El Nino Impact 2026 June / ୧୦୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଜୁନରେ ଗାଏବ ହୋଇଗଲା ବର୍ଷା; ବଢିଲା 'ସୁପର ଏଲ୍ ନିନୋ' ଆଶଙ୍କା
·2 months ago·3 min read

Key Points
ଦେଶରେ "ଏଲ୍ ନିନୋ" ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି। ବିଗତ ୧୦୦ ବର୍ଷ ମଧ୍ୟରେ ଜୁନ୍ ମାସ ସବୁଠାରୁ ଶୁଷ୍କ ମାସ ହୋଇଛି। ଦେଶରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି।
El Nino Impact on Monsoon Rain 2026 June India: ବିଗତ ୧୦୦ ବର୍ଷ ମଧ୍ୟରେ ୨୦୨୬ ଜୁନ୍ ଦେଶରେ ସବୁଠାରୁ ଶୁଷ୍କ ମାସ ଭାବରେ ଉଭା ହୋଇଛି। ଏପରିକି ସମଗ୍ର ଦେଶରେ ଚଳିତ ମାସରେ ୪୨ ପ୍ରତିଶତ ବର୍ଷା ହ୍ରାସ ପାଇଥିବା ଜଣାପଡ଼ିଛି। ଯାହା ସୂଚାଇ ଦେଉଛି ଯେ "ଏଲ୍ ନିନୋ" ପ୍ରଭାବ ଦେଶରେ ମୌସୁମୀ ବର୍ଷାକୁ ଦୁର୍ବଳ କରିବାରେ ଲାଗିଲାଣି। ଅନେକ ରାଜ୍ୟରେ ଏପର୍ଯ୍ୟନ୍ତ ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ହୋଇନାହିଁ। ବର୍ଷାର ଅଭାବ ସିଧାସଳଖ କୃଷି କାର୍ଯ୍ୟ ଉପରେ ପ୍ରଭାବ ପକାଇବ। ବର୍ଷା ଅଭାବରୁ ବୁଣାବୁଣି କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆରମ୍ଭ ହୋଇନାହିଁ।
ଜୁନ୍ ମାସର ବର୍ଷା ପରିସଂଖ୍ୟାନ
ଚଳିତ ବର୍ଷ ଦେଶରେ ଜୁନ୍ ମାସରେ ହାରାହାରି ୯୨.୨ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଜୁନ୍ ମାସରେ ସାଧାରଣତଃ ବର୍ଷା ୧୫୭.୭ ମିମି ପର୍ଯ୍ୟନ୍ତ ବର୍ଷା ହୋଇଥାଏ। ଯାହାର ଅର୍ଥ ହେଉଛି ଚଳିତ ମାସରେ ୪୨ ପ୍ରତିଶତ ବର୍ଷା ହ୍ରାସ ପାଇଛି। ଯଦି ଜୁନ୍ ମାସର ଶେଷ ଦିନରେ ଭଲ ବର୍ଷା ହୁଏ, ତାହେଲେ ଏହି ସଂଖ୍ୟା ୧୦୦ ମିମି ପାର ହୋଇପାରେ। ବିଗତ ୧୦୦ ବର୍ଷ ମଧ୍ୟରେ (୧୯୨୭-୨୦୨୬), ଜୁନ୍ ମାସରେ ଦେଶରେ କେବଳ ୨ ଥର ଅଭାବୀ ବର୍ଷା ହୋଇଥିବାର ରେକର୍ଡ଼ କରାୟାଇଛି। ଗତ ୨୦୦୯ ଜୁନ ମାସରେ ୮୭.୫ ମିମି ବର୍ଷା ଏବଂ ୨୦୧୪ ଜୁନ ମାସରେ ୯୨.୧ ମିମି ବର୍ଷା ହୋଇଥିଲା। ଉଭୟ ବର୍ଷ ଜୁନ ମାସରେ ବର୍ଷାର ପରିମାଣ ୧୦୦ ମିମି ଠାରୁ କମ୍ ରହିଥିଲା। ଅନ୍ୟ ସମସ୍ତ ବର୍ଷରେ ଏହି ସଂଖ୍ୟା ଅଧିକ ରହିଛି। ଜୁନ ମାସରେ ଏହା ଅଭାବୀ ବର୍ଷାର ଏହା ତୃତୀୟ ଉଦାହରଣ।
ଜୁଲାଇ ମାସରେ କିପରି ରହିବ ପାଗ?
ଆଶ୍ୱସ୍ତିର କଥା ଏହା ଯେ ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଦେଶର ଅଧିକାଂଶ ସ୍ଥାନରେ ଭଲ ବର୍ଷା ହେବା ନେଇ ଆଶା କରାଯାଉଛି। ବିଶେଷକରି ମଧ୍ୟ ଭାରତରେ ଏପର୍ଯ୍ୟନ୍ତ ସର୍ବାଧିକ ମୌସୁମୀ ବର୍ଷାର ଅଭାବ ଦେଖାଯାଇଛି। ଜୁନ୍ ମାସରେ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଭାରତରେ ୫୪ ପ୍ରତିଶତ ଅଭାବୀ ବର୍ଷା ହୋଇଛି। ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ୪୧ ପ୍ରତିଶତ, ଉତ୍ତର-ପଶ୍ଚିମ ଭାରତରେ ୩୦ ପ୍ରତିଶତ, ଦକ୍ଷିଣ ଭାରତରେ ୨୮ ପ୍ରତିଶତ ଅଭାବୀ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଏବେ ଦେଶର କିଛି ଭାଗରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଭଳି ପରିସ୍ଥିତିରେ ଯଦି ଜୁଲାଇ ମାସରେ ଭଲ ବର୍ଷା ହୁଏ, ତାହେଲେ ଏହା ଆଶ୍ୱସ୍ତି ପ୍ରଦାନ କରିବ। ଗୋଟିଏ ସମୟରେ ଦେଶର ସମସ୍ତ ଅଞ୍ଚଳରେ ବର୍ଷା ପରିମାଣ ହ୍ରାସ ହେବା ଗୁରୁତ୍ୱପୂର୍ଣ୍ଣ। ଏହା ସୂଚାଇ ଦେଉଛି ଯେ ଜୁନ୍ ମାସ ସମଗ୍ର ଦେଶରେ ଏକ ଶୁଷ୍କ ମାସ ହୋଇସାରିଛି। ଏହା ସୂଚାଉଛି ଯେ "ଏଲ୍ ନିନୋ" ପ୍ରଭାବ ଦେଶର ମୌସୁମୀ ଉପରେ ଆରମ୍ଭ ହୋଇସାରିଛି।
ଏହା ସହ ପଢନ୍ତୁ: ଆଗକୁ ଆସୁଛି 'ଏଲ୍ ନିନୋ'; ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମିଳିଲା ନିର୍ଦ୍ଦେଶ
ଆଗାମୀ ସମୟରେ ଆହୁରି ଅଧିକ ସକ୍ରିୟ ହୋଇପାରେ "ଏଲ୍ ନିନୋ"
ଗତ ସପ୍ତାହରେ ଆମେରିକୀୟ ପାଣିପାଗ ସଂସ୍ଥା (US Metrological Agency), "ଇଣ୍ଟରନ୍ୟାସନାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଆଣ୍ଡ୍ ସୋସାଇଟି" (International Research Institute for Climate & Society) ମଧ୍ୟ ଏଲ୍ ନିନୋ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲା। ବିଷୁବୀୟ ପ୍ରଶାନ୍ତ ମହାସାଗରରେ ଦ୍ରୁତ ଗତିରେ ବଢ଼ୁଥିବା ତାପ ମଧ୍ୟରେ, "ଏଲ୍ ନିନୋ" ମଧ୍ୟମ ତୀବ୍ରତାରେ ପହଞ୍ଚିବା ନିକଟରେ ପହଞ୍ଚିଛି। ଏହା ସୂଚାଇ ଦେଉଛି ଯେ ଆଗାମୀ ମାସରେ "ଏଲ୍ ନିନୋ" ଆହୁରି ଶକ୍ତିଶାଳୀ ହୋଇପାରେ। ଯଦି ଏହା ଘଟେ, ତାହେଲେ ଏହାର ସିଧାସଳଖ ପ୍ରଭାବ ମୌସୁମୀ ବର୍ଷା ଉପରେ ଅନୁଭୂତ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ଏଲ୍ ନିନୋ" କ'ଣ?
"ଏଲ୍ ନିନୋ" ଏକ ବୈଶ୍ୱିକ ଜଳବାୟୁ ସହ ଜଡ଼ିତ ଏକ ଢାଞ୍ଚା। ଏହା ସେତେବେଳେ ଘଟିଥାଏ ଯେତେବେଳେ ବିଷୁବୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠ ଭାଗ ଜଳର ସାଧାରଣ ଅପେକ୍ଷା ବହୁତ ଉଷ୍ମ ହୋଇଯାଏ। ଏହା ଜଳବାୟୁ ସହିତ ଜଡ଼ିତ ଏକ ଘଟଣା, ଯାହାର ପ୍ରଭାବରେ ପବନ ବହିବା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନ ଭାରତରେ ମୌସୁମୀ ବର୍ଷା ସମେତ ସମେତ ବିଶ୍ୱର ଅନେକ ଦେଶରେ ପାଣିପାଗକୁ ମଧ୍ୟ ପ୍ରଭାବିତ କରେ। ଜୁନ୍ ମାସରେ ବର୍ଷା ହ୍ରାସ ପାଇବା "ଏଲ୍ ନିନୋ" ପ୍ରଭାବ ଯୋଗୁଁ ହୋଇଥିବା ବିଶ୍ୱାସ କରାଯାଉଛି।

Related Topics
Explore more stories