SIR Verification / SIR ଯାଞ୍ଚ ପରେ ହଲଚଲ୍, ଭୋଟର ଲିଷ୍ଟରୁ କଟିପାରେ ୧.୦୮ କୋଟି ନାମ
·2 weeks ago·2 min read

Key Points
କର୍ଣ୍ଣାଟକରେ ବଡ଼ ଭୋଟର ରିଭିଜନ୍ !
୧.୦୮ କୋଟି ଭୋଟରଙ୍କ ନାମ କଟିବ ?
SIR ପରେ ବଢ଼ିଲା ଚିନ୍ତା
୧.୦୮ କୋଟି ଭୋଟରଙ୍କ ନାମ କଟିବ ?
SIR ପରେ ବଢ଼ିଲା ଚିନ୍ତା
କର୍ଣ୍ଣାଟକରେ SIR ପ୍ରକ୍ରିୟା ମଧ୍ୟରେ ଭୋଟର ଲିଷ୍ଟକୁ ନେଇ ବଡ଼ ହଲଚଲ୍ ଦେଖିବାକୁ ମିଳୁଛି । ପ୍ରଥମ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇବା ପୂର୍ବରୁ ପ୍ରାୟ ୧.୦୮ କୋଟି ଭୋଟରଙ୍କ ନାମ ବାଦ ପଡ଼ିବାର ଆଶଙ୍କା ଚିନ୍ତା ବଢ଼ାଇଛି । ଘର ଘର ବୁଲି ଯାଞ୍ଚ ଶେଷ ହୋଇଥିବାବେଳେ, ଏବେ ଅଗଷ୍ଟ ୨୪ରେ କାହା ନାମ ରହିବ ଓ କାହା ନାମ ତାଲିକାରୁ ହଟିବ—ତାହା ଉପରେ ସମସ୍ତଙ୍କ ନଜର ।
SIR ଅଭିଯାନ ଅଧୀନରେ କର୍ଣ୍ଣାଟକରେ ପ୍ରାୟ ୫.୫୪ କୋଟି ଫର୍ମ ବଣ୍ଟା ଯାଇଥିଲା । ଏଥିରୁ ପ୍ରାୟ ୪.୪୬ କୋଟି ଫର୍ମ ଡିଜିଟାଇଜ୍ ହୋଇସାରିଛି। ତେବେ ବହୁ ସଂଖ୍ୟକ ଭୋଟରଙ୍କ ତଥ୍ୟରେ ଅସଙ୍ଗତି ମିଳିଥିବାରୁ ଡ୍ରାଫ୍ଟ ଲିଷ୍ଟରେ ସେମାନଙ୍କ ନାମ ରହିବ କି ନାହିଁ, ତାହାକୁ ନେଇ ଚିନ୍ତା ବଢ଼ିଛି ।
କାହିଁକି ବାଦ୍ ପଡ଼ିପାରେ ନାମ ?
ତଥ୍ୟ ଅନୁସାରେ, ପ୍ରାୟ ୧୫,୨୮,୯୮୫ ଭୋଟରଙ୍କୁ ପତ୍ତା ମିଳିପାରିନାହିଁ । ସେହିପରି ୬୫,୬୧,୬୦୭ ଭୋଟର ସ୍ଥାୟୀ ଭାବେ ଅନ୍ୟ ସ୍ଥାନକୁ ଚାଲିଯାଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ୧୬,୩୮,୮୩୯ ଜଣ ମୃତ ଭୋଟର ଥିବା ରେକର୍ଡରେ ଆସିଛି । ଅନ୍ୟପଟେ ୭,୦୭,୭୯୨ ଭୋଟରଙ୍କ ରେକର୍ଡ ଡୁପ୍ଲିକେଟ୍ କିମ୍ବା ଜାଲି ବୋଲି ଚିହ୍ନଟ ହୋଇଛି । ଏହି ସମସ୍ତ ତଥ୍ୟକୁ ଆଧାର କରି ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରସ୍ତୁତ ହେବ ।
ଅଧିକ ପଢ଼ନ୍ତୁ: ଆସିଗଲା ପେଟ୍ରୋଲ୍ ଲଙ୍ଗର୍; ଭାରତର ଏହି ସ୍ଥାନରେ ମାଗଣାରେ ଗାଡ଼ିରେ ଭରି ପାରିବେ ପେଟ୍ରୋଲ୍
ଏହି ତାରିଖଗୁଡ଼ିକ ମନେ ରଖନ୍ତୁ
କର୍ଣ୍ଣାଟକର ଭୋଟରଙ୍କ ପାଇଁ ଆଗାମୀ କିଛି ତାରିଖ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
୨୪ ଅଗଷ୍ଟ: ପ୍ରଥମ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇବ
୨୪ ଅଗଷ୍ଟରୁ ୨୩ ସେପ୍ଟେମ୍ବର: ଭୋଟରମାନେ ନିଜ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ
୨୭ ଅକ୍ଟୋବର: ଫାଇନାଲ୍ ଭୋଟର ଲିଷ୍ଟ ପ୍ରକାଶ ପାଇବ
ତେଣୁ ଡ୍ରାଫ୍ଟ ଲିଷ୍ଟରେ ନିଜ ନାମ ଅଛି କି ନାହିଁ, ଭୋଟରମାନେ ତାହା ଯାଞ୍ଚ କରିବା ଜରୁରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀରେ ମଧ୍ୟ SIRକୁ ନେଇ ଚିନ୍ତା
କେବଳ କର୍ଣ୍ଣାଟକ ନୁହେଁ, ରାଜଧାନୀ ଦିଲ୍ଲୀରେ ମଧ୍ୟ SIR ଅଭିଯାନ ଚାଲିଛି। ଏଠାରେ ଘର ଘର ବୁଲି ସର୍ଭେ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ମାତ୍ର ୬୬.୮୪ ପ୍ରତିଶତ ଫର୍ମ ପୁରୁଣା ଭୋଟର ରେକର୍ଡ ସହ ମ୍ୟାପ୍ ହୋଇ ଡିଜିଟାଇଜ୍ ହୋଇପାରିଛି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ଦିଲ୍ଲୀର ପ୍ରାୟ ୧.୪୫ କୋଟି ଭୋଟର ଥିବା ତାଲିକାରେ ୩୩ ପ୍ରତିଶତରୁ ଅଧିକ, ଅର୍ଥାତ୍ ୪୮ ଲକ୍ଷରୁ ଅଧିକ ଫର୍ମ ଏପର୍ଯ୍ୟନ୍ତ ଜମା କିମ୍ବା ଡିଜିଟାଇଜ୍ ହୋଇନାହିଁ । ଏହା ଯୋଗୁଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କିଛି ଭୋଟରଙ୍କ ନାମ ବାଦ୍ ପଡ଼ିବାର ଆଶଙ୍କା ରହିଛି । ତେବେ ଡ୍ରାଫ୍ଟ ଲିଷ୍ଟରେ ନାମ ନଥିଲେ ମଧ୍ୟ ଭୋଟରମାନଙ୍କୁ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ମିଳିବ ।
ବର୍ତ୍ତମାନ ଦିଲ୍ଲୀ ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ SIRର ତୃତୀୟ ପର୍ଯ୍ୟାୟ ଚାଲିଛି। ଆଗାମୀ ଦିନରେ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପରେ କେତେ ନାମ ବାଦ୍ ପଡ଼ୁଛି ଏବଂ କେତେ ଭୋଟର ଆପତ୍ତି ଦାଖଲ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Related Topics
Explore more stories