Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୦୨୭ ଲଢେଇକୁ ତେଜ ପ୍ରତାପଙ୍କ ଭବିଷ୍ୟବାଣୀ; ଜାଣନ୍ତୁ କିଏ ଗଢିବ ସରକାର?

Politics

JJD Chief Tej Pratap Yadav / ୨୦୨୭ ଲଢେଇକୁ ତେଜ ପ୍ରତାପଙ୍କ ଭବିଷ୍ୟବାଣୀ; ଜାଣନ୍ତୁ କିଏ ଗଢିବ ସରକାର?

Subhramjit Ray
Browse all articles by Subhramjit Ray
·3 weeks ago·2 min read
୨୦୨୭ ଲଢେଇକୁ ତେଜ ପ୍ରତାପଙ୍କ ଭବିଷ୍ୟବାଣୀ; ଜାଣନ୍ତୁ କିଏ ଗଢିବ ସରକାର?
JJD Chief Tej Pratap Yadav

Key Points

୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଜନଶକ୍ତି ଜନତା ଦଳ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ଯେଉଁ ପୂର୍ବାନୁମାନ କରିଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।
Tej Pratap Yadav Prediction on UP Poll 2027: ନିକଟରେ ଉତ୍ତର ପ୍ରଦେଶ ବିନ୍ଧ୍ୟାଞ୍ଚଳର ଆରାଧ୍ୟ ଦେବୀ ମାଆ ବିନ୍ଧ୍ୟବାସିନୀଙ୍କ ଦର୍ଶନ କରିଥିଲେ ଜନଶକ୍ତି ଜନତା ଦଳ (ଜେଜେଡ଼ି) ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ। ମାଆ ବିନ୍ଧ୍ୟବାସିନୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଜେଜେଡି଼ ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିଲେ। ଏପରିକି ସେ ଅନେକ ରାଜନୈତିକ ପ୍ରସଙ୍ଗରେ ନିଜର ମତ ରଖିଥିଲେ।

ଏହି ଅବସରରେ ସେ ଉତ୍ତର ପ୍ରଦେଶ ରାଜନୀତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ ବିଜେପି ପୁଣି ଥରେ ରାଜ୍ୟରେ (ଉତ୍ତର ପ୍ରଦେଶ) ସରକାର ଗଠନ କରିବାକୁ ଯାଉଛି। ତାଙ୍କର ଏହି ବୟାନ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।

୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ତେଜ ପ୍ରତାପ ଯାଦବ ଯେଉଁ ବୟାନ ଦେଇଛନ୍ତି ତାହା ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଇଁ କୌଣସି ଝଟକା ଠାରୁ କମ ନୁହେଁ। ବିନ୍ଧ୍ୟାଚଳ ଦର୍ଶନରେ ଆସିଥିବା ଜେଜଡ଼ି ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ଉତ୍ତର ପ୍ରଦେଶ ରାଜନୀତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି ସେ ଅଖିଳେଶ ଯାଦବଙ୍କୁ ସମର୍ଥନ କରନ୍ତି ନାହିଁ। ଯୋଗୀ ଆଦିତ୍ୟନାଥ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶରେ ସରକାର ଗଠନ କରିବେ।

ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

ମୁଁ ଅଖିଳେଶ ଯାଦବଙ୍କୁ ସମର୍ଥନ କରେ ନାହିଁ, ହେଲେ ଆପଣ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମ ଦଳ କିପରି ପ୍ରଦର୍ଶନ କରିଛି ତାହା ନିଶ୍ଚୟ ଦେଖିଥିବେ। ରାଜନୀତିରେ ସବୁବେଳେ ହାର-ଜିତ୍ ଲାଗି ରହିଛି। ଏଥର, ଯୋଗୀ ଆଦିତ୍ୟନାଥ ପୁଣି ଥରେ ସରକାର ଗଠନ କରିବାର ସମ୍ଭାବନା ଅଧିକ ରହିଛି।

ବିଜେପି ଅଧ୍ୟକ୍ଷଙ୍କ ସହ ଭୋଜପୁରୀ ଅଭିନେତା ତଥା ଗାୟକ ଖେସାରୀ ଲାଲ ଯାଦବଙ୍କ ସାକ୍ଷାତ ବିଷୟରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ, ତେଜ ପ୍ରତାପ ଯାଦବ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ଏବଂ ରାଜନୈତିକ ନିଷ୍ପତ୍ତି। ସେ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହାଁନ୍ତି ନାହିଁ।

ବିଜେପି ସହ ମେଣ୍ଟକୁ ନେଇ କ'ଣ କହିଲେ ତେଜ ପ୍ରତାପ ଯାଦବ?
ବିଜେପି ସହିତ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଯଦି ମାଆ ବିନ୍ଧ୍ୟବାସିନୀ ଆଶୀର୍ବାଦ ଦିଅନ୍ତି, ତାହେଲେ ମେଣ୍ଟ ଗଠନ କରିବା ସମ୍ଭବ ହୋଇପାରିବ। ହେଲେ ତଥାପି ସେ ଏହା ସ୍ପଷ୍ଟ କରିନାହାଁନ୍ତି ଯେ କେବେ ଏବଂ କେଉଁ ପରିସ୍ଥିତିରେ ଏପରି ମେଣ୍ଟ ହେବ।










Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored