Kashmir Mutton Crisis / ମଟନ୍ ଅଭାବକୁ ନେଇ କାଶ୍ମୀର-ପଞ୍ଜାବ ମୁହାଁମୁହିଁ; ବାହାଘର ପାଇଁ ହାତ ଟେକିଦେଲେ ବ୍ୟବସାୟୀ
·1 hour ago·3 min read

Key Points
ମଟନ୍ ଅଭାବ ଯୋଗୁଁ କାଶ୍ମୀର ଉପତ୍ୟାକାରେ ବାହାଘର ଭୋଜି ପାଣିଚିଆ ହେବାରେ ଲାଗିଛି।
Kashmir-Punjab face over mutton shortage: ଏବେ କାଶ୍ମୀର ଉପତ୍ୟକାରେ ଜୋରସୋରରେ ଚାଲିଛି ବିବାହ ଋତୁ। ହେଲେ ବାହାଘର ବେଳେ ମଟନ୍ ଅଭାବ ସୃଷ୍ଟି ହେବା ସମସ୍ୟାକୁ ଆହୁରି ବଢାଇବ ଦେଇଛି। କାରଣ ମଟନ ବିନା ବାହାଘର ଭୋଜି ଅସମ୍ପୂର୍ଣ୍ଣ ହୋଇଥାଏ। ବିଗତ ୯ ଦିନ ଧରି କାଶ୍ମୀର ଉପତ୍ୟାକାରେ ଘୋର ମଟନ ଅଭାବ ଦେଖାଦେଇଛି। ଏହି ସମସ୍ୟା ଏବେ ଏତେ ଗମ୍ଭୀର ହେଲାଣି ଯେ ବ୍ୟବସାୟୀ ବାହଘର କରୁଥିବା ପରିବାରକୁ ସେମାନଙ୍କର ବିବାହ ତାରିଖ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି।
କାହିଁକି ସୃଷ୍ଟି ହୋଇଛି ମଟନ ଅଭାବ?
ମଟନ୍ ଅଭାବ ପଛରେ କାରଣ ହେଉଛି ଅଲ୍ କାଶ୍ମୀର ହୋଲସେଲ୍ ଏବଂ ରିଟେଲ୍ ମଟନ୍ ଡିଲର୍ସ ଧର୍ମଘଟ। ଯାହା ଗତ ଜୁନ୍ ୨୩ ତାରିଖରୁ ଜାରି ରହିଛି। ମଟନ୍ ଡିଲର୍ସ ଆସୋସିଏସନ୍ ସଭାପତି ଖଜିର ମହମ୍ମଦ ରେଗୁ କହିଛନ୍ତି, କାଶ୍ମୀର ଉପତ୍ୟକାରେ ରହିଥିବା ମଟନ୍ ଚାହିଦା ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବ ବଜାରରୁ ଆମଦାନୀ କରି କରିପୂରଣ କରାଯାଏ। ଏହି ରାଜ୍ୟରୁ ମେଣ୍ଢା ଏବଂ ଛେଳି ଆଣିବା ଲାଗି ବ୍ୟବହୃତ ହେଉଥିବା ଟ୍ରକ୍ ପାଇଁ ପଞ୍ଜାବ ଜାତୀୟ ରାଜପଥ ଏକମାତ୍ର ପରିବହନ ମାର୍ଗ।
ପଞ୍ଜାବରେ ବେଆଇନ ଚାନ୍ଦା ଆଦାୟ ହେଉଥିବା ନେଇ ଆସିଲା ଅଭିଯୋଗ
ରେଗୁ ଅଭିଯୋଗ କରିଛନ୍ତି, ଯେତେବେଳେ ସେମାନଙ୍କ ଟ୍ରକ ପଞ୍ଜାବର ଶମ୍ଭୁ ସୀମା ଏବଂ ମାଧୋପୁର ଚେକପୋଷ୍ଟ ଦେଇ ଯାତ୍ରା କରିଥାନ୍ତି, ସେତେବେଳେ ସ୍ଥାନୀୟ ଠିକାଦାର ଏବଂ ଅଧିକାରୀ ପ୍ରତି ଟ୍ରକ୍ ପିଛା ୨୦ ରୁ ୨୫ ହାଜର ଟଙ୍କା ଆଦାୟ କରିଥାନ୍ତି। ଯେତେବେଳେ ସେମାନେ ଏହାର ପ୍ରତିବାଦ କରନ୍ତି, ସେତବେଳେ ଗାଡ଼ି ଡ୍ରାଇଭର ଆକ୍ରୋଶର ଶୀକାର ହୋଇଥାନ୍ତି। ଏପରିକି ସେମାନଙ୍କୁ ମାଡ଼ ମଧ୍ୟ ମରାଯାଏ। ଘଣ୍ଟା ଘଣ୍ଟା ଧରି ସେମାନଙ୍କ ଗାଡ଼ି ଅଟକାଇ ଦିଆଯାଏ। ଯାହା ଫଳରେ ଶହ ଶହ ମେଣ୍ଢା ଏବଂ ଛେଳି ଟ୍ରକ୍ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥାନ୍ତି। ସଂଘ ଏହାକୁ "ଗୁଣ୍ଡା ଟିକସ" ବୋଲି କହିଛି।
ପଞ୍ଜାବ ସରକାରଙ୍କ ଦ୍ୱାରା କୌଣସି ଟିକସ ଲାଗୁ କରିବା ଅନୁଚିତ। କାରଣ ମଟନ୍ ପାଇଁ ଅଣାଯାଉଥିବା ପଶୁ ରାଜସ୍ଥାନ କିମ୍ବା ଦିଲ୍ଲୀ ବଜାରରୁ କିଣାଯାଏ। ସଂଘ ସ୍ପଷ୍ଟ କରିଛି ଯେ ଯେପର୍ଯ୍ୟନ୍ତ ସରକାର ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ, ସେପର୍ଯ୍ୟନ୍ତ କୌଣସି ବଜାରରୁ ଜୁମ ଏବଂ କାଶ୍ମୀରକୁ କୌଣସି ମଟନ୍ ଟ୍ରକ୍ ଆସିବ ନାହିଁ। କାଶ୍ମୀର ବିବାହରେ ମଟନ ଭୋଜିର ବେଶ ଚାହିଦା ରହିଥାଏ। ଏପରିକି ବିବାହ ଭୋଜିରେ ପ୍ରାୟ ୫୦୦ କିଲୋଗ୍ରାମରୁ ଏକ ଟନ୍ ମଟନ୍ ବ୍ୟବହୃତ ହୋଇଥାଏ।
ଏହା ସହ ପଢନ୍ତୁ: ଖାଲି ବୋଟହାଉସ୍, ନିର୍ଜନ ବଜାର; ମଧ୍ୟ ପ୍ରାଚ୍ୟା ପହାରରେ ଘାଇଲା କାଶ୍ମୀର
କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା
ବର୍ଦ୍ଧିତ ଜନ ଆକ୍ରୋଷ ଏବଂ ବିବାହ ଋତୁକୁ ଦୃଷ୍ଟିରେ ରଖି, ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଏକ ଚିଠି ଲେଖି, ଏହି ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ପଞ୍ଜାବ ସରକାରଙ୍କୁ ଏହି ଅନଧିକୃତ ଚାନ୍ଦା ତୁରନ୍ତ ବନ୍ଦ କରିବାକୁ ଏବଂ ପରିବହନକୁ ସୁଗମ କରିବାକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ପଞ୍ଜାବ ସରକାର ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତାହେଲେ ସେ ଏହି ମାମଲାକୁ ଉତ୍ତର କ୍ଷେତ୍ରୀୟ ପରିଷଦ ନିକଟରେ ଉଠାଇବେ।
ହାତ ଟେକିଦେଲେ ବ୍ୟବସାୟୀ
ବ୍ୟବସାୟୀ ସ୍ପଷ୍ଟ କରିଛନ୍ତି ଯେ ସେମାନେ ବଜାରରେ ମଟନ୍ ମୂଲ୍ୟ ବୃଦ୍ଧି କରିବା ସପକ୍ଷରେ ନାହାଁନ୍ତି। ସେମାନେ କହିଛନ୍ତି ଯେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ଠାରୁ ନ୍ୟାୟ ଏବଂ ନିରାପଦ ପଥ ଦାବି କରିବା। ଯୋଗାଣ ବ୍ୟାଘାତ ଯୋଗୁଁ ସେମାନେ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ବଡଗାମ ଅଞ୍ଚଳର ଜଣେ ମଟନ୍ ବ୍ୟବସାୟୀ ଅଲତାଫ୍ ଗଣାଇ କହିଛନ୍ତି, ପଞ୍ଜାବ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ଯୋଗୁଁ, ଆମେ ଘୋର ମଟନ୍ ଅଭାବର ସାମ୍ନା କରୁଛୁ। ଯଦି ଏଭଳି ପରିସ୍ଥିତି ଜାରି ରହେ, ତାହେଲେ ଏହି ବିବାହ ଋତୁରେ ମୁଁ ମୋର ଗ୍ରାହକଙ୍କୁ ମଟନ୍ ଯୋଗାଇ ପାରିବି ନାହିଁ। ଯଦି ଆଗାମୀ ୧୫ ଦିନ ମଧ୍ୟରେ ଏହି ଅଚଳାବସ୍ଥାର ସମାଧାନ ନହୁଏ, ତାହେଲେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories