Videos
|
National

Raebareli district hospital / ମାନବିକତା ଭୁଲିଗଲେ ଡାକ୍ତରଖାନା ମହିଳା କର୍ମଚାରୀ; ଭିଡ଼ିଓ ହେଉଛି ଭାଇରାଲ

Subhramjit Ray
Browse all articles by Subhramjit Ray
·2 weeks ago·2 min read
 ମାନବିକତା ଭୁଲିଗଲେ ଡାକ୍ତରଖାନା ମହିଳା କର୍ମଚାରୀ; ଭିଡ଼ିଓ ହେଉଛି ଭାଇରାଲ
Raebareli district hospital

Key Points

ମାନବିକତାକୁ ଅଣଦେଖା କରି, ରାୟବରେଲି ଜିଲ୍ଲା ହସ୍ପିଟାଲରେ ନିୟୋଜିତ ଜଣେ ନର୍ସ, ଜଣେ ମାନସିକ ରୋଗୀଙ୍କୁ ବାରମ୍ବାର ଗୋଇଠା ମାରିଥିଲେ। ଏହା ସହିତ, ସେ ତାଙ୍କୁ ମୌଖିକ ଭାବରେ ଗାଳି ମଧ୍ୟ ଦେଇଥିଲେ।
Raebareli district hospital viral video: ସଦ୍ୟ ଉତ୍ତର ପ୍ରଦେଶ ରାୟବରେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଚିକିତ୍ସାଳୟର ଜଣେ ମହିଳା କର୍ମଚାରୀଙ୍କ ଅମାନବୀୟ ଆଚରଣ ଦେଖିବାକୁ ମିଳିଛି। ଏଠାରେ ନିୟୋଜିତ ଜଣେ ନର୍ସ ମାନବିକତା ଭୁଲି ଯାଇ ଜଣେ ମାନସିକ ରୋଗୀଙ୍କୁ ଗୋଇଠା ମାରିବାରେ ଲାଗିଛନ୍ତି। ଏହା ବ୍ୟତୀତ ନର୍ସ ଜଣଙ୍କ ସେହି ରୋଗୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। କେହି ଜଣେ ତାଙ୍କର ଏପରି କାର୍ଯ୍ୟର ଭିଡି଼ଓ ରେକର୍ଡିଂ କରି ଏହାକୁ ଭାଇରାଲ୍ କରି ଦେଇଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ଡାକ୍ତର ପୁଷ୍ପେନ୍ଦ୍ର କୁମାର ଗଣମାଧ୍ୟମକୁ କହିଛନ୍ତି, ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩୯ ସେକେଣ୍ଡ ଅବଧି ଏହି ଭିଡ଼ିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ ମାନସିକ ରୋଗୀଙ୍କୁ ଜଣେ ନର୍ସ ଲାତ ମାରୁଛନ୍ତି। ସେ ତାଙ୍କୁ ୩୯ ସେକେଣ୍ଡ ଭିତରେ ପ୍ରାୟ ୧୦ ଥର ଲାତ ମାରିଛନ୍ତି। ପାଖରେ ଜଣେ ସୁରକ୍ଷା କର୍ମୀ ଉପସ୍ଥିତ ରହିଥିବାର ଦେଖିବାକୁ ମିଳୁଛି। ହେଲେ ସୁରକ୍ଷା କର୍ମୀ ସେହି ନର୍ସ ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରିନଥିଲେ।


ଭିଡି଼ଓ ଭାଇରାଲ୍ ହେବା ପରେ ଚିନ୍ତାରେ ଡାକ୍ତରଖାନା ପରିଚାଳନା
ଏହି ଘଟଣାର ଭିଡି଼ଓ ଭାଇରାଲ ହେବା ପରେ ଡାକ୍ତରଖାନା ପରିଚାଳନାକୁ ନେଇ ସୃଷ୍ଟି ହୋଇଛି ହଇଚଇ। ପ୍ରଥମେ ଡାକ୍ତର ପୁଷ୍ପେନ୍ଦ୍ର କୁମାର ଏହି ଘଟଣାରେ ଗଣମାଧ୍ୟମରେ ପ୍ରଥମେ କୌଣସି ପ୍ରତିକ୍ରିୟା ରଖନଥିଲେ। ହେଲେ ପରେ ସେ ଗଣମାଧ୍ୟମରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ବିଚାରକୁ ନିଆଯାଇଛି। ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ତାଙ୍କ ବିବୃତ୍ତିରେ ସମ୍ପୃକ୍ତ ନର୍ସଙ୍କ ନାଁ ଉଲ୍ଲେଖ କରିନଥିଲେ। ଜିଲ୍ଲା ଚିକିତ୍ସାଳୟକୁ ଆସୁଥିବା ଲୋକେ କୁହାକୁହି ହେଉଛନ୍ତି ଯେ ସମ୍ପୃକ୍ତ ନର୍ସ ହେଉଛନ୍ତି ଡାକ୍ତରଙ୍କ ଖୁବ ନିକଟତର। ଯଦିଓ ସେ ମହିଳା ଜଣଙ୍କ ଜଣେ ସାଧାରଣ କର୍ମଚାରୀ, ହେଲେ ନର୍ସ ପିନ୍ଧୁଥିବା ଧଳା ପୋଷାକ ପିନ୍ଧିଥାନ୍ତି। କାରଣ ଏଥିରେ ଡାକ୍ତର ପୁଷ୍ପେନ୍ଦ୍ର କୁମାରଙ୍କ ହାତ ରହିଛି।

ଏହା ସହ ପଢନ୍ତୁ: ରୋଗୀଙ୍କ ଉପରକୁ ଗ୍ଲୁକୋଜ୍ ବୋତଲ ଫିଙ୍ଗିଲେ ନର୍ସ; କହିଲେ...

ବିବାଦ ଘରରେ ରହିଛି ଡାକ୍ତର ପୁଷ୍ପେନ୍ଦ୍ର କୁମାରଙ୍କ କାର୍ଯ୍ୟଶୈଳୀ
ଜିଲ୍ଲା ହସ୍ପିଟାଲ ଡାକ୍ତର ପୁଷ୍ପେନ୍ଦ୍ର କୁମାରଙ୍କ କାର୍ଯ୍ୟଶୈଳୀ ବିବାଦରେ ଘେରି ରହିଛି। ନିକଟରେ ଏହି ଡାକ୍ତରଖାନାର ଏମରଜେନ୍ସି ୱାର୍ଡର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ଜଣେ ରୋଗୀଙ୍କୁ ଏକ୍ସପାଏରି ହୋଇ ସାରିଥିବା ଗ୍ଲୁକୋଜ୍ ଦିଆଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Shocker: Female Hospital Worker Kicks Mentally Ill Man 10 Times in Raebareli | Argus News