Videos
|
National

Uttar Pradesh News / ୨୦ ବର୍ଷ ପରେ ଫେରିଲେ ‘ରଫିକ୍’ ! ସାଙ୍ଗରେ ପତ୍ନୀ-୪ ପିଲା, ଏବେ କାହିଁକି ଚାହୁଁଛନ୍ତି ‘ରାଜକୁମାର’ ହେବାକୁ ?

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
୨୦ ବର୍ଷ ପରେ ଫେରିଲେ ‘ରଫିକ୍’ ! ସାଙ୍ଗରେ ପତ୍ନୀ-୪ ପିଲା, ଏବେ କାହିଁକି ଚାହୁଁଛନ୍ତି ‘ରାଜକୁମାର’ ହେବାକୁ ?
Rafiq Khan Wants Hindu Identity

Key Points

‘ରଫିକ୍’ରୁ ପୁଣି ‘ରାଜକୁମାର’ ହେବାକୁ ଚାହୁଁଛନ୍ତି ଯୁବକ
୨୦ ବର୍ଷ ପରେ ଫେରିଲେ ଝାନ୍ସୀ
ଧର୍ମ ପରିବର୍ତ୍ତନର ଅଭିଯୋଗ, ଜମିକୁ ନେଇ ଆଉ ଏକ ଦାବି
୨୦ ବର୍ଷ ପୂର୍ବେ ରୋଜଗାର ଆଶାରେ ଘର ଛାଡ଼ିଥିଲେ ରାଜକୁମାର ନାମକ ଜଣେ ଯୁବକ । କିନ୍ତୁ ଏବେ ବର୍ଷ ବର୍ଷ ପରେ ଯେବେ ଘରକୁ ଫେରିଲେ, ସାଙ୍ଗରେ ଥିଲେ ପତ୍ନୀ ଓ ୪ ପିଲା । ଆଉ ପରିଚୟ ଥିଲା ରଫିକ୍ ଖାନ୍‌ । ଏବେ କିନ୍ତୁ ସେ ପୁଣି ନିଜ ପୁରୁଣା ପରିଚୟ 'ରାଜକୁମାର'କୁ ଫେରିବାକୁ ଚାହୁଁଛନ୍ତି । ତେବେ ୨୦ ବର୍ଷର ଏହି କାହାଣୀ ପଛର ସତ କ'ଣ ?

ଉତ୍ତରପ୍ରଦେଶର ଝାନ୍ସୀରେ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି । ରକ୍ସା ଥାନା ଅଧୀନ ରାଜାପୁର ଗାଁର ରାଜକୁମାରଙ୍କ କହିବା ଅନୁସାରେ, ପ୍ରାୟ ୨୦ ବର୍ଷ ପୂର୍ବ ସେ ରୋଜଗାର ପାଇଁ ପଶ୍ଚିମବଙ୍ଗର ମାଲଦା ଯାଇଥିଲେ । ସେଠାରେ ସେ ଦିନ ମଜୁରିଆ କାମ କରିବା ସମୟରେ ସ୍ଥାନୀୟ ଲୋକ ବହୁ ହଇରାଣ କରିଥିଲେ । ଏମିତିକି ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ ମଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଶେଷରେ ସେ ଧର୍ମ ପରିବର୍ତ୍ତନ କରି ହିନ୍ଦୁରୁ ମୁସଲିମ ହୋଇଥିଲେ । ଆଉ ରାଜକୁମାରରୁ ରଫିକ୍‌ ଖାନ୍ ହୋଇଥିଲେ । ଏପରିକି ରଫିକ୍ ଖାନ୍ ନାମରେ ଆଧାର କାର୍ଡ ମଧ୍ୟ ତିଆରି ହୋଇଥିବା ସେ କହିଛନ୍ତି । ଏହା ପରେ ତାଙ୍କର ଅଫସରୀ ଖାତୁନ ନାମକ ଜଣେ ମୁସଲିମ ଯୁବତୀଙ୍କ ସହ ବିବାହ ହୋଇଥିଲା । ଆଉ ପରେ ତାଙ୍କ ପିଲାଙ୍କ ନାମ ମଧ୍ୟ ମୁସଲିମ ପରମ୍ପରା ଅନୁଯାୟୀ ରଖାଯାଇଛି ।

ରାଜକୁମାର କହିଛନ୍ତି ଯେ, ଗତ ୫ ବର୍ଷ ହେବ ସେ ଝାନ୍ସୀକୁ ଯିବା ଆସିବା କରୁଥିଲେ । କିନ୍ତୁ ଏବେ ସେ ତାଙ୍କ ପତ୍ନୀ ଓ ୪ ପିଲାଙ୍କୁ ନେଇ ସ୍ଥାୟୀ ଭାବେ ଗାଁକୁ ଫେରିଛନ୍ତି । ତେବେ ମୁସଲିମ ହୋଇଥିବାରୁ ତାଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ବିଭିନ୍ନ ଅପବାଦ ଶୁଣିବାକୁ ପଡ଼ୁଛି । ଏହାପରେ ସେ ପୁଣି ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଝାନ୍ସୀ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଏହି ନିଷ୍ପତ୍ତିରେ ସହମତ ଥିବା ସେ କହିଛନ୍ତି ।

ଅନ୍ୟପଟେ, ରାଜାପୁର ଗ୍ରାମର ମୁଖିଆ ରାଜାପୁର ଗ୍ରାମର ମୁଖିଆ ଗୋବିନ୍ଦ ସିଂହ ଯାଦବ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଏହି ଘଟଣାର ତଦନ୍ତ କରୁଛି । ଜିଲ୍ଲାପାଳ ଯାହା ନିଷ୍ପତ୍ତି ନେବେ ପୂରା ଗାଁ ସେହି ନିଷ୍ପତ୍ତିକୁ ଗ୍ରହଣ କରିବ । ସେହିପରି ସେ ଆହୁରି କହିଛନ୍ତି, ରାଜକୁମାରଙ୍କ ପରିବାରର ଜମି ବୁନ୍ଦେଲଖଣ୍ଡ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅଥରିଟି (BIDA) ଅଧୀନକୁ ଯାଇଥିବା ଏବଂ ଏଥିପାଇଁ କ୍ଷତିପୂରଣ ମିଳିଥିବା ନେଇ ଗାଁରେ ଚର୍ଚ୍ଚା ହେଉଛି । ଏହି କାରଣରୁ ସେ ଜମିରେ ନିଜ ଅଂଶ ପାଇବା ଓ ଆଧାର କାର୍ଡରେ ନାମ ପରିବର୍ତ୍ତନ ପାଇଁ ପୁଣି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଚାହୁଁଥିବା କଥା ଗ୍ରାମ ପ୍ରଧାନ କହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାର ଅଭିଯୋଗ ପରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ରାଜକୁମାରଙ୍କ ମା' ତାଙ୍କୁ ନିଜ ପୁଅ ବୋଲି ଚିହ୍ନଟ କରିଥିବା କୁହାଯାଉଛି । ତେବେ ଆଗାମୀ ଦିନରେ ସମାଜର ବୈଠକ ପରେ ‘ଶୁଦ୍ଧିକରଣ’ କରାଯିବ ବୋଲି ଗାଁରେ ଆଲୋଚନା ହେଉଛି ।

ଏଥି ସହ ପଢନ୍ତୁ: ଗରମରୁ ବଞ୍ଚିବାକୁ ଗାମୁଛା ହଲାଇଲେ…ଅଟକିଗଲା ଏକ୍ସପ୍ରେସ ଟ୍ରେନ୍! ଘଟଣା ଶୁଣି ସବୁ ଆଶ୍ଚର୍ଯ୍ୟ…