2013 Jhiram Ghati Attack Verdict / ଝିରମ୍ ଘାଟି ଆକ୍ରମଣ ଘଟଣାରେ ଆସିଲା ରାୟ; ୨ ମହିଳାଙ୍କ ସମେତ ୧୦ ଦୋଷୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ
·1 hour ago·3 min read

Key Points
ଛତିଶଗଡ଼ର ଝିରମ୍ ଘାଟି ହତ୍ୟାକାଣ୍ଡ ମାମଲାରେ ଜଗଦଲପୁର ସ୍ଥିତ ଏନଆଇଏ କୋର୍ଟ ୧୦ ଜଣ ଆକ୍ରମଣକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ପ୍ରାୟ ୧୩ ବର୍ଷ ପରେ ଆସିଛି ଏହି ମାମଲାର ରାୟ। ଗତ ୨୦୧୩ ମେ ୨୫ ତାରିଖରେ ହୋଇଥିବା ଏହି ଆକ୍ରମଣରେ ସମଗ୍ର ଦେଶ କମ୍ପି ଉଠିଥିଲା।
ପ୍ରାୟ ୧୩ ବର୍ଷ ପରେ ଆସିଛି ବହୁଚର୍ଚ୍ଚିତ ଛତିଶଗଡ଼ର ଝିରମ ଘାଟିରେ ହୋଇଥିବା ମାଓ ଆକ୍ରମଣ ଘଟଣାର ରାୟ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଥିବା ୨ ମହିଳାଙ୍କ ସମେତ ୧୦ ଜଣ ଦୋଷୀଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଗତ ସେପ୍ଟେମ୍ବର ୫ ତାରିଖରେ, ଜଗଦଲପୁର ଏନଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଭୟ ସିଂହ ରାଜପୁତଙ୍କ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଝିରମ୍ ଘାଟି ହତ୍ୟାକାଣ୍ଡରେ କଂଗ୍ରେସ ନେତାଙ୍କ ସମେତ ୨୯ ଜଣ ପ୍ରାଣ ହରାଇଥିଲେ। ୨୦୧୩ ମେ ୨୫ ତାରିଖରେ ହୋଇଥିବା ଏହି ଆକ୍ରମଣ ଘଟଣା ସମଗ୍ର ଦେଶକୁ ଚକିତ କରି ଦେଇଥିଲା।
ଝିରମ୍ ଘାଟି ହତ୍ୟାକାଣ୍ଡ କ’ଣ?
୨୦୧୩ ମେ ୨୫ ତାରିଖରେ ମାଓବାଦୀ, ଝିରମ୍ ଘାଟି ସ୍ଥିତ ଦରଭା ଉପତ୍ୟକାରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ପରିବର୍ତ୍ତନ ଯାତ୍ରାକୁ ଟାର୍ଗେଟ୍ କରିଥିଲେ। ମାଓବାଦୀ ଛତିଶଗଡ଼ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ପରିବର୍ତ୍ତନ ଯାତ୍ରାରେ ଅଂଶଗ୍ରହଣ କରିଥିବା ରାଜ୍ୟ ନେତୃବୃନ୍ଦ ଏବଂ ଲୋକଙ୍କୁ ଘେରିଯାଇ ଅତର୍କିତ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ମୋଟ ୨୯ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୧୩ ବର୍ଷ ପରେ ୧୦୧ ଜଣ ସାକ୍ଷୀଙ୍କ ବୟାନ, NIA ଦ୍ୱାରା ଉପସ୍ଥାପିତ ପ୍ରମାଣ ଏବଂ ଅନ୍ୟାନ୍ୟ କାରଣ ଉପରେ ଆଧାର କରି ଜଗଦଲପୁର ଏନଆଇଏ କୋର୍ଟ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।
ଗତ ୨୦୧୩ ମେ ୨୫ ତାରିଖରେ ବସ୍ତର ଜିଲ୍ଲାର ଦରଭା ଥାନା ଅଧିନସ୍ଥ ଝିରମ ଘାଟିରେ ଏକ ଜାତୀୟ ରାଜପଥରେ ପରିବର୍ତ୍ତନ ରାଲିରେ ଯୋଗଦେଇ ଫେରୁଥିବା ବେଳେ କଂଗ୍ରେସ ନେତାଙ୍କ ଏକ କନଭୟ ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ରାଜ୍ୟ କଂଗ୍ରେସ ନେତୃତ୍ୱ ଏକପ୍ରକାର ମୂଳପୋଛ ହୋଇଯାଇଥିଲା।
ଏହା ସହ ପଢନ୍ତୁ: ଝିରମ୍ ଘାଟି ଆକ୍ରମଣ ଘଟଣାରେ ୧୦ ଦୋଷୀ ସାବ୍ୟସ୍ତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସାମିଲ ଥିଲେ। ସେମାନେ ହେଉଛନ୍ତି ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ତାଙ୍କ ପୁଅ ଦିନେଶ ପଟେଲ, ବିଧାନସଭାର ପୂର୍ବତନ ବିରୋଧି ଦଳ ନେତା ତଥା ଗୃହମନ୍ତ୍ରୀ ମହେନ୍ଦ୍ର କର୍ମା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳା ଏବଂ ପୂର୍ବତନ ବିଧାୟକ ଉଦୟ ମୁଦଲିୟାର। ଏହି ଘଟଣାରେ ଅନେକ ସୁରକ୍ଷା କର୍ମୀଙ୍କ ସହ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ।
ଏହି ମାମଲାର ବିଚାର କରାଯିବା ସମୟରେ ୧୦୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏବଂ ବହୁ ସଂଖ୍ୟକ ଦସ୍ତାବିଜ ଯାଞ୍ଚ କରାଯାଇଥିଲା। ଚଳିତ ମାସ ଆରମ୍ଭରେ, ଜଗଦଲପୁର ସ୍ଥିତ ସ୍ୱତନ୍ତ୍ର NIA କୋର୍ଟ ବିଚାରପତି ଅଭୟ ସିଂହ ରାଜପୁତ ୨ ଜଣ ମହିଳାଙ୍କ ସମେତ ମୋଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ବୁଧବାର (ସେପ୍ଟମ୍ବର ୧୬), କୋର୍ଟ ସେମାନଙ୍କ ବିରୋଧରେ ଥିବା ୨୪ ଅଭିଯୋଗ ମଧ୍ୟରୁ ୭ ମାମଲାରେ ସମସ୍ତ ୧୦ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇବା ସହ ସେମାନଙ୍କ ଉପରେ ୮୦୦ ଟଙ୍କା ଜୋରିମାନା ଲଗାଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଇ ଏହି ଦଣ୍ଡାଦେଶ କାର୍ଯ୍ୟକାରୀ କରାଯିବ ଏବଂ ସେପର୍ଯ୍ୟନ୍ତ ଦୋଷୀ କେନ୍ଦ୍ରୀୟ କାରାଗାରରେ ରହିବେ।
କାହାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ
ପ୍ରମିଳା ମୋଦିମ୍ ଜ୍ୟୋତି: ମିଲିଟାରୀ କମ୍ପାନୀ ନମ୍ବର ୨ କ୍ୟାଡର ସହ ସହିତ ଝିରମ ଠାରେ ପହଞ୍ଚିଥିଲେ। ଆକ୍ରମଣ କରିବା ସହ ଅସ୍ତ୍ରଶସ୍ତ୍ର ଲୁଟ କରିଥିଲେ।
ଚୈତୁ ଲେକାମ୍: PLGA ସେକ୍ସନ୍ କମାଣ୍ଡର, ପିଡିଆରୁ ଝିରମରେ ପହଞ୍ଚିଥିଲେ। FSL ଏବଂ ଅନ୍ୟାନ୍ୟ ପ୍ରମାଣ ଆକ୍ରମଣ ସହିତ ଜବତ ବିସ୍ଫୋରକ ସମ୍ପର୍କ ପ୍ରକାଶ କରିଥିଲା।
ସୁମିତ୍ରା ଓରଫ ସୁମିତ୍ରା ପୁନେମ୍ ମୋଦିମ୍: ଆକ୍ରମଣରେ ଅଂଶଗ୍ରହଣ କରିଥିଲେ।
ମୁକ୍କା ମାଣ୍ଡଭି: ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣରେ ଅଂଶଗ୍ରହଣ କରିଥିଲେ। ପୋଲିସ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ।

କାୱାସି କୋସା: ଝିରମ ଆକ୍ରମଣରେ ଅଂଶଗ୍ରହଣ କରିଥିଲେ ଏବଂ ପୋଲିସ ଠାରୁ ଅସ୍ତ୍ରଶସ୍ତ୍ର ଲୁଟ କରିଥିଲେ।
ଆୟତା ମଡ଼କମ୍: କୋଲେଙ୍ଗ ଏବଂ କାଣ୍ଡନାର ଠାରୁ ଚାଉଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ସାମଗ୍ରୀ ସଂଗ୍ରହ କରି ଝିରମ ଘାଟିକୁ ନେବା ପାଇଁ ବ୍ୟବସ୍ଥା କରିଥିଲେ।
ମଡକମି ଦେବା: ଦରଭା ଡିଭିଜନ କମିଟି ସଦସ୍ୟ, ଆକ୍ରମଣ ପାଇଁ ଆନୁଷଙ୍ଗୀକ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।
ଜୋଗା ମଡକମି: ଆକ୍ରମଣରେ ଅଂଶଗ୍ରହଣ ସମେତ ଅନ୍ୟାନ୍ୟ ଭୂମିକା।
ବଞ୍ଜାମି ସନା: ଦରଭା ଡିଭିଜନ କମିଟି ସଦସ୍ୟ। ଆକ୍ରମଣ ପାଇଁ ଚାଉଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ସାମଗ୍ରୀ ସଂଗ୍ରହ କରିଥିଲେ। ତାଙ୍କ ବିରୋଧରେ ପାଣ୍ଠି ଆଦାୟ କରିବାର ମଧ୍ୟ ଅଭିଯୋଗ ଥିଲା।
ମହାଦେବ: ରେକର୍ଡ ହୋଇଥିବା ବୟାନ ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତି ଏବଂ ଆକ୍ରମଣରେ ଭୂମିକା ନିଶ୍ଚିତ କରାଯାଇଛି।

Related Topics
Explore more stories