Journalist Assaulted by Youths / 'ମୁଁ ଚିତ୍କାର କରି ସାହାଯ୍ୟ ମାଗୁଥିଲି, କିନ୍ତୁ କେହି ଆସିଲେନି', ଦଶହରାରେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ

Key Points
ଦଶହରା ରାତିରେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ । ମେଟ୍ରୋରେ ୬ ମଦ୍ୟପ ଯୁବକ ମାରିଲେ ମାଡ଼।
ଅକ୍ଟୋବର ୨, ଗୁରୁବାର । ସାରା ଦେଶ ଧୁମଧାମରେ ପାଳନ କରୁଥିଲା ବିଜୟା ଦଶମୀ । ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ମଧ୍ୟ ଅନୁଷ୍ଠିତ ହୋଇଥିଲା । ଦଶହରାରେ ପ୍ରତୀକାତ୍ମକ ରାବଣ ଜଳୁଥିଲା କିନ୍ତୁ ଜଳିନଥିଲା ମଣିଷ ଭିତରେ ଥିବା ରାବଣ ପ୍ରକୃତି । ଦଶହରା ରାତିରେ ଏକାକୀ ଯାଉଥିବା ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରିଥିଲେ ଏକାଧିକ ମଦ୍ୟପ ଯୁବକ ।
ଅଧିକ ପଢ଼ନ୍ତୁ: NHରେ ହୋଇପାରିବନି ରାଜନୈତିକ ରାଲି ଓ ରୋଡ୍ ଶୋ', ହାଇକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ
ଗୁରୁବାର ରାତି ପ୍ରାୟ ୯.୪୦ ସମୟରେ ସୋଦେପୁର ରେଳ ଷ୍ଟେସନର ମେଟ୍ରୋ ଭିତରେ ମଦ୍ୟପ ଯୁବକଙ୍କ ଏକ ଗୋଷ୍ଠୀ ଦ୍ୱାରା ଜଣେ ୨୩ ବର୍ଷୀୟ ମହିଳା ସାମ୍ବାଦିକ ଅସଦାଚରଣର ଶିକାର ହୋଇଥିଲେ । କେବଳ ଅସଦାଚରଣ ନୁହେଁ ବରଂ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବାକୁ ମଧ୍ୟ ସେମାନେ ପଛେଇ ନଥିଲେ ।
ମହିଳା ସାମ୍ବାଦିକଙ୍କ କହିବା ଅନୁଯାୟୀ, ବିଜୟା ଦଶମୀ ରାତିରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟି ଏକୁଟିଆ ଘରକୁ ଫେରୁଥିଲେ । ଏହି ସମୟରେ ହିନ୍ଦୀରେ କଥା ହେଉଥିବା ଛଅରୁ ସାତ ଜଣ ଯୁବକ ତାଙ୍କୁ ମେଟ୍ରୋ ଭିତରେ ତାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଅସଦାଚରଣ କରିଥିଲେ ।
'ମୁଁ ପ୍ରଥମେ ସେମାନଙ୍କୁ ଅଣଦେଖା କରି ଦ୍ରୁତ ଗତିରେ ଚାଲିବାକୁ ଚେଷ୍ଟା କରିଥିଲି । କିନ୍ତୁ ହଠାତ୍ ପଛରୁ କେହି ଜଣେ ମୋତେ ବିନା ଅନୁମତିରେ ଛୁଇଁଥିଲେ । ଏହା ପରେ ମୁଁ ଯେତେବେଳେ ଜଣଙ୍କୁ ଚାପୁଡ଼ା ମାରିଲି, ସେମାନେ ମୋ ଉପରେ ହିଂସାତ୍ମକ ଆକ୍ରମଣ କରିଥିଲେ । ସେମାନେ ମୋତେ ଚାପୁଡ଼ା ଓ ବିଧା ମାରିଥିଲେ । ଏସବୁ ଘଟଣାକୁ ଲୋକମାନେ କେବଳ ଛାତ ଉପରେ ରହି ଦେଖୁଥିଲେ । କିନ୍ତୁ ମୁଁ ଯେତେବେଳେ ସାହାଯ୍ୟ ପାଇଁ ଚିତ୍କାର କରି ଡାକିଲି, କେହି ବି ସାହାଯ୍ୟ ପାଇଁ ଆଗକୁ ଆସିନଥିଲେ ବୋଲି ମହିଳା ସାମ୍ବାଦିକ ଜଣକ କହିଛନ୍ତି । ଏମିତିକି ପ୍ଲାଟଫର୍ମ ନମ୍ବର ୪ ରେ ଥିବା ଦୁଇଜଣ GRP କର୍ମଚାରୀ ହସ୍ତକ୍ଷେପ କରି ନଥିଲେ ବୋଲି ସେ ଜାତୀୟ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।
📱 Get Argus News App
✨ତେବେ ଏହି ଘଟଣା ପରେ ସେ ଯେତେବେଳେ ଜିଆରିପିରେ ଅଭିଯୋଗ କରିଥିଲେ ସେମାନେ ପ୍ରଥମେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ କହିଥିଲେ ଏବଂ ତା'ପରେ ଅଭିଯୋଗ ଦାଖଲ କରିବାକୁ କହିଥିଲେ ।
ଶୁକ୍ରବାର ଦିନ ପୀଡିତା ସାମ୍ବାଦିକ ବେଲଘୋରିଆ ଜିଆରପିରେ ଏକ ଏଫଆଇଆର ଦାଖଲ କରିଥିଲେ । ସବୱେରେ ଲାଗିଥିବା ସିସିଟିଭି ଫୁଟେଜରୁ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଏବେ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୋଜାଖୋଜି କରାଯାଉଛି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ବୋଲି ବେଲଘୋରିଆ ଜିଆରପିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Related Topics
Explore more stories