Videos
|
National

Pitru Paksha Tragedy / ପିତୃପକ୍ଷରେ ବଡ଼ ଅଘଟଣ; ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ

Sushanta Sahoo
Browse all articles by Sushanta Sahoo
·45 mins ago·2 min read
ପିତୃପକ୍ଷରେ ବଡ଼ ଅଘଟଣ; ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ
5 of One Family Drown in Sukhnei River

Key Points

ସୁଖନଈ ନଦୀରେ ବୁଡ଼ି ଯାଇ ରାନୀପୁର ଦେବରିପୁରା ଗାଁର ଗୋଟିଏ ପରିବାରର ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟ ବାପପୁଅ, ପୁତୁରା, ଭଣଜା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ଲକ୍ଷ୍ନୌ: ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ବେଳେ ଅଘଟଣ । ନଦୀରେ ବୁଡ଼ି ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ପ୍ରାଣ । ସୋମବାର ଠାରୁ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ପିତୃପକ୍ଷ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି । ଉତ୍ତରପ୍ରଦେଶର ଝାନସୀ ଜିଲ୍ଲାର ମଉରାନିପୁର ଥାନା ଅଞ୍ଚଳରେ ନଦୀରେ ବୁଡ଼ି ଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ସୁଖନଈ ନଦୀରେ ବୁଡ଼ି ଯାଇ ରାନୀପୁର ଦେବରିପୁରା ଗାଁର ଗୋଟିଏ ପରିବାରର ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟ ବାପପୁଅ, ପୁତୁରା, ଭଣଜା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ଜଣେ ବୁଡ଼ି ଯାଇଥିବା ବେଳେ ତାକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ବିପଦରେ ମହିଳା, RPSF ଯବାନ ବଞ୍ଚାଇଲେ ଜୀବନ 

ନଦୀରେ ପାଞ୍ଚ ପାଞ୍ଚ ଜଣ ବୁଡ଼ିଯିବା ସୂଚନା ମିଳିବା ମାତ୍ରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ରେସ୍କ୍ୟୁ ସହ ଖୋଜାଖୋଜି ଆରମ୍ଭ କରିଥିଲା । ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ମେଡିକାଲ୍ ପହଞ୍ଚା ଯାଇଥିଲା । ମେଡିକାଲ୍‌ରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଣେ ଅନ୍ୟ ଜଣକୁ ବଞ୍ଚାଇବାକୁ ଯାଇ...

ମଙ୍ଗଳବାର ସକାଳେ ରାନୀପୁର ଦେବରିପୁରା ଗଁର ପରିବାର ସୁଖନଈ ନଦୀକୁ ଆସି ପିତୃପକ୍ଷରେ ଶ୍ରାଦ୍ଧ ଦେଉଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ହଠାତ୍ ସନ୍ତୁଳନ ହରାଇ ନଦୀକୁ ଖସି ପଡ଼ିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ପରିବାରର ଅନ୍ୟ ସଦସ୍ୟ ନଦୀ ଗର୍ଭକୁ ଓହ୍ଳାଇଥିବା ବେଳେ ଜଣଙ୍କ ପରେ ଜଣେ ବୁଡ଼ି ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ମାଙ୍କଡ଼ର ନିଆରା ଶିକ୍ଷା: ଯେଉଁଠି ମଣିଷ ଭୁଲିଗଲା, ସେଠି ମାଙ୍କଡ଼ ଦେଲା ମାନବିକତାର ବାର୍ତ୍ତା 

ଅଞ୍ଚଳରେ ଶୋକର ଛାୟା

ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁକୁ ନଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ନଦୀରେ ଜଳ ସମାଧି ନେଇଛନ୍ତି ଗୋଟିଏ ପରିବାରର ଜଣ ଜଣଙ୍କର ୩ ପିଢ଼ି । ପିତୃପକ୍ଷରେ ଏଭଳି ଅଘଟଣକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ପିଣ୍ଡଦାନର ମହତ୍ତ୍ଵ

ବିଶ୍ୱାସ ରହିଛି ଏହି ସମୟରେ ପିତୃପୁରୁଷମାନେ ଶ୍ରାଦ୍ଧ ଓ ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ନିଷ୍ଠାର ସହ ତର୍ପଣ କଲେ ପିତୃଲୋକ ସନ୍ତୁଷ୍ଟ ହୋଇ ପରିବାରକୁ ସୁଖ, ସମୃଦ୍ଧି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଆଗାମୀ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଏହି ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବାର ବ୍ୟବସ୍ଥା ଜାରି ରହିବ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଆଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।