Videos
|
National

Shimoga BJP MLA SN Channabasappa / ବନ୍ଦେ ମାତରମ୍ ଗାନକୁ ନେଇ ତେଜିଲା ବିବାଦ ! ସରକାରୀ କାର୍ଯ୍ୟକ୍ରମକୁ ମଝିରୁ ଛାଡ଼ି ପଳାଇଗଲେ ବିଜେପି ବିଧାୟକ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ବନ୍ଦେ ମାତରମ୍ ଗାନକୁ ନେଇ ତେଜିଲା ବିବାଦ ! ସରକାରୀ କାର୍ଯ୍ୟକ୍ରମକୁ ମଝିରୁ ଛାଡ଼ି ପଳାଇଗଲେ ବିଜେପି ବିଧାୟକ
Shimoga BJP MLA SN Channabasappa

Key Points

ଶିବମୋଗା ଠାରେ ବିଜେପି ବିଧାୟକ ଏସ.ଏନ ଚନ୍ନବସପ୍ପା ଏକ ସରକାରୀ କାର୍ଯ୍ୟକ୍ରମରୁ ଚାଲିଯାଇଥିଲେ। "ବନ୍ଦେ ମାତରମ୍" ଗାନକୁ ମାତ୍ର ଦୁଇଟି ପଦରେ ସଂକ୍ଷିପ୍ତ କରିବାରୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।
ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଗାନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏବେ ଏହାକୁ ନେଇ ବିବାଦ କର୍ଣ୍ଣାଟକର ଦେଖିବାକୁ ମିଳିଛି। ଯେଉଁଠି ରାଷ୍ଟ୍ରଗୀତ ଗାନକୁ ଛୋଟ କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବିରୋଧି ବିଜେପି ବିଧାୟକ ଏସ.ଏନ ଚନ୍ନବସପ୍ପା। ରାଜ୍ୟର ଶିବମୋଗା ଆସନର ବିଜେପି ବିଧାୟକ ଚନ୍ନବସପ୍ପା ଅଭିଯୋଗ କରିଛନ୍ତି ଜାତୀୟ ଗୀତ "ବନ୍ଦେ ମାତରମ୍" ଗାନକୁ ମାତ୍ର ଦୁଇ ପଦ ପରେ ଛୋଟ କରାଯାଇଥିବା ଅଭିଯୋଗରେ ପ୍ରତିବାଦ କରି ଏକ ସରକାରୀ କାର୍ଯ୍ୟକ୍ରମକୁ ମଝିରୁ ଛାଡ଼ି ପଳାଇଛନ୍ତି।

ଶିବମୋଗା ସ୍ଥିତ ଡକ୍ଟର ବି.ଆର ଆମ୍ବେଦକର ଭବନରେ ଏକ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିଲା। ଶିବମୋଗା ବିଧାୟକ ଜୋର ଦେଇ କହିଥିଲେ ଯେ କର୍ଣ୍ଣାଟକ ସରକାର, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ। ଜାତୀୟ ଗୀତକୁ ମଝିରେ କାହିଁକି ବନ୍ଦ କରାଯାଇଥିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବିଧାୟକ। ସଦ୍ୟ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜାତୀୟ ସଙ୍ଗୀତର କେବଳ ପ୍ରଥମ ଦୁଇଟି ପଦ ଗାନ କରାଯାଇଥିଲା।

ଏଥିରେ କ୍ରୋଧିତ ହୋଇ ବିଧାୟକ ଡେପୁଟି କମିଶନର ପ୍ରଭୁଲିଙ୍ଗ କାଭାଲିକାଟ୍ଟିଙ୍କୁ ପଚାରିଥିଲେ ଯେ ରାଜ୍ୟ (କର୍ଣ୍ଣାଟକ) ଏବଂ କେନ୍ଦ୍ରରେ ଦୁଇଟି ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗୁ ହୋଇଛି କି? ସେହି ସମୟରେସ, ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ରହିଥିବା ଦଳିତ ସଂଘର୍ଷ ସମିତି ରାଜ୍ୟ ସଂଯୋଜକ ଡି.ଏସ୍ ଗୁରୁମୂର୍ତ୍ତି ବିଧାୟକଙ୍କୁ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ କାର୍ଯ୍ୟକ୍ରମରେ କେବଳ ଦୁଇଟି ପଦ "ବନ୍ଦେ ମାତରମ୍" ଗାନ କରାଯିବା ଆବଶ୍ୟକ।

ଏହା ସହ ପଢନ୍ତୁ: ଶାଳୀନତା ଭୁଲିଗଲେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ; ଅଭିଯୋଗ ଶୁଣିବା ବଦଳରେ ଖୋଲାଖୋଲି କଲେ ଗାଳି ଗୁଲଜ

ବିଧାୟକ ତାଙ୍କୁ ନିର୍ଦ୍ଦେଶର କପି ଦେଖାଇବାକୁ କହିଥିଲେ। ଜବାବରେ, ଗୁରୁମୂର୍ତ୍ତି କହିଥିଲେ ଯେ ଯଦି ସେମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରନ୍ତି ତେବେ ଅଧିକାରୀମାନେ ଅସୁବିଧାରେ ପଡ଼ିବେ। ସେମାନଙ୍କୁ ଏ ସମ୍ପର୍କରେ ଏକ ନୋଟିସ୍ ମଧ୍ୟ ଜାରି ହୋଇପାରେ। ଏହା ପରେ ବିଧାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଯେଉଁ କାର୍ଯ୍ୟକ୍ରମରେ "ବନ୍ଦେ ମାତରମ୍" ଗାନକୁ ଛୋଟ କରି "ଅସମ୍ମାନ" କରାଯାଇଛି, ସେ ସେଠାରେ ଅଂଶଗ୍ରହଣ କରିବେ ନାହିଁ। ସେ ମଞ୍ଚରୁ ଓହ୍ଲାଇ ସେହି ସ୍ଥାନକୁ ଛାଡି ଚାଲିଗଲେ। ବିଧାୟକ କାର୍ଯ୍ୟକ୍ରମସ୍ଥଳରୁ ଚାଲିଯିବା ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଅବସରରେ ଅତିରିକ୍ତ ପୋଲିସ ଅଧିକ୍ଷକ ଏ ଜି କାରିଆପ୍ପା, ସରକାରୀ ପ୍ରଥମ ଶ୍ରେଣୀ କଲେଜ, ରିପୋନପେଟ ଅଧ୍ୟକ୍ଷ ବି ଏଲ ରାଜୁ, ସମାଜ କଲ୍ୟାଣ ବିଭାଗର ଉପ ନିର୍ଦ୍ଦେଶକ, ମଲ୍ଲେଶପ୍ପା, ଶିବମୋଗା ଜିଲ୍ଲା ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ ହେମନ୍ତ, ବରିଷ୍ଠ ଦେୱାନୀ ବିଚାରପତି ଏମ୍ ଏସ୍ ସନ୍ତୋଷ ଉପସ୍ଥିତ ଥିଲେ।







Vande Mataram Row: Karnataka BJP MLA Channabasappa Walks Out of Event | Argus News Odia