Cyber Fraud / ୭୨ଟି ବ୍ୟାଙ୍କ ଖାତାରେ ୫୬୦୦ କୋଟିର ଦେଣନେଣ; କାଙ୍ଗାଳ କରି ଦେଲା ଅଧିକ ଲାଭର ଲୋଭ
·1 hour ago·2 min read

Key Points
୭୨ଟି ବ୍ୟାଙ୍କ ଆକାଉଣ୍ଟ । ୫୬୦୦ କୋଟିର ସାଇବର ଠକେଇ । ଦେଶର ବିଭିନ୍ନ ରାଜ୍ୟକୁ ଲମ୍ବିଛି ଚେର୍ । କାନପୁରରୁ ଗିରଫ ହେଲେ ୨ ଜଣ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।
ନୂଆଦିଲ୍ଲୀ: ବଡ଼ ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ୍ । ନିବେଶ କରି ଅଧିକ ଲାଭ ପାଇବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଏହି ଆନ୍ତଃରାଜ୍ୟ ନେଟୱର୍କ ସହ ଜଡ଼ିତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ଉତ୍ତରପ୍ରଦେଶର କାନପୁର ପୋଲିସ ।
ପୋଲିସର ପ୍ରାଥମିକ ତଦନ୍ତରେ ଏହି ନେଟୱର୍କ ସହ ଜଡ଼ିତ ବ୍ୟାଙ୍କ ଖାତାଗୁଡ଼ିକରେ ପ୍ରାୟ ୫,୬୦୦ କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ଜଣାପଡ଼ିଛି । ତେବେ, ଏହି ଟଙ୍କା ମଧ୍ୟରୁ କେତେ ଅଂଶ ସାଇବର ଠକେଇର ଟଙ୍କା ଏବଂ କେତେ ଟଙ୍କା ଅନ୍ୟ କାରବାର ସହ ଜଡ଼ିତ, ତାହାର ତଦନ୍ତ ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ୩୦ ହଜାର ଋଣ ନେଇଥିଲେ; ଅନଲାଇନରୁ ଶିଖି, ସାଣ୍ଡୱିଚ୍ ବିକି ମାସକୁ ୨୫ଲକ୍ଷ ରୋଜଗାର
ତଦନ୍ତ ବେଳେ ପୋଲିସ ୭୨ଟି ସନ୍ଦେହଜନକ ବ୍ୟାଙ୍କ ଖାତାର ସୂଚନା ପାଇଛି । ଏହି ଖାତାଗୁଡ଼ିକ ସହ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରାୟ ୮୬ଟି ସାଇବର ଠକେଇ ଅଭିଯୋଗର ସମ୍ପର୍କ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ କହିଛି, ଏହି ମାମଲାର ଲିଙ୍କ୍ ଦିଲ୍ଲୀ, କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଜମ୍ମୁ-କାଶ୍ମୀର ସମେତ ଅନ୍ୟ କିଛି ରାଜ୍ୟକୁ ମିଳିଛି । ବିହାର, ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ଅଭିଯୋଗରେ ହୋଇଥିବା ଅଭିଯୋଗ ଏହି ଖାତାଗୁଡ଼ିକ ସହ ଜଡ଼ିତ ରହିଛି ।
ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି କାନପୁରର ଶାହବାଜ ୱାର୍ସି (୨୪) ଏବଂ ସଲମାନ (୩୧) । ପୋଲିସ ସେମାନଙ୍କଠାରୁ ପ୍ରାୟ ୬୫ ଲକ୍ଷ ୨୬ ହଜାର ଟଙ୍କା ଜବତ କରିଛି । ଏହା ସହ ଦୁଇଟି ଆଇପ୍ୟାଡ୍, ତିନୋଟି ଆଣ୍ଡ୍ରଏଡ୍ ମୋବାଇଲ, ଦୁଇଟି ଏଟିଏମ୍ କାର୍ଡ, ବ୍ୟାଙ୍କ ଖାତା ଖୋଲିବା ସମ୍ପର୍କିତ କାଗଜପତ୍ର ଏବଂ ଟଙ୍କା ଜମା-ଉଠାଣର ରସିଦ ମଧ୍ୟ ମିଳିଛି ।
ଅଭିଯୁକ୍ତମାନଙ୍କ ମୋବାଇଲ ଯାଞ୍ଚ ବେଳେ ହ୍ୱାଟ୍ସଆପ୍ ଚାଟ୍, କଲ୍ ରେକର୍ଡ ଓ ଅନ୍ୟ ଡିଜିଟାଲ ତଥ୍ୟ ମିଳିଥିବା ପୋଲିସ କହିଛି । ଏହି ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି ।
ଏଥିସହ ପଢ଼ନ୍ତୁ: ଏହି ରାଜ୍ୟରେ ବ୍ୟାନ୍ ହେଲା ଆନାଲଗ୍ ପନିର ? ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ
ପୋଲିସ ଅନୁସାରେ, ଠକେଇ ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଖାତା ଏବଂ ଗେମିଂ ପ୍ଲାଟଫର୍ମ ମାଧ୍ୟମରେ ଏଣେତେଣେ ଦେଣନେଣ କରାଯାଇଥିଲା । ଏହି ନେଟୱର୍କରେ ଥିବା ନକଲି କମ୍ପାନୀ, ବ୍ୟାଙ୍କ ଖାତା ଓ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ନେଇ ତଦନ୍ତ ଚାଲିଛି ।
ଏହି ମାମଲାରେ ଆଗକୁ ଆହୁରି ଗିରଫଦାରୀ ହୋଇପାରେ । ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଟଙ୍କା କେଉଁ କେଉଁ ଖାତାକୁ ପଠାଯାଇଛି, ତାର ଛାନଭିନ୍ ଚାଲିଥିବା ପୋଲିସ କହିଛି । ସାଇବର ଠକେଇରୁ ସାବଧାନ ରହିବାକୁ କାନପୁର ପୋଲିସ ଲୋକଙ୍କୁ ନିବେଦନ କରିଛି ।

Related Topics
Explore more stories