Karnataka Bike Taxi Ban / କର୍ଣ୍ଣାଟକରେ ପୁଣି ଗଡ଼ିବ ବାଇକ୍ ଟ୍ୟାକ୍ସି! ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଲେ ସୁପ୍ରିମକୋର୍ଟ
·38 mins ago·3 min read

Key Points
କର୍ଣ୍ଣାଟକରେ ବାଇକ୍ ଟ୍ୟାକ୍ସି ସେବାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଲିଭ୍ ପିଟିସନ୍ (SLP) ଖାରଜ କରି କୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଛନ୍ତି। ଏହାଦ୍ୱାରା Rapido, Ola ଓ Uber ଭଳି କମ୍ପାନୀ ଦ୍ୱାରା ପ୍ରଦତ୍ତ ବାଇକ୍ ଟ୍ୟାକ୍ସି ସେବା ପୁନଃ ଆରମ୍ଭ ପାଇଁ ପଥ ପରିଷ୍କାର ହୋଇଛି। ତେବେ ସେବାର ନିୟମାବଳୀ ଗୁରୁତ୍ୱପୂର୍ଣ୍ଣ ରହିବ।
ବେଙ୍ଗାଲୁରୁ: ରାଜ୍ୟରେ ବାଇକ୍ ଟ୍ୟାକ୍ସି ସେବା ଉପରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟକୁ ବଜାୟ ରଖିଛନ୍ତି ସୁପ୍ରିମ କୋର୍ଟ। ଏନେଇ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରି ଶୁକ୍ରବାର (୨୦ ନଭେମ୍ବର) କର୍ଣ୍ଣାଟକ ହାଇକୋର୍ଟ ନିଷ୍ପତ୍ତିକୁ ସମର୍ଥନ କରିବା ସହ ରାଜ୍ୟରେ ବାଇକ୍ ଟ୍ୟାକ୍ସି ସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ସରକାରଙ୍କ ସ୍ୱତନ୍ତ୍ର ଲିଭ୍ ପିଟିସନ୍ (SLP) କୁ ଖାରଜ କରିଛନ୍ତି। ଯାହା ପରେ ରାଜ୍ୟରେ ବାଇକ୍ ଟ୍ୟାକ୍ସି ସେବା ପୁନର୍ବାର ଆରମ୍ଭ କରିବା ନେଇ ପଥ ପରିଷ୍କାର କରିଛି।
ବାଇକ ଟ୍ୟାକ୍ସି ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ, ରାଜ୍ୟ ସରକାର ଗତ ଜାନୁଆରୀ ୨୩ ତାରିଖରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ରାଜ୍ୟ ସରକାର ଏକ ବ୍ୟାପକ ନିୟାମକ ନୀତି ପ୍ରଣୟନ ନକରିବା ପର୍ଯ୍ୟନ୍ତ ବାଇକ୍ ଟ୍ୟାକ୍ସି ପରିଚାଳନା ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ପୂର୍ବରୁ ଜାରି ହୋଇଥିବା ଆଦେଶକୁ ରଦ୍ଦ କରିଥିଲେ।
ରାଜ୍ୟ ସରକାର ଯାତ୍ରୀ ସୁରକ୍ଷା, ବୀମା କଭରେଜ୍ ଏବଂ ବାଇକ୍ ଟ୍ୟାକ୍ସି ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ପରେ ପ୍ରାୟ ୫ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ସଙ୍ଗଠନ ମଧ୍ୟ ହାଇକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ କୌଣସି ନିୟାମକ ସର୍ତ୍ତ ବିନା ବାଇକ୍ ଟ୍ୟାକ୍ସି ପରିଚାଳନା କରିବାକୁ ଅନୁମତି ଦେବା ବିଦ୍ୟମାନ ପରିବହନ ସେବା ପ୍ରଦାନକାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇ ପାରେ।
ଏହା ସହ ପଢନ୍ତୁ: ବସ୍ ଯାତ୍ରା ହେଲା ମହଙ୍ଗା; ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲା ସରକାରୀ ବସ୍ ଭଡ଼ା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କର୍ଣ୍ଣାଟକ ହାଇକୋର୍ଟ ANI ଟେକ୍ନୋଲୋଜିଜ୍ ଯଥା Ola, Uber, Rapido ଭଳି କ୍ୟାବ୍ ଆଗ୍ରିଗେଟର୍ କମ୍ପାନୀ ଦ୍ୱାରା ଦାଏର ହୋଇଥିବା ଆବେଦନକୁ ଗ୍ରହଣ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରିବା ସମୟରେ କୋର୍ଟ କହିଛନ୍ତି ଯେ ବାଇକ୍ ଟ୍ୟାକ୍ସି ସେବା ପାଇଁ ବ୍ୟବହୃତ ମୋଟରସାଇକେଲ୍, ୧୯୮୮ ମୋଟର ଯାନ ଆଇନ ଅନୁଯାୟୀ ପରିବହନ ଯାନର ପରିଭାଷା ମଧ୍ୟରେ ଆସେ।
ମୁଖ୍ୟ ବିଚାରପତି ବିଭୁ ବାଖରୁ ଏବଂ ବିଚାରପତି ସି.ଏମ୍ ଜୋଶୀଙ୍କୁ ନେଇ ଗଠିତ ଏକ ଡିଭିଜନ ବେଞ୍ଚ ଏହାର ଶୁଣାଣି କରିଥିଲେ। ଏହି ବେଞ୍ଚ ସେତେବେଳେ ରାୟ ଦେଇଥିଲେ ଯେ ରାଜ୍ୟ ସରକାର କେବଳ ଏହି ଆଧାରରେ ପରମିଟ୍ ମନା କରିପାରିବେ ନାହିଁ ଯେ ପଞ୍ଜିକରଣ ପାଇଁ ଆବେଦନ କରୁଥିବା ଗାଡ଼ି ହେଉଛି କେବଳ ଏକ ମୋଟର ସାଇକେଲ୍। ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବାଇକ୍ ଟ୍ୟାକ୍ସି ଅପରେଟର Contract Carriage Permit ପାଇଁ ଆବେଦନ କରିପାରିବେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ମୋଟର ଯାନ ଆଇନର ଧାରା ୭୪ (୨) ଅନୁଯାୟୀ ଆବଶ୍ୟକୀୟ ସର୍ତ୍ତାବଳୀ ଲାଗୁ କରିପାରିବେ।
ଏହି ନିଷ୍ପତ୍ତି ସିଙ୍ଗଲ ଜଜ୍ ବେଞ୍ଚ ଆଦେଶକୁ ପ୍ରତ୍ୟାଖ୍ୟାନ କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏକ ନିୟାମକ ଢାଞ୍ଚା ସ୍ଥାପନ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ବାଇକ୍ ଟ୍ୟାକ୍ସି ସେବାକୁ ସ୍ଥଗିତ ରହିବ। ବିଚାରପତି ବି. ଶ୍ୟାମ ପ୍ରସାଦଙ୍କୁ ନେଇ ଗଠିତ ସିଙ୍ଗଲ ଜଜ୍ ବେଞ୍ଚ କହିଛନ୍ତି ଯେ ବାଇକ୍ ଟ୍ୟାକ୍ସି ସେବା ଏକ ଆନୁଷ୍ଠାନିକ ଆଇନଗତ ଢାଞ୍ଚା ବିନା ପରିଚାଳିତ ହୋଇପାରିବ ନାହିଁ। ଏହା ପରେ କ୍ୟାବ୍ ଆଗ୍ରିଗେଟର୍ କମ୍ପାନୀ ଏବଂ ଅନ୍ୟ ପକ୍ଷ ଏହି କଟକଣାକୁ ଚ୍ୟାଲେଞ୍ଜ କରିଥିଲେ।