Kanda Express Train India / କନ୍ଦାଉଛି ଦର; ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ଚଳାଇବେ ସ୍ୱତନ୍ତ୍ର ଟ୍ରେନ୍
·1 hour ago·2 min read

Key Points
ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି, ସରକାର "କନ୍ଦା ଏକ୍ସପ୍ରେସ୍" ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ପିଆଜ ଶସ୍ତା ଥିବା ସହରରୁ ପିଆଜ ଟ୍ରେନ ଯୋଗେ ଦର ଅଧିକ ଥିବା ସହରକୁ ପଠାଯିବ।
Kanda Express Onion Transport: ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟନା ସମେତ ଦେଶର ଅନେକ ସହରରେ ହଠାତ୍ ବୃଦ୍ଧି ପାଇଛି ପିଆଜ ଦର। ଅନେକ ପ୍ରମୁଖ ସହରରେ ଗୌହାଟି ପର୍ଯ୍ୟନ୍ତ "କନ୍ଦା ଏକ୍ସପ୍ରେସ" ନାମରେ ଏକ ଟ୍ରେନ୍ ଚଲାଇବାକୁ ଯୋଜନା କରୁଛନ୍ତି। ଯେଉଁଠାରେ ପିଆଜ ଦର ହାରାହାରି ଅପେକ୍ଷା ଅଧିକ ରହିଛି।
୪୫% ପର୍ଯ୍ୟନ୍ତ ମହଙ୍ଗା ହୋଇଛି ପିଆଜ
ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପିଆଜ ମୂଲ୍ୟ ଗତ ମାସ ତୁଳନାରେ ୧୯% ଏବଂ ଗତ ବର୍ଷ ତୁଳନାରେ ଏଥର ୪୫% ବୃଦ୍ଧି ପାଇଛି। କୁହାଯାଉଛି ଯେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ବଫର ଷ୍ଟକ୍ ମହଜୁଦ ରହିଛି। ଏହି ପିଆଜକୁ ପର୍ଯ୍ୟାୟକ୍ରମେ କମ ମୂଲ୍ୟରେ ବଜାରକୁ ପଠାଯିବ। ଗତ ବର୍ଷ ମଧ୍ୟ, NAFED ଏବଂ NCCF ଭଳି ସମବାୟ ସଙ୍ଗଠନ ମାଧ୍ୟମରେ ସାଧାରଣ ଜନତାଙ୍କୁ ସୁଲଭ ମୂଲ୍ୟରେ ପିଆଜ ଉପଲବ୍ଧ କରାଯାଇଥିଲା। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଖୁଚୁରା ପିଆଜ ମୂଲ୍ୟ କେଜି ପିଛା ୬୫ ଟଙ୍କାରେ ବିକ୍ରି ହେଉଛି। ଗତ ବର୍ଷ ଅଗଷ୍ଟରେ ପିଆଜ ମୂଲ୍ୟ ୩୫ ଟଙ୍କା ରହିଥିଲା। ଚେନ୍ନାଇରେ ମଧ୍ୟ ପିଆଜ ମୂଲ୍ୟ ପାଖାପାଖି ୬୦ ଟଙ୍କା ରହିଛି। ଉତ୍ତର-ପୂର୍ବର କିଛି ସହରରେ ମଧ୍ୟ ମୂଲ୍ୟ ୫୫-୬୦ ଟଙ୍କା ମଧ୍ୟରେ ରହିଛି।
ଏହା ସହ ପଢନ୍ତୁ: ଅକ୍ଟୋବରରେ ଆୟୋଜିତ ହେବ ଆନ୍ତର୍ଜାତୀୟ ଚାଉଳ ସମ୍ମିଳନୀ; ସ୍ୱାକ୍ଷରିତ ହେବ କୋଟି କୋଟି ଟଙ୍କାର ବ୍ୟବସାୟିକ ଚୁକ୍ତି
କାହିଁକି ବୃଦ୍ଧି ପାଉଛି ପିଆଜ ଦର?
ପିଆଜ ଦର ବୃଦ୍ଧି ପଛରେ ମୁଖ୍ୟ କାରଣ "କମ୍ ଉତ୍ପାଦନ" ବୋଲି କୁହାଯାଉଛି। ବିଶେଷଜ୍ଞ କହିଛନ୍ତି ଯେ ସର୍ବାଧିକ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ଖରିଫ ପିଆଜ ଉତ୍ପାଦନ ୫-୭ ହ୍ରାସ ପାଇଛି। ସରକାରୀ ସୂତ୍ର ଏହା ମଧ୍ୟ କହୁଛି ଯେ କିଛି ବ୍ୟବସାୟୀ ଜାଣିଶୁଣି ମୂଲ୍ୟ ବୃଦ୍ଧି କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ବଜାର ଅଭାବ ସତ୍ତ୍ୱେ ମୂଲ୍ୟ ବୃଦ୍ଧିର ଘଟଣା ଅନେକ ଥର ରିପୋର୍ଟ ହୋଇଛି।
ଦେଶରେ ଅଭାବ ନାହିଁ ପିଆଜ
ସରକାର କହିଛନ୍ତି ଯେ ଆଗାମୀ ମାସରେ ପିଆଜ ଚାହିଦା ପୂରଣ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ରହିଛି। NAFED ଏବଂ NCCF ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧.୨ ଲକ୍ଷ ଟନ୍ ପିଆଜର ବଫର ଷ୍ଟକ୍ ଭାବରେ କିଣିଛନ୍ତି। ମେ ମାସରେ, ଉଭୟ ଏଜେନ୍ସି ପିଆଜ କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୨୭୦ ଟଙ୍କା ସ୍ଥିର କରିଥିଲେ। ହେଲେ ଗତ ସପ୍ତାହରେ, କ୍ରୟକୁ ତ୍ୱରାନ୍ୱିତ କରିବା ପାଇଁ, ଏହାକୁ କ୍ୱିଣ୍ଟାଲ ପ୍ରତି ୨୬୪୫ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories