Videos
|
Odisha

BTech Lootera Arrest / ପୂଜାରେ ମାତିଛନ୍ତି ପାଠୁଆ ଲୁଟେରା; ଅନ୍ଧାରରେ ଆତଙ୍କ ଖେଳାଇ ଧରାପଡ଼ିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପୂଜାରେ ମାତିଛନ୍ତି ପାଠୁଆ ଲୁଟେରା; ଅନ୍ଧାରରେ ଆତଙ୍କ ଖେଳାଇ ଧରାପଡ଼ିଲେ
BTech Lootera Arrest

Key Points

ଦଶହରାରେ ଆତଙ୍କ ଖେଳାଇଲେ ପାଠୁଆ ଲୁଟେରା
ବିଟେକ୍ ପାଠ ପଢିଛନ୍ତି, ହେଲେ ସାଜିଛନ୍ତି ଚୋର
ଅନ୍ଧାର ଦେଖି ଆତଙ୍କ ଖେଳାଉଛନ୍ତି
ଭୁବନେଶ୍ଵର: ରାଜଧାନୀରେ ଏବେ ପୂଜାର ମାହୋଲ । ଦିନରାତି ଖଚାଖଚ ଭିଡ଼ । ସାରା ରାଜ୍ୟରୁ ଆକର୍ଷଣୀୟ ମେଢ, ତୋରଣ ଦେଖିବାକୁ ରାଜଧାନୀ ଭୁବନେଶ୍ଵର ଧାଉଁଛନ୍ତି ରାଜ୍ୟବାସୀ । ଏହାରି ଭିତରେ ଦଶହରା ଆଢୁଆଳରେ ମାତିଛନ୍ତି ବିଟେକ ପଢୁଆ ଲୁଟେରା । ଅନ୍ଧାରି ରାସ୍ତାରେ ଆତଙ୍କ ମଚାଉଛନ୍ତି ଦୁଇ ପାଠୁଆ ଅପରାଧି । ଦୁଇ ଜଣ ଲୁଟେରା ବିଟେକ ଅପରାଧିଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।

  • ଜଣାପଡ଼ିଲା ପାଠୁଆ ଲୁଟେରାଙ୍କ ପରିଚୟ
ଗିରଫ ଅଭିଯୁକ୍ତ ହେଲେ ବିଦ୍ୟାଧର ବେହେରା,ଆର୍ୟନ ଅଭିଷେକ ବୋଲି ଜଣାପଡିଛି । ଗତକାଲି ଇନଫୋଭାଲି ଥାନା ଓଗାଳପଡା ରାସ୍ତାରେ ଅଭିଯୋଗକାରୀକୁ ଅଟକାଇଥିଲେ । ବାଟରେ ଅଟକାଇ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ଛାତ୍ର ଜଣଙ୍କ ପୂଜା ବୁଲିବା ପାଇଁ ଯାଉଥିବା ବେଳେ ତା'ଠୁ ମୋବାଇଲ୍ ଓ ସ୍କୁଟି ଗାଡି ଲୁଟ କରିନେଇଥିଲେ । ଏନେଇ ରାତିରେ ଅଭିଯୋଗକାରୀ ୧୧୨ ଯୋଗେ ପୋଲିସକୁ ଯୋଗାଯୋଗ ପରେ ତଦନ୍ତ କରିଥିଲା ପୋଲିସ ।

  • ନିଶା ପାଇଁ କରୁଛନ୍ତି ଚୋରି
୧୨ଘଣ୍ଟା ମଧ୍ୟରେ ଇନଫୋଭାଲି ଥାନା ପୋଲିସ ଦୁଇ ବିଟେକ ଅପରାଧିଙ୍କୁ କାବୁ କରିବା ସହ ସେମାନଙ୍କଠୁ ଲୁଟ୍ ମୋବାଇଲ୍ ଓ ସ୍କୁଟି ସହ ସେମାନେ ବ୍ୟବହାର କରୁଥିବା ପଲସର୍ ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ କରିଛାଯାଇଛି । ପୋଲିସ ତଦନ୍ତ ବେଳେ ଜଣାପଡିଛି ଜଣେ ବିଟେକ ପାସ ଆଉଟ୍ ହୋଇଥିବା ବେଳେ ଆଉ ଜଣେ ବିଟେକ ଗିଫ୍ଟ କଲେଜରେ ପଢୁଛି । ଟଙ୍କା ପାଇଁ ନିଶା ପାଇଁ ଏଭଳି ଲୁଟପାଟ କରି ଦଶହରାରେ ଆତଙ୍କ ଖେଳାଇଥିଲେ ।

ପଢନ୍ତୁ ଏହି ଖବର: ଇ-ରିକ୍ସାରେ ବସିଥିବା ମହିଳା ଦେଲେ ଚକମା; ଚୋରି କରିନେଲେ ୨କୋଟି ହୀରା ସୁନା ଅଳଙ୍କାର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପୂଜା ଭିଡ଼ରେ ବଙ୍ଗାଳୀ ମୋବାଇଲ ଲୁଟେରା
ଅନ୍ୟପଟେ ପୂଜା ଭିଡ଼ର ସୁଯୋଗ ନେଇ ମୋବାଇଲ ଲୁଟ୍ କରୁଥିଲେ ବଙ୍ଗାଳୀ ଲୁଟେରା । ପଶ୍ଚିମବଙ୍ଗର ମୋବାଇଲ୍ ଚୋର ଗ୍ୟାଙ୍ଗ୍‌ର ୫ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ମହିଳା ଓ ଜଣେ ପୁରୁଷଙ୍କୁ ବାନ୍ଧିଛି ନୟାପଲ୍ଲୀ ଥାନା ପୋଲିସ । କୃତ୍ରିମ ଭିଡ଼ ସୃଷ୍ଟି କରି ପକେଟରୁ ମୋବାଇଲ୍ ଚୋରି କରୁଥିଲେ । ଅଭିଯୁକ୍ତଙ୍କଠାରୁ ୫ଟି ଚୋରା ମୋବାଇଲ୍ ଜବତ କରାଯାଇଛି । ଜଗତପୁର ଓ ଖାରବେଳନଗର ଗେଷ୍ଟ ହାଉସ୍‌ରେ ରହି ଏମାନେ ନେଟୱର୍କ ଚଳାଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଏମାନଙ୍କ ସହ ଆଉ କାହାର ସମ୍ପୃକ୍ତି ଅଛି କି ନେଇ ସେ ନେଇ ପୋଲିସ ତଦନ୍ତ କରୁଛି । ଏପରି ଚୋରି ଗ୍ୟାଙ୍ଗ ଉପରେ କଡ଼ା ନଜର ରଖିଛି ପୋଲିସ ।