Videos
|
National

Kanpur Hospital Negligence / ପ୍ଲାଷ୍ଟର ବଦଳରେ ହାତରେ କାର୍ଡବୋର୍ଡ! ହାଲେଟ୍ ହସ୍ପିଟାଲରେ ଚିକିତ୍ସା ଅବହେଳା ଅଭିଯୋଗ

Subhramjit Ray
Browse all articles by Subhramjit Ray
·53 mins ago·2 min read
ପ୍ଲାଷ୍ଟର ବଦଳରେ ହାତରେ କାର୍ଡବୋର୍ଡ! ହାଲେଟ୍ ହସ୍ପିଟାଲରେ ଚିକିତ୍ସା ଅବହେଳା ଅଭିଯୋଗ
Photo Source: Social Media/AI

Key Points

ଉତ୍ତରପ୍ରଦେଶର କାନପୁର ସ୍ଥିତ ହାଲେଟ୍ ହସ୍ପିଟାଲରେ ଚିକିତ୍ସା ଅବହେଳାର ଅଭିଯୋଗ ଆସିଛି। ସଡ଼କ ଦୁର୍ଘଟଣାରେ ହାତ ଭାଙ୍ଗିଥିବା ଧରମ ବାବୁ ଗୁପ୍ତାଙ୍କୁ ପ୍ଲାଷ୍ଟର ବଦଳରେ କାର୍ଡବୋର୍ଡ ବାନ୍ଧି ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଭାଇରାଲ୍ ପରେ ହସ୍ପିଟାଲ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି।

କାନପୁର, ଉତ୍ତର ପ୍ରଦେଶ: ଜଣେ ରୋଗୀଙ୍କ ଚିକିତ୍ସାରେ ଖୋଲାଖୋଲି ଭାବରେ ହୋଇଥିବାର ଅବହେଳା ଏକ ମାମଲା ସାମ୍ନାକୁ ଆସିଛି। ଏକ ସଡ଼କ ଦୁର୍ଘଟଣା ପରେ ଚିକିତ୍ସା ପାଇଁ ଜରୁରୀକାଳୀନ ୱାର୍ଡ ଠାରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ଲାଷ୍ଟର କାଷ୍ଟ (Plaster Cast) ବଦଳରେ ଏକ କାର୍ଡବୋର୍ଡ଼ (Cardboard) ସାହାଯ୍ୟରେ ଚିକିତ୍ସା କରାଯାଇଥିବାର ଅଭିଯୋଗ ହୋଇଛି। ରିପୋର୍ଟ ହୋଇଛି ଯେ ହାତ ଭାଙ୍ଗିବା ସତ୍ତ୍ୱେ, ଡାକ୍ତର ଏକ୍ସ-ରେ କରିନଥିଲେ କିମ୍ବା ପ୍ଲାଷ୍ଟର କାଷ୍ଟ ଲଗାଇ ନଥିଲେ। ଯନ୍ତ୍ରଣାରେ ଜର୍ଜରିତ ରୋଗୀଙ୍କୁ କେବଳ ହାତରେ ଏକ କାର୍ଡବୋର୍ଡ ବାନ୍ଧି ବ୍ୟାଣ୍ଡେଜ୍ କରା ଯାଇଥିଲା।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର କାନପୁର ସ୍ଥିତ କାକାଦେବ ଥାନା ଅଞ୍ଚଳର ଶାସ୍ତ୍ରୀ ନଗର (ଦୋକାନ ନମ୍ବର ୧୫) ନିବାସୀ ଧରମ ବାବୁ ଗୁପ୍ତା ବଜାରରୁ ଆଖୁ କିଣିବାକୁ ଯାଉଥିଲେ। ହେଲେ ରାସ୍ତାରେ ଏକ ଇ-ରିକ୍ସା ଓଲଟି ପଡ଼ିବା ଫଳରେ ତାଙ୍କ ହାତରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ହାତ ଫ୍ରାକ୍ଚର (Fracture in Hand) ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଯୋଗ ସ୍ଥାନୀୟ ହାଲେଟ୍ ହସ୍ପିଟାଲ ଏମରଜେନ୍ସି ୱାର୍ଡ଼ ଠାରେ ଭର୍ତ୍ତି କରିଥିଲା।

ଏହା ସହ ପଢନ୍ତୁ: ମାନବିକତା ଭୁଲିଗଲେ ଡାକ୍ତରଖାନା ମହିଳା କର୍ମଚାରୀ; ଭିଡ଼ିଓ ହେଉଛି ଭାଇରାଲ

ପୀଡ଼ିତ ଧରମ ବାବୁ ଗୁପ୍ତାଙ୍କ କହିବା ଅଭିଯୋଗ ଅନୁଯାୟୀ, ତାଙ୍କ ଭଙ୍ଗା ହାତରେ ପ୍ଲାଷ୍ଟର କାଷ୍ଟ ଲଗାଇବା ପରିବର୍ତ୍ତେ ଡାକ୍ତର କାର୍ଡବୋର୍ଡ କାଷ୍ଟ ଲଗାଇ ଦେଇଥିଲେ। ତାଙ୍କର ଅସହାୟତା, ତୀବ୍ର ଯନ୍ତ୍ରଣା ଏବଂ ତାଙ୍କୁ ଆର୍ଥିକ ଅଭାବ ଅନଟନରେ ବୁଲୁଥିବା ଦେଖି ସ୍ଥାନୀୟ ବାସିନ୍ଦା ସାହାଯ୍ୟର ହାତ ବଢ଼ାଇ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଏକ ହସ୍ପିଟାଲ ଠାରେ ଭର୍ତ୍ତି କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେତେବେଳେ ଏହି ସମ୍ପୂର୍ଣ୍ଣ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେତେବେଳେ ହାଲେଟ୍ ହସ୍ପିଟାଲ ମେଡିକାଲ କଲେଜ ପ୍ରଶାସନ ସକ୍ରିୟ ହୋଇ ଉଠିଥିଲା। ହସ୍ପିଟାଲର ଅର୍ଥୋପେଡିକ୍ ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ସଞ୍ଜୟ କୁମାର କହିଛନ୍ତି ଯେ ଏହି ଘଟଣା ତାଙ୍କ ନଜରକୁ ଆସିଛି ଏବଂ ସେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।