Videos
|
National

Jobless Lover Robbery / ବିବାହ ପାଇଁ ଟଙ୍କା ଏକାଠି କରିବାକୁ ଚୋରି; ଧରାପଡ଼ିଲେ ପ୍ରେମୀ ଯୁଗଳ

Debashree Debasmita Sahoo
Browse all articles by Debashree Debasmita Sahoo
·54 mins ago·2 min read
ବିବାହ ପାଇଁ ଟଙ୍କା ଏକାଠି କରିବାକୁ ଚୋରି; ଧରାପଡ଼ିଲେ ପ୍ରେମୀ ଯୁଗଳ
Jobless Lover Robbery

Key Points

ବିବାହ ପାଇଁ ଟଙ୍କା ଏକାଠି କରିବାକୁ ଚୋରି
ହାଇଦ୍ରାବାଦରେ ପ୍ରେମୀ ଯୁଗଳଙ୍କୁ ଗିରଫ କଲା ପୋଲିସ
ସୁନା ଚେନ୍ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ
ହାଇଦ୍ରାବାଦ: ବିବାହ ପାଇଁ ଆବଶ୍ୟକ ଥିଲା ଟଙ୍କା । ଶେଷରେ ଦମ୍ପତି ଟଙ୍କା ସଂଗ୍ରହ ପାଇଁ ସାଜିଲେ ଚୋର । ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦରେ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି ପୋଲିସ । ହାଇଦ୍ରାବାଦର ମଲକାଜଗିରି ଅନ୍ତର୍ଗତ ବନସ୍ଥଳୀପୁରମ ପୋଲିସ ହସ୍ତିନାପୁରମରେ ସୁନା ଚେନ୍ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଚୋରି କରିବା ପାଇଁ ଏହି ଦୁଇ ଜଣ ଜଣେ ବୃଦ୍ଧାଙ୍କୁ ଟାର୍ଗେଟ୍ କରିଥିଲେ ।

  • କିଏ ଏହି ପ୍ରେମୀ ଯୁଗଳ ?
ଗିରଫ ଦୁଇ ଜଣ ହେଲେ ଅନ୍ନପୁ ରେଡ୍ଡୀ (୨୩) ଓ ଟେଙ୍କା ବରଲକ୍ଷ୍ମୀ (୨୪) । ଅଭିଯୁକ୍ତ ଦୁଇଜଣ ସାହାଯ୍ୟ କରିବା ବାହାନାରେ ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ଠାରୁ ସୁନା ଅଳଙ୍କାର ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଚୋରି ହୋଇଥିବା ସୁନା ଚେନ୍‌ର ଓଜନ ପ୍ରାୟ ୩୦ ଗ୍ରାମ ଅର୍ଥାତ୍ ପ୍ରାୟ ୪ ଲକ୍ଷ ଟଙ୍କା । ହାଇଦ୍ରାବାଦ ପୋଲିସର କହିବାନୁସାରେ, ଏହି ଦମ୍ପତି ବୃଦ୍ଧାଙ୍କ ପାଟିକୁ ବନ୍ଦ କରିଦେଇଥିଲେ ଓ ଜୋରଜବରଦସ୍ତ ସୁନା ଚେନ୍ ଛଡ଼ାଇ ନେଇଥିଲେ । ଏହି ଘଟଣାଟି ଅକ୍ଟୋବର ୧୮ ତାରିଖ ସନ୍ଧ୍ୟା ୬.୦୪ଟାରେ ଭେଙ୍କଟା ରମଣ କଲୋନୀ ନିକଟ ରାଜା ରାଜେଶ୍ଵରୀ ମନ୍ଦିର ନିକଟରେ ଘଟିଥିଲା ।

  • ଏମିତି କରିଥିଲେ ଚୋରି
ଚୋରିର ଶିକାର ହୋଇଥିବା ବୃଦ୍ଧାଙ୍କ ନାମ ଅନ୍ଦୁଗୁଲା ରାମୁଲାମ୍ମା ବୋଲି ଜଣାପଡ଼ିଛି । ସେ ମନ୍ଦିର ସଫା କରୁଥିବାବେଳେ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା । ସେତେବେଳେ ମନ୍ଦିରରେ ଭକ୍ତମାନେ ନଥିଲେ । ପ୍ରଥମେ ବରଲକ୍ଷ୍ମୀ ବୃଦ୍ଧାଙ୍କୁ କାବୁ କରିଥିଲେ ଓ ତାଙ୍କ ପାଟି ବନ୍ଦ କରିଦେଇଥିଲେ । ଏହାପରେ ଅନ୍ନପୁ ତାଙ୍କ ବେକରୁ ସୁନା ଚେନ୍ ଲୁଟିନେଇଥିଲେ । ଏହାପରେ ଦୁହେଁ ଏକ ସ୍କୁଟରରେ ଫେରାର ମାରିଥିଲେ ।

ପଢନ୍ତୁ ଏହି ଖବର: ପୂଜାରେ ମାତିଛନ୍ତି ପାଠୁଆ ଲୁଟେରା; ଅନ୍ଧାରରେ ଆତଙ୍କ ଖେଳାଇ ଧରାପଡ଼ିଲେ

  • ରୋଜଗାର ପାଇଁ ଆସିଥିଲେ ହାଇଦ୍ରାବାଦ
ରୋଜଗାର ଖୋଜିବା ପାଇଁ ଏହି ଦମ୍ପତି ପ୍ରାୟ ଏକ ମାସ ପୂର୍ବରୁ ହାଇଦ୍ରାବାଦ ଆସିଥିଲେ । ଚାକିରି ପାଇବାରେ ବିଫଳ ହେବା ପରେ, ସେମାନେ ନିର୍ଦ୍ଧାରିତ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଅପରାଧର ଆଶ୍ରୟ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ତଦନ୍ତକାରୀ ଅଧିକାରୀମାନେ CCTV କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ସହ ଅନେକ ସ୍ଥାନରେ ସନ୍ଦିଗ୍ଧମାନଙ୍କର ଗତିବିଧି ଉପରେ ନଜର ରଖିଥିଲେ । ଗତକାଲି ବନସ୍ଥଳୀପୁରମର କମଳା ନଗରସ୍ଥିତ ଏକ ଗହଣା ଦୋକାନ ନିକଟରୁ ସେମାନଙ୍କୁ ଗିରଫ କରାଯାଇଛି । ଏବେ ସେମାନେ ପୋଲିସ ହେପାଜତରେ ଥିବାବେଳେ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: