୁରକ୍ଷା ଦେବାର ଦାୟିତ୍ୱ ଦେଇଥିଲା।
ସଙ୍ଗଠନ ଆହୁରି କହିଛି ଯେ, "କେବଳ ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ, "ବନ୍ଦେ ମାତରମ୍" ଗାନ କରାଯିବା ଆଇନଗତ ଭାବରେ ବାଧ୍ୟତାମୂଳକ ନଥିଲା। ରାଷ୍ଟ୍ରଗୀତ ଗାନ କରିବା ଇଚ୍ଛାଧିନ ଥିଲା। ହେଲେ ଏହା ସତ୍ତ୍ୱେ, ୱାକଫ ବୋର୍ଡ଼ କାଶ୍ମୀରୀ ମୁସଲମାନଙ୍କ ମୂଳ ଧାର୍ମିକ ବିଶ୍ୱାସ ଏବଂ ଭାବନାକୁ ସମ୍ପୂର୍ଣ୍ଣ ଅଣଦେଖା କରି ଏପରି କରିଥିଲା। ଯାହା ସେମାନଙ୍କୁ ଗଭୀର ଆଘାତ ଦେଇଥିଲା।"
ଆଲ୍ଲାହ ଙ୍କ ନିକଟରେ କରିଥିଲେ କ୍ଷମା ପ୍ରାର୍ଥନା...
ଜାମୁ କାଶ୍ମୀର ୱାକଫ ବୋର୍ଡ କାର୍ଯ୍ୟକ୍ରମରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ପ୍ରତି ସମ୍ମାନ ଜଣାଇ ଠିଆ ହେବାର ୨ ଦିନ ପରେ, କାଶ୍ମୀରର ମୁସଲିମ ଧାର୍ମିକ ନେତାଙ୍କ ଏକ ଗୋଷ୍ଠୀ କ୍ଷମା ପ୍ରାର୍ଥନା କରିଥିଲେ। ଏପରି କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଏହି ଧାର୍ମିକ ନେତା ଆଲ୍ଲାହ ଙ୍କ ଠାରୁ କ୍ଷମା ମାଗିବା ଏବଂ ସେମାନଙ୍କର ବିଶ୍ୱାସକୁ ପୁନଃନିର୍ମାଣ କରିବା ପାଇଁ "କଲମା" ମଧ୍ୟ ପାଠ କରିଥିଲେ।