Videos
|
National

Kanda Express Train India / ନାସିକ ଠାରେ କାହିଁକି ଅଟକି ରହିଲା ପିଆଜ ନେଇ ଦିଲ୍ଲୀ ଆସୁଥିବା 'କାନ୍ଦା ଏକ୍ସପ୍ରେସ'?

Subhramjit Ray
Browse all articles by Subhramjit Ray
·2 weeks ago·2 min read
ନାସିକ ଠାରେ କାହିଁକି ଅଟକି ରହିଲା ପିଆଜ ନେଇ ଦିଲ୍ଲୀ ଆସୁଥିବା 'କାନ୍ଦା ଏକ୍ସପ୍ରେସ'?
Kanda Express Onion Transport

Key Points

ମହାରାଷ୍ଟ୍ରର ନାସିକ ସ୍ଥିତ ଲାସଲଗାଓଁ ଠାରୁ ଦିଲ୍ଲୀ ପଠାଯାଉଥିବା ପିଆଜ ଲୋଡିଂରେ ବିଳମ୍ବ ହେଉଛି। ଯେଉଁଠାରେ ସାରା ଦିନରେ କେବଳ ୨୦ କ୍ୱିଣ୍ଟାଲ ପିଆଜ ଲୋଡ୍ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେବଳ ୭ ଟ୍ରକ୍ ରେଳ ଷ୍ଟେସନ ଠାରେ ପହଞ୍ଚିଥିଲା।
Kanda Express stopped at Nashik: ଦେଶରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର। ଏହାକୁ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆର ଅଞ୍ଚଳରେ କେଜି ପିଛା ୩୫ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମହାରାଷ୍ଟ୍ରର ନାସିକରୁ "କାନ୍ଦା ଏକ୍ସପ୍ରେସ" ନାମକ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ପିଆଜ ଯୋଗାଣ କରାଯାଉଛି।

ଜାତୀୟ ସମବାୟ ଗ୍ରାହକ ମହାସଂଘ ଲିମିଟେଡ୍ (NCCF) ଚଳିତ ସପ୍ତାହ ଶେଷରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁଲଭ ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରିବ। NCCF ପ୍ରଥମେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଏହାର ୧୦ ଖୁଚୁରା ଦୋକାନ ମାଧ୍ୟମରେ ବିକ୍ରୟ ଆରମ୍ଭ କରିବ। ଏହା ସହିତ NCCF ଦ୍ୱାରା ପରିଚାଳିତ ୧୦୫ "ଭାରତ ବ୍ରାଣ୍ଡ" ଖୁଚୁରା ଦୋକାନରେ ପିଆଜ କିଲୋଗ୍ରାମ ପିଛା ୩୫ ଟଙ୍କା ମୂଲ୍ୟରେ ବିକ୍ରି ହେବ।

ଲୋଡିଂ ପାଇଁ କାହିଁକି ଲାଗୁଛି ସମୟ?
ମହାରାଷ୍ଟ୍ରର ଲାସଲଗାଓଁରୁ ଦିଲ୍ଲୀ ପଠାଯିବାକୁ ଥିବା ସ୍ୱତନ୍ତ୍ର "କାନ୍ଦା ଏକ୍ସପ୍ରେସ" ରେ ପିଆଜ ଲୋଡିଂ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଦିନସାରା କେବଳ ୨୦ କ୍ୱିଣ୍ଟାଲ ପିଆଜ ଲୋଡ୍ କରାଯାଇଥିଲା। ଯେତେବେଳେ ବିଳମ୍ବିତ ରାତି ସୁଦ୍ଧା ରେଳ ଷ୍ଟେସନ ଠାରେ କେବଳ ୭ ଟ୍ରକ୍ ପହଞ୍ଚିଥିଲା। ଯାହା ଦ୍ୱାରା ଟ୍ରେନ୍‌ ସମୟସୀମା ମଧ୍ୟରେ ପ୍ରସ୍ଥାନ କରିବାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା।

ଏହା ସହ ପଢନ୍ତୁ: କନ୍ଦାଉଛି ଦର; ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ଚଳାଇବେ ସ୍ୱତନ୍ତ୍ର ଟ୍ରେନ୍

ପ୍ରିମିୟମ୍ ପିଆଜ ବାଛିବାରେ ଲାଗୁଛି ସମୟ
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବଫର ଷ୍ଟକ୍‌ରେ ଗଚ୍ଛିତ ପିଆଜର ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣ ନଷ୍ଟ ହୋଇଯାଇଛି। ଯାହାର ଫଳସ୍ୱରୂପ କେବଳ ଉଚ୍ଚମାନର ଏବଂ ପ୍ରିମିୟମ୍-ଗ୍ରେଡ୍ ପିଆଜ ରେଳବାଇ ରାକ୍‌ ଠାରେ ଲୋଡ୍ କରାଯାଉଛି। ଖରାପ ଷ୍ଟକ୍‌ ମଧ୍ୟରୁ ଉପଯୁକ୍ତ ପିଆଜକୁ ବାଛିବାର ପ୍ରକ୍ରିୟା ଧିର ହୋଇଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ ଯୋଗାଣ ହୋଇପାରେ ପ୍ରଭାବିତ
ପ୍ରିମିୟମ୍ ପିଆଜ ବାଛିବା ଏବଂ ଗୁଣବତ୍ତା ସମସ୍ୟା ଯୋଗୁଁ ଲୋଡିଂ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଯାହାର ଫଳସ୍ୱରୂପ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଲୋଡିଂ ସମାପ୍ତ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯଦି ବିଳମ୍ବ ଜାରି ରହେ ତାହେଲେ "କାନ୍ଦା ଏକ୍ସପ୍ରେସ୍‌" ର ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିବା ପ୍ରଭାବିତ ହୋଇପାରେ।

ପ୍ରଶାସନ ଏବଂ ଏଜେନ୍ସି ନଷ୍ଟ ପିଆଜ ପଠାଇ କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନାହିଁ। କେବଳ ଉଚ୍ଚମାନର ପିଆଜ ଚୟନ କରାଯାଉଛି। ହେଲେ ତଥାପି ଏହି ପ୍ରକ୍ରିୟା ଯୋଗାଣ ଶୃଙ୍ଖଳାର ଗତିକୁ ପ୍ରଭାବିତ କରିଛି। ଯାହା "କାନ୍ଦା ଏକ୍ସପ୍ରେସ୍‌" ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।