Congress MP Rajmohan Unnithan / 'ଏ ଜନ୍ମରେ କେରଳମ୍ ରେ ସମ୍ପୂର୍ଣ୍ଣ ଗାନ କରାଯିବ ନାହିଁ ବନ୍ଦେ ମାତରମ୍'
·1 hour ago·2 min read

Key Points
ସମ୍ପୂର୍ଣ୍ଣ "ବନ୍ଦେ ମାତରମ୍" ଗାନ କରିବା ସମ୍ପର୍କରେ ଦେଇଥିବା ବୟାନ ପାଇଁ ଏବେ ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ।
Kasaragod LS MP on National Song India: ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ସମ୍ପର୍କରେ ଦେଇଥିବା ବୟାନ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି କେରଳମ୍ ର କାସରଗଡ଼ ଲୋକସଭା ଆସନର କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ। ରବିବାର (୯ ଅଗଷ଼୍ଟ) ସେ କହିଛନ୍ତି ଯେ "ଏ ଜନ୍ମରେ କେରଳମ୍ ରେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗାନ କରାଯିବ ନାହିଁ। " ସାଂସଦ ଉନ୍ନିଥନ କହିଛନ୍ତି ଯେ ରାଷ୍ଟ୍ରଗୀତ ସମ୍ପୂର୍ଣ୍ଣ ଗାନ ସମ୍ପର୍କରେ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି ହୋଇଥିବା କୌଣସି ନିର୍ଦ୍ଦେଶ ବିଷୟରେ ସେ ଅଜ୍ଞ।
ହେଲେ ଯଦି ମୋଦି ସରକାର ଆମକୁ ଗୁଳି କରିବାକୁ ଧମକ ମଧ୍ୟ ଦିଅନ୍ତି, ତାହେଲେ ରାଷ୍ଟ୍ରଗୀତକୁ ସମ୍ପୂର୍ଣ୍ଣ ଗାନ କରାଯିବ ନାହିଁ। କଂଗ୍ରେସ ସାଂସଦ ଜଣଙ୍କ ଆହୁରି କହିଛନ୍ତି, "ଏହାକୁ ସେପରି ଗାନ କରାଯିବ ଯେପରି ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ କରାଯାଇ ଆସୁଛି। ବର୍ତ୍ତମାନ ଏହା ଠାରୁ ଅଧିକ କିଛି ଗାନ କରାଯିବ ନାହିଁ।"
ସେ ଅଭିଯୋଗ କରିଛନ୍ତି ଯେ ଲୋକ ଭବନ "ସଂକୀର୍ଣ୍ଣ ରାଜନୀତିର କେନ୍ଦ୍ର ପାଲଟି ଯାଇଛି। ରାଜ୍ୟପାଳ ଏବେ ଅର୍ଥବଳ ସାହାଯ୍ୟରେ ଗଣତନ୍ତ୍ରକୁ ନଷ୍ଟ କରିବାକୁ କାମ କରୁଛନ୍ତି। ସେ ଦାବି କରିଛନ୍ତି ଯେ, "ଏଭଳି ପରିସ୍ଥିତିରେ, ଆମେ ରାଜ୍ୟପାଳଙ୍କ ଠାରୁ କେଉଁ ନ୍ୟାୟ ପାଇବାକୁ ଆଶା କରିପାରିବା? ସେମାନେ ସମସ୍ତେ କେନ୍ଦ୍ର ସରକାରଙ୍କ ହାତବାରିସି ସାଜିଛନ୍ତି।"
ଏହା ସହ ପଢନ୍ତୁ: ରାଜ୍ୟସଭାରେ 'ବନ୍ଦେ ମାତରମ୍' ବିଲ୍ ପାସ୍; ଅପମାନ କଲେ ହୋଇପାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
"ଆମେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗାନକୁ ସ୍ୱୀକାର କରିପାରିବୁ ନାହିଁ"
କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ କହିଥିଲେ, "ଆମେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗାନକୁ ସ୍ୱୀକାର କରିପାରିବୁ ନାହିଁ। ଏ ଜନ୍ମରେ ତ ବିଲକୁଲ ନୁହେଁ।" କେରଳ ମୁଖ୍ୟ ସଚିବ ବିଶ୍ୱନାଥ ସିହ୍ନାଙ୍କ ପକ୍ଷରୁ ଗତ ୬ ତାରିଖରେ ଜାରି ହୋଇଥିବା ଆଦେଶ ପରେ,ରାଜ୍ୟର କାସରଗଡ଼ ଲୋକସଭା ଆସନର ସାଂସଦଙ୍କ ଏପରି ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ "ସ୍ୱାଧିନତାର ଅମୃତ ମହୋତ୍ସବ" ଅବସରର ଅଂଶ ଭାବରେ ଗତ ୨୦୨୨ ରେ ଆରମ୍ଭ ହୋଇଥିବା ଅଭିଯାନର ୨୦୨୬ ସଂସ୍କରଣକୁ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆୟୋଜିତ ସ୍ମୃତିଚାରଣର ତୃତୀୟ ପର୍ଯ୍ୟାୟ ସହିତ ମିଶ୍ରଣ କରାଯାଇଛି।
ଏନେଇ ଜାରି ହୋଇଥବିା ଚିଠି ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ କାର୍ଯ୍ୟାନ୍ୱୟନ ସମିତିର ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚିଠିରେ ଉଲ୍ଲେଖ ଅଛି ଯେ ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ ସହିତ "ବନ୍ଦେ ମାତରମ୍" ର ସାମୂହିକ ଗାନ ଅନ୍ତର୍ଭୂକ୍ତ ହେବ। ସେହିପରି ଡିଜିଟାଲ୍ ଅଂଶଗ୍ରହଣ "ହର ଘର ତିରଙ୍ଗା" ପୋର୍ଟାଲ୍ ମାଧ୍ୟମରେ ହେବ। ଯେଉଁଠାରେ ଦେଶବାସୀ ସେମାନଙ୍କର "ତ୍ରିରଙ୍ଗା ସହିତ ସେଲ୍ଫି" ଅପଲୋଡ୍ କରିପାରିବେ। ଏହି ଚିଠି ସଂସ୍କୃତି ମନ୍ତ୍ରଣାଳୟର "ହର ଘର ତିରଙ୍ଗା" ଅଭିଯାନ ସମ୍ପର୍କରେ ଏକ ନିର୍ଦ୍ଦେଶ ପରେ ଜାରି କରାଯାଇଛି। ଯାହା ଚଳିତ ବର୍ଷ ଅଗଷ୍ଟ ୯ ତାରିଖରୁ ୧୭ ପର୍ଯ୍ୟନ୍ତ ପାଳିତ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Rajmohan Unnithan Vande Mataram statementFull Vande Mataram controversy KeralaCongress MP Rajmohan Unnithan KasaragodKerala Vande Mataram full rendition controversyHar Ghar Tiranga Vande Mataram 150 yearsRajmohan Unnithan statement on national songKerala Chief Secretary Vande Mataram directiveKerala Chief Secretary Vande Mataram directive'Congress vs BJP Vande Mataram row KeralaVande Mataram protocol Kerala state government