Karnataka Gutkha Ban / ଗୁଟଖା ଖାଉଥିଲେ ସାବଧାନ ! ଏକ ବର୍ଷ ପାଇଁ ଲାଗିଲା ବ୍ୟାନ୍...ସରକାର ନେଲେ ବଡ଼ ନିଷ୍ପତ୍ତି
·20 mins ago·2 min read

Key Points
ସରକାରଙ୍କ ବଡ଼ ନିଷ୍ପତ୍ତି
ଗୁଟଖା-ପାନମସଲା ଉପରେ ବଡ଼ ଆକ୍ସନ୍
ଏକ ବର୍ଷ ପାଇଁ ଲାଗିଲା ବ୍ୟାନ୍
ଗୁଟଖା-ପାନମସଲା ଉପରେ ବଡ଼ ଆକ୍ସନ୍
ଏକ ବର୍ଷ ପାଇଁ ଲାଗିଲା ବ୍ୟାନ୍
ଗୁଟଖା ଓ ପାନ ମସଲା ଖାଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଗୁଟଖାକୁ ନେଇ କର୍ଣ୍ଣାଟକ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଜନ ସ୍ୱାସ୍ଥ୍ୟକୁ ନଜରରେ ରଖି କର୍ଣ୍ଣାଟକ ସରକାର ତମାଖୁ ଓ ନିକୋଟିନ୍ଯୁକ୍ତ ଗୁଟଖା, ପାନ ମସଲା ସମେତ ଅନ୍ୟାନ୍ୟ ନିଷିଦ୍ଧ ଉତ୍ପାଦ ଉପରେ ପୂରା ରାଜ୍ୟରେ ଏକ ବର୍ଷ ପାଇଁ ରୋକ୍ ଲଗାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ବିଭାଗ ପକ୍ଷରୁ ଅଗଷ୍ଟ ୧୦, ୨୦୨୬ରେ ଏନେଇ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି ।
ଏବେ ଗୁଟଖା ଓ ପାନ ମସଲାର ନିର୍ମାଣଠାରୁ ଆରମ୍ଭ କରି ବିକ୍ରି, ଷ୍ଟୋରେଜ୍, ପରିବହନ ଓ ବଣ୍ଟନ—ସବୁ ଉପରେ ରହିବ କଡ଼ା ନଜର । ସରକାରୀ ବିଜ୍ଞପ୍ତି ଜାରି ହେବା ତାରିଖଠାରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଏହି ନିଷେଧାଦେଶ ସାରା କର୍ଣ୍ଣାଟକରେ ଲାଗୁ ରହିବ ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଲାଗିଲା ଧାରା ୧୬୩, ଗୁଡ଼ି ଉଡ଼ାଇବା ମନା ! ଜାଣନ୍ତୁ କେବେ ଯାଏଁ ରହିବ କଟକଣା
ନିୟମକୁ କଡ଼ାକଡ଼ିରେ ଲାଗୁ କରିବା ପାଇଁ କର୍ଣ୍ଣାଟକ ସରକାର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଯାଞ୍ଚ ଓ ଏନ୍ଫୋର୍ସମେଣ୍ଟ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ନିଷିଦ୍ଧ ତମାଖୁ ଓ ନିକୋଟିନ୍ ଉତ୍ପାଦର ବିକ୍ରି ଏବଂ ବଣ୍ଟନ ଉପରେ ନଜର ରଖିବେ । ନିୟମ ଉଲ୍ଲଂଘନ କରି ଧରାପଡ଼ିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହି ଆଦେଶ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ର ଧାରା ୩୦(୨)(a) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରି ଉପରେ ନିଷେଧ ଓ ପ୍ରତିବନ୍ଧ) ନିୟମାବଳୀ, ୨୦୧୧ର ନିୟମ ୨.୩.୪ ଅଧୀନରେ ମିଳିଥିବା କ୍ଷମତା ବ୍ୟବହାର କରି ଜାରି କରାଯାଇଛି ।
କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ବିଭାଗ ସାଧାରଣ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ଅପିଲ୍ କରିଛି । କୌଣସି ସ୍ଥାନରେ ନିଷିଦ୍ଧ ତମାଖୁ କିମ୍ବା ନିକୋଟିନ୍ ଉତ୍ପାଦର ନିର୍ମାଣ, ବିକ୍ରି କିମ୍ବା ବଣ୍ଟନ ସମ୍ପର୍କରେ ସୂଚନା ମିଳିଲେ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି । ସରକାରଙ୍କ କହିବା ଅନୁସାରେ, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ତମାଖୁ ନିଶା ଉପରେ ଅଙ୍କୁଶ ଲଗାଇବା ଏବଂ ଏକ ସୁସ୍ଥ ଓ ନିଶାମୁକ୍ତ କର୍ଣ୍ଣାଟକ ଗଠନ ଦିଗରେ ପଦକ୍ଷେପ ନେବା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories