Videos
|
National

Funeral Journey Tragedy / ଅନ୍ତିମ ସଂସ୍କାର ପାଇଁ ବାରଣାସୀ ଯାଉଥିଲେ ୧୯ଜଣ; ବାଟରେ ଚାଲିଗଲା ୭ଜଣଙ୍କ ଜୀବନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଅନ୍ତିମ ସଂସ୍କାର ପାଇଁ ବାରଣାସୀ ଯାଉଥିଲେ ୧୯ଜଣ; ବାଟରେ ଚାଲିଗଲା ୭ଜଣଙ୍କ ଜୀବନ
Jharkhand Funeral Journey Tragedy

Key Points

ହଜାରିବାଗରୁ ଆସିଲା ଦୁଃଖଦ ଖବର
ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ
ଦେଖିଲାବେଳକୁ ନିଜେ ପାଲଟିଗଲେ ଶବ
ରାଞ୍ଚି: ପରିବାରର ଜଣେ ସଦସ୍ୟଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଓ କିଛି ପରିଚିତ ବ୍ୟକ୍ତି ବାରଣାସୀ ଯାଉଥିଲେ । ଗାଡ଼ିରେ ମୃତଦେହ ଥିଲା ଓ ବାକି ଲୋକ ଯାତ୍ରା କରୁଥିଲେ । କିନ୍ତୁ ରାସ୍ତାରେ ଏମିତି ଏକ ଦୁର୍ଘଟଣା ଘଟିଲା ଯେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଲା । ଝାଡ଼ଖଣ୍ଡ ହଜାରିବାଗର ଚୌପାରଣ ସ୍ଥିତ ଜିଟି ରୋଡର ଦନୁଆ ଘାଟି ନିକଟରେ ସୋମବାର ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ତଳେ ଆସିଯାଇଛି ଗାଡ଼ି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଝାଡ଼ଖଣ୍ଡ ବଗୋଦର ନିକଟସ୍ଥ ବିହାରୋ ଟାଣ୍ଡ ଅଞ୍ଚଳର । ସେମାନେ ଉତ୍ତର ପ୍ରଦେଶ କାଶି ଯାଉଥିଲେ । ଗାଡ଼ି ଉପରେ ମୃତଦେହ ଥିଲା ଓ ବାକି ସମସ୍ତେ ଗାଡ଼ି ଭିତରେ ବସିଥିଲେ । ଏହି ସମୟରେ ଦନୁଆ ଘାଟି ନିକଟରେ କିଛି ଲୋକ ଶୌଚ ପାଇଁ ଅଟକିଥିଲେ । କୁହାଯାଉଛି, ଡ୍ରାଇଭର ରାସ୍ତାକଡ଼ରେ ଗାଡ଼ିକୁ ରଖୁଥିବା ସମୟରେ ପଛରୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଗାଡିକୁ ଧକ୍କା ମାରିଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଗାଡ଼ି ଓଲଟି ପଡ଼ି ଟ୍ରକ୍ ତଳକୁ ଆସିଯାଇଥିଲା ।

  • ଚିତ୍କାରରେ ଫାଟି ପଡ଼ିଲା ଦନୁଆ ଘାଟି
ଦୁର୍ଘଟଣା ପରେ ଘାଟି ରାସ୍ତାରେ ହଇଚଇ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ଓ ପୋଲିସ ଆହତ ହୋଇଥିବା ଲୋକଙ୍କୁ ଚୌପାରଣ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆହତ ହୋଇଥିବା ବାକି ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ହୋଇଥିଲା । ସେମାନଙ୍କ ସ୍ଥିତି ଗମ୍ଭୀର ଥିବାରୁ ସେମାନଙ୍କୁ ତୁରନ୍ତ ହଜାରିବାଗର ଶେଖ ଭିକାରି ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର୍ କରାଯାଇଥିଲା ।

ପଢନ୍ତୁ ଏହି ଖବର: ଦୀପାବଳି ରାତିରେ ଭୟଙ୍କର ଦୁର୍ଘଟଣା…ଜଳିଗଲା କାର୍‌… ମହିଳା ଓ ଶିଶୁଙ୍କ ସମେତ ୬ ଜୀବନ୍ତ ଦଗ୍ଧ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ଘଟଣାର ଖବର ମିଳିବା ମାତ୍ର ପୋଲିସ ସେଠାରେ ତୁରନ୍ତ ପହଞ୍ଚିଥିଲା । ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ସହିତ ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତଦନ୍ତ ଜାରି ରହିଛି । ସବୁଠୁ ବଡ଼ କଥା ହେଉଛି, ପରିବାର ଅନ୍ତିମ ସଂସ୍କାର ପାଇଁ ବାରଣାସୀ ବାହାରିଥିଲେ, ହେଲେ ବାଟରେ ଏତେ ବଡ଼ ଦୁର୍ଘଟଣା ଘଟିଯିବ ବୋଲି କେହି କେବେ କଳ୍ପନା ବି କରିନଥିଲେ । ଜଣେ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିବା ଖବରକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏବେ ପରିବାର ଗଭୀର ଶୋକରେ ବୁଡ଼ି ରହିଛି।