Videos
|
National

Kanda Express 31 hours delayed / ୩୧ ଘଣ୍ଟା ବିଳମ୍ବରେ ଛାଡି଼ଲା କାାନ୍ଦା ଏକ୍ସପ୍ରେସ; NCCF-ପଣ୍ୟାଗାର ନିଗମ ଉପରେ ଲାଗିବ ଜରିମାନା

Subhramjit Ray
Browse all articles by Subhramjit Ray
·1 hour ago·3 min read
୩୧ ଘଣ୍ଟା ବିଳମ୍ବରେ ଛାଡି଼ଲା କାାନ୍ଦା ଏକ୍ସପ୍ରେସ; NCCF-ପଣ୍ୟାଗାର ନିଗମ ଉପରେ ଲାଗିବ ଜରିମାନା
Kanda Express 31 hours delayed

Key Points

ବର୍ଦ୍ଧିତ ପିଆଜ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ରର ନାସିକ ଜିଲ୍ଲାର ଲାସଲଗାଓଁରୁ ଦିଲ୍ଲୀ ପଠାଯାଇଥିବା "କାନ୍ଦା ଏକ୍ସପ୍ରେସ" ଅବହେଳାର ଶିକାର ହୋଇଥିଲା। ଲାସଲଗାଓଁ ଠାରୁ ୪୫୦ ଟନ୍ ପିଆଜ ବୋଝେଇ କରି ଦିଲ୍ଲୀ ଯାଉଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ୩୧ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା।
Kanda Express running status update: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପିଆଜ ଦର ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ରର ନାସିକ ଠାରୁ ପଠାଯାଇଥିଲା କାାନ୍ଦା ଏକ୍ସପ୍ରେସ। ହେଲେ ପିଆଜ ନେଇ ଦିଲ୍ଲୀ ଯାଇଥିବା ଏହି ସ୍ୱତନ୍ତ୍ର ମାଲବାହୀ ଟ୍ରେନ ଏହାର ନିର୍ଦ୍ଧାରିତ ସମୟ ଠାରୁ ୩୧ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା। ଏହି ବିଳମ୍ବ ଯୋଗୁଁ ଭାରତୀୟ ରେଳବାଇ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (NCCF) ଏବଂ ପଣ୍ୟାଗାର ନିଗମ ଉପରେ ୧ ଲକ୍ଷରୁ ଅଧିକ ଡେମରେଜ୍ ଚାର୍ଜ (Indian Railway Demurrage Charge) ଲଗାଇବାକୁ ପ୍ରସ୍ତୁତ ହୋଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଗୋଦାମରେ ସଂରକ୍ଷିତ ବଫର ଷ୍ଟକ୍ ର ଏକ ବଡ଼ ଅଂଶ ନଷ୍ଟ ହୋଇଯିବା ଏବଂ ଗ୍ରେଡିଂ ପାଇଁ ଅତିରିକ୍ତ ସମୟ ଲାଗିବା ଯୋଗୁଁ ପିଆଜ ଲୋଡିଂ ବିଳମ୍ବ ହୋଇଥିଲା। ଏହା ଟ୍ରେନ୍ ପରିଚାଳନା ସମୟସୂଚୀକୁ ପ୍ରଭାବିତ କରିଥିଲା। ଯାହା ଫଳରେ ରେଳବାଇ ନିର୍ଦ୍ଧାରିତ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା।

ଲୋଡିଂ ବିଳମ୍ବ ହେବା ଯୋଗୁଁ ଲାଗିଲା ଜରିମାନା
ରେଳବାଇ ଅଧିକାରୀଙ୍କ ଅନୁଯାୟୀ, ପିଆଜ ନେଇ ଦିଲ୍ଲୀ ଯାଉଥିବା ଏହି ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍ ରେ ଲୋଡିଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହୋଇନଥିଲା। ରେଳବାଇ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋଡିଂ ନହେବା ପାଇଁ ପ୍ରତି ଘଣ୍ଟାରେ ପ୍ରତି ବାକ୍ସ ପାଇଁ ୧୫୦ ଟଙ୍କାର "ଡେମରେଜ୍ ଚାର୍ଜ" ଆଦାୟ କରାଯାଏ। ଏହି ବ୍ୟବସ୍ଥା ଅନୁଯାୟୀ, NCCF ଏବଂ ପଣ୍ୟାଗାର ନିଗମ ପାଖରୁ ଏକ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଆଦାୟ କରାଯିବ। ସୂଚନା ଅନୁଯାୟୀ ଗୋଦାମରେ ଗଚ୍ଛିତ ପିଆଜର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଥିଲା। ଯାହାର ଫଳସ୍ୱରୂପ ଭଳ ପିଆଜ ବାଛିବା ଏବଂ ଏହାକୁ ଗ୍ରେଡିଂ କରିବା ଲାଗି ଅଧିକ ସମୟ ନେଇଥିଲା। ଯାହା ସମଗ୍ର ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା।

ଏହା ସହ ପଢନ୍ତୁ: ନାସିକ ଠାରେ କାହିଁକି ଅଟକି ରହିଲା ପିଆଜ ନେଇ ଦିଲ୍ଲୀ ଆସୁଥିବା 'କାନ୍ଦା ଏକ୍ସପ୍ରେସ'?

୪୫୦ ଟନ୍ ପିଆଜ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି କାନ୍ଦା ଏକ୍ସପ୍ରେସ
ପ୍ରାୟ ୪୫୦ ଟନ୍ ପିଆଜ ନେଇ ୨୧ ଡବା ବିଶିଷ୍ଟ "କାନ୍ଦା ଏକ୍ସପ୍ରେସ ବୁଧବାର (ଅଗଷ୍ଟ ୨୬) ଅପରାହ୍ନ ପ୍ରାୟ ୩:୧୦ ସମୟରେ ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ଏସିଆର ସର୍ବବୃହତ ପିଆଜ ବଜାର କୁହାଯାଉଥିବା ଲାସଲଗାଓଁ ଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଲାସଲଗାଓଁ ରେଳ ଷ୍ଟେସନ ମ୍ୟାନେଜର ପ୍ରୀତେଶ ଦୁବେ କହିଛନ୍ତି ଯେ ଏହି ପିଆଜ ବୋଝେଇ ଟ୍ରେନ୍, ଦିଲ୍ଲୀ ନିକଟସ୍ଥ ଆଦର୍ଶ ନଗର ଷ୍ଟେସନ ଠାରେ ପହଞ୍ଚିବ। ଦିଲ୍ଲୀ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଯଥାଶୀଘ୍ର ଏହାକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି।


ପିଆଜ ମୂଲ୍ୟ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି
ଉପଭୋକ୍ତା ବ୍ୟାପାର ବିଭାଗ ନିର୍ଦ୍ଦେଶକ୍ରମେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଯାଇଛି। କେନ୍ଦ୍ର ସରକାର ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଅଧିନରେ କିଣାଯାଇଥିବା ବଫର ଷ୍ଟକ୍ ରୁ ୮୪୦ ଟନ୍ ପିଆଜ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରତି କିଲୋଗ୍ରାମ ପିଛା ୩୫ ଟଙ୍କା ସବସିଡି ହାରରେ ପିଆଜ ଉପଲବ୍ଧ କରାଇବେ। ଯାହା ବର୍ତ୍ତମାନର ହାରାହାରି ଖୁଚୁରା ମୂଲ୍ୟ ତୁଳନାରେ ପ୍ରାୟ ୩୬ ପ୍ରତିଶତ କମ୍। ପିଆଜ NAFED, NCCF ଏବଂ କେନ୍ଦ୍ରୀୟ ସଂରକ୍ଷଣ ଭଣ୍ଡାର ମାଧ୍ୟମରେ ବିକ୍ରି କରାଯିବ।

ଏହା ସହ ପଢନ୍ତୁ: କନ୍ଦାଉଛି ଦର; ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ଚଳାଇବେ ସ୍ୱତନ୍ତ୍ର ଟ୍ରେନ୍

ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଉଛି ପିଆଜ
ଉପଭୋକ୍ତା ବ୍ୟାପାର ସଚିବ ନିଧି ଖାରେଙ୍କ କହିବା ଅନୁଯାୟୀ, ସ୍ୱତନ୍ତ୍ର ରେଳ ରାକ୍ ମାଧ୍ୟମରେ ଚେନ୍ନାଇ, ଏର୍ଣ୍ଣାକୁଲମ, ମଦୁରାଇ ଏବଂ ଗୌହାଟି ଭଳି ସହରର ପ୍ରମୁଖ ଗ୍ରାହକ କେନ୍ଦ୍ରକୁ ମଧ୍ୟ ପିଆଜ ପଠାଯାଉଛି। ଏହି ସମ୍ପୂର୍ଣ୍ଣ ଷ୍ଟକ୍ ମହାରାଷ୍ଟ୍ରର ନାସିକ ଠାରେ ରଖାଯାଇଥିବା ବଫର ଷ୍ଟକ୍ ମଧ୍ୟରୁ ଯୋଗାଇ ଦିଆଯାଇଛି। ଏହି ପଦକ୍ଷେପ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପାର୍ବଣ ଋତୁ ସମୟରେ ବର୍ଦ୍ଧିତ ଚାହିଦା ଏବଂ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ପିଆଜ ମୂଲ୍ୟରେ ଋତୁକାଳୀନ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: