Karnataka Minister Controversial Statement / ଶାଳୀନତା ଭୁଲିଗଲେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ; ଅଭିଯୋଗ ଶୁଣିବା ବଦଳରେ ଖୋଲାଖୋଲି କଲେ ଗାଳି ଗୁଲଜ
·38 mins ago·3 min read

Key Points
ବିଜେପି ବିଧାୟକ ବିପି ହରିଶଙ୍କ ବିରୋଧରେ କର୍ଣ୍ଣାଟକ ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନଙ୍କ ଆପତ୍ତିଜନକ ମନ୍ତବ୍ୟର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଘଟଣା ପରେ ବିଜେପି ମନ୍ତ୍ରୀଙ୍କୁ ସମାଲୋଚନା କରିଛି।
କୃଷଙ୍କଙ୍କୁ ନେଇ ଆୟୋଜିତ ହୋଇଥିବା ବୈଠକ ସମୟରେ ଶାଳୀନତା ଭୁଲି ଯାଇଛନ୍ତି ମନ୍ତ୍ରୀ। ଏପରିକି ବୈଠକରେ କୃଷକଙ୍କ ସମସ୍ୟା ଉପସ୍ଥାପନ କରିଥିବା ବିଧାୟକଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ମନ୍ତ୍ରୀ, ବିଧାୟକଙ୍କୁ ଖୋଲାଖୋଲି ଭାବରେ ଗାଳି ଗୁଲଜ କରିଛନ୍ତି। ଯାହାର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି। ସଦ୍ୟ କର୍ଣ୍ଣାଟକର ଦାଭଣଗେରେ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନ, ବିରୋଧି ବିଜେପି ବିଧାୟକ ବିପି ହରିଶଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡ଼ିଛନ୍ତି।
ଭଦ୍ରା ଜଳଭଣ୍ଡାରରୁ ଜଳସେଚନ ପାଇଁ ପାଣି ଛାଡିବା ଦାବିକୁ ନେଇ କର୍ଣ୍ଣାଟକରେ ଚାଷୀ ଏବଂ ପ୍ରଶାସନ ମଧ୍ୟରେ ଚାଲିଥିଲା ଆଲୋଚନା। ଆଉ ଏହି ସମୟରେ ଏକ ନୂତନ ରାଜନୈତିକ ବିବାଦ ଦେଖାଦେଇଥିଲା। ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିଜେପି ବିଧାୟକ ବିପି ହରିଶଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ, ବିଜେପି ମନ୍ତ୍ରୀଙ୍କ ବୟାନକୁ କଡ଼ା ସମାଲୋଚନା କରିଛି। ଦଳୀୟ ବିଧାୟକ ବିପି ହରିଶ ଅଭିଯୋଗ କରିଛନ୍ତି ଯେ ଚାଷୀଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ମନ୍ତ୍ରୀ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି।
ଏହା ସହ ପଢନ୍ତୁ: 'ତାଙ୍କର ରକ୍ତ ହେଉଛି ଇଟାଲୀୟ', ଆପଣ ତାଙ୍କ ଠାରୁ କ'ଣ ଆଶା କରିପାରିବେ?
କୃଷକଙ୍କ ଦାବି ସମୟରେ ସୃଷ୍ଟି ହୋଇଥିଲା ବିବାଦ
ରିପୋର୍ଟ ଅନୁଯାୟୀ, ହରିହର ନିର୍ବାଚନମଣ୍ଡଳୀର ଚାଷୀଙ୍କ ଏକ ପ୍ରତିନିଧି ଦଳ ଭଦ୍ରା ଜଳଭଣ୍ଡାରରୁ ଜଳସେଚନ ପାଇଁ ପାଣି ଛାଡିବା ଦାବିରେ, ଦାଭଣଗେରେ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନଙ୍କୁ ଭେଟିବାକୁ ଯାଇଥିଲେ। ଚାଷୀ ମନ୍ତ୍ରୀଙ୍କୁ କହିଥିଲେ ଯେ ସେମାନେ ବିଜେପି ବିଧାୟକ ବିପି ହରିଶଙ୍କ ପରାମର୍ଶ କ୍ରମେ ସେମାନଙ୍କ ଦାବି ନେଇ ତାଙ୍କ ପାଖକୁ ଆସିଥିଲେ। ଚାଷୀମାନେ କହିଥିଲେ, "ପିଇବା ପାଇଁ ପାଣି ନାହିଁ, ଗୋରୁଙ୍କ ପାଇଁ ପାଣି ନାହିଁ।" ଯେତେବେଳେ ଆମେ ହରିଶ ଆନ୍ନାକୁ ପଚାରୁଛୁ, ସେ କହୁଛନ୍ତି, " ଆପଣ ମନ୍ତ୍ରୀଙ୍କୁ ପଚାରନ୍ତୁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଧାୟକଙ୍କ ଉପରେ ତାତି ଉଠିଲେ ମନ୍ତ୍ରୀ
ଚାଷୀଙ୍କ ପାଖରୁ ବିଧାୟକଙ୍କ ଏତିକି କଥା ଶୁଣିବା ପରେ, ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନ ତାତି ଉଠିଗଲେ। ସେ ବିଜେପି ବିଧାୟକଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରୁଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଧାୟକଙ୍କୁ ଚପଲରେ ମାରିବାକୁ କୃଷକଙ୍କୁ ଆହ୍ୱାନ ଦେଇଥିଲେ ମନ୍ତ୍ରୀ। ମନ୍ତ୍ରୀ କୃଷକଙ୍କୁ କହିଥିଲେ ଯେ ସେମାନେ ବିଧାୟକଙ୍କୁ ସମ୍ମାନ ଜଣାଇ ତାଙ୍କୁ "ଆନ୍ନା" ବୋଲି କହିବା ମଧ୍ୟ ବନ୍ଦ କରନ୍ତି। ଏହି ଭିଡି଼ଓ ଭାଇରାଲ ହେବା ପରେ ଏହାକୁ ନେଇ ସରଗରମ ହୋଇଉଠିଥିଲା କର୍ଣ୍ଣାଟକ ରାଜନୀତି।
ପ୍ରତିବାଦ ଜଣାଇଲେ ବିଜେପି ବିଧାୟକ
ବିଜେପି ବିଧାୟକ ବିପି ହରିଶ, କଂଗ୍ରେସ ସରକାର ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନଙ୍କ ମନ୍ତବ୍ୟ ଉପରେ ପ୍ରତିବାଦ ଜଣାଇଛନ୍ତି। ଏନେଇ ସେ କହିଛନ୍ତି, "ଚାଷୀଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ପରିବର୍ତ୍ତେ ମନ୍ତ୍ରୀ ମୋ ବିରୋଧରେ ବିବାଦୀୟ ଏବଂ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ଏଥିପାଇଁ ଜନସାଧାରଣ ତାଙ୍କୁ ଜବାବ ଦେବେ।"
ଏହା ସହ ପଢନ୍ତୁ: ଏବେ କ'ଣ କରିବେ କଂଗ୍ରେସ ସଂକଟ ମୋଚକ? କେଉଁ ସମସ୍ୟାରେ ଘେରି ହୋଇଗଲେ DK?
ପାଲଟା ଜବାବ ଦେଲେ କର୍ଣ୍ଣାଟକ ବିଜେପି ସଭାପତି
କର୍ଣ୍ଣାଟକ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ମଧ୍ୟ ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନଙ୍କୁ ସେ ବ୍ୟବହାର କରିଥିବା ଭାଷା ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି। ବିଜୟେନ୍ଦ୍ର କହିଛନ୍ତି, "ଦାଭଣଗେରେ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଆମ ଦଳର ବିଧାୟକ ବିପି ହରିଶଙ୍କ ବିରୋଧରେ ଅଶୋଭନୀୟ ଭାଷା ବ୍ୟବହାର କରିଛନ୍ତି। ସେ ତାଙ୍କ ପିତାମାତାଙ୍କୁ ମଧ୍ୟ ଅପମାନିତ କରିଛନ୍ତି। ଏହା କେବଳ ହରିଶଙ୍କ ପାଇଁ ନୁହେଁ ବରଂ ତାଙ୍କ ସମଗ୍ର ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ଅପମାନ। ଯଦି ମନ୍ତ୍ରୀ କ୍ଷମତାର ଅହଂକାରରେ ଏପରି ଭାଷା ବ୍ୟବହାର କରନ୍ତି, ତାହେଲେ ଆଗାମୀ ଦିନରେ ଜନସାଧାରଣ ଏହାର ବିଚାର କରିବେ।"

Related Topics
Explore more stories