Karnataka Congress Crisis / 'ଆମ ଭିତରେ କୌଣସି ମତଭେଦ ନାହିଁ', ବ୍ରେକ୍ଫାଷ୍ଟ ମିଟିଂ ପରେ ବଡ଼ ବୟାନ ଦେଲେ କର୍ଣ୍ଣାଟକ CM
·7 months ago·2 min read

Key Points
ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଫାଟ
ଉପମୁଖ୍ୟମନ୍ତ୍ରୀଙ୍କୁ ବ୍ରେକଫାଷ୍ଟ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା
ବ୍ରେକଫାଷ୍ଟ ମିଟିଂ କଂଗ୍ରେସ କଳିରେ ଟାଣିବ କି ପୂର୍ଣ୍ଣଚ୍ଛେଦ୍ ?

କର୍ଣ୍ଣାଟକରେ କଂଗ୍ରେସ କଳିରେ ପୂର୍ଣ୍ଣଚ୍ଛେଦ୍ ଟାଣିବ କି ବ୍ରେକଫାଷ୍ଟ ମିଟିଂ ? ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଦେଖାଦେଇଥିବା ରାଜନୈତିକ କଳି ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିସାରିଛି। ତେବେ ଏହା ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବ୍ରେକଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ । ଆଜି ଉଭୟ ନେତାଙ୍କ ବ୍ରେକଫାଷ୍ଟ ମିଟିଂରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି ।
ତେବେ ଏହି ବ୍ରେକଫାଷ୍ଟ ମିଟିଂ ପର ଦୁଇ ଜଣ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ ଯେ ସେମାନଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ କୌଣସି ମତଭେଦ ହେବ ନାହିଁ ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ''ଆମ ଏଜେଣ୍ଡାରେ ୨୦୨୮ ନିର୍ବାଚନ ଅଛି । ଲୋକାଲ ବଡି ନିର୍ବାଚନ ମଧ୍ୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଆମେ ସେଗୁଡ଼ିକ ଉପରେ ଆଲୋଚନା କରିଥିଲୁ । ୨୦୨୮ ନିର୍ବାଚନରେ କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଆଣିବା ବିଷୟରେ ମଧ୍ୟ ଆମେ ଆଲୋଚନା କରିଥିଲୁ । ଆମେ ଏକାଠି ମିଶି ନିର୍ବାଚନ ଲଢ଼ିବୁ ବୋଲି ଆଲୋଚନା କରିଥିଲୁ । ଆମ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ କୌଣସି ମତଭେଦ ରହିବ ନାହିଁ ।"
ସିଦ୍ଧରମୈୟା ଆହୁରି କହିଛନ୍ତି, "ଆମେ ନିଷ୍ପତ୍ତି ନେଇଛୁ ଯେ ହାଇକମାଣ୍ଡ ଯାହା କହିବେ ତାହା ଆମେ ଗ୍ରହଣ କରିବୁ। କାଲିଠାରୁ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ଏବେ ମଧ୍ୟ କୌଣସି ଦ୍ୱନ୍ଦ୍ୱ ନାହିଁ । କିଛି ଗଣମାଧ୍ୟମ ରିପୋର୍ଟର ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି।"
କିଛି ବିଧାୟକ ମନ୍ତ୍ରୀ ହେବାକୁ ଚାହାଁନ୍ତି
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ମୋ ପାଖରେ ଯେତିକି ଖବର ଅଛି କିଛି ବିଧାୟକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେଣୁ ସେମାନେ ହାଇକମାଣ୍ଡଙ୍କୁ ଭେଟିବାକୁ ଯାଇଥିବେ । ଏହାର ଅର୍ଥ ନୁହେଁ ଯେ ସେମାନେ ନେତୃତ୍ୱ ବିରୋଧରେ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ତାଙ୍କ ସହିତ କଥା ହୋଇ ଦିଲ୍ଲୀ କାହିଁକି ଯାଇଥିଲେ ତାହା ମଧ୍ୟ କହିଛନ୍ତି । ହାଇକମାଣ୍ଡ ଯାହା କହିବେ, ଆମେ ତାହା ଗ୍ରହଣ କରିବୁ ।
ସେପଟେ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, "ଆପଣମାନଙ୍କ ସମସ୍ତଙ୍କ ସମର୍ଥନରେ ଆମେ କଂଗ୍ରେସ ସରକାରକୁ କ୍ଷମତାକୁ ଆଣିଛୁ । ଆମେ ପ୍ରତିଶ୍ରୁତି ଅନୁଯାୟୀ କାମ କରୁଛୁ। ରାଜ୍ୟର ଲୋକମାନେ ସେମାନଙ୍କର ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । ଆମକୁ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ପଡିବ। ଆମେ ସେହି ଦିଗରେ କାମ କରୁଛୁ।" ମୁଖ୍ୟମନ୍ତ୍ରୀ ଯାହା କହିବେ, ଆମେ ତାହା ଗ୍ରହଣ କରିବୁ । ମୁଖ୍ୟମନ୍ତ୍ରୀ ଯାହା କହିବେ, ମୁଁ ତାଙ୍କ ସହିତ ଅଛି ବୋଲି ଡିକେ ଶିବକୁମାର କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆପଣଙ୍କ ଫ୍ଲାଇଟ ହୋଇପାରେ ବାତିଲ କିମ୍ବା ବିଳମ୍ବ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories