Videos
|
National

Middle East Crisis Update / ଖାଲି ବୋଟହାଉସ୍, ନିର୍ଜନ ବଜାର; ମଧ୍ୟ ପ୍ରାଚ୍ୟା ପହାରରେ ଘାଇଲା କାଶ୍ମୀର

Subhramjit Ray
Browse all articles by Subhramjit Ray
·4 months ago·2 min read
ଖାଲି ବୋଟହାଉସ୍, ନିର୍ଜନ ବଜାର; ମଧ୍ୟ ପ୍ରାଚ୍ୟା ପହାରରେ ଘାଇଲା କାଶ୍ମୀର
Middle East Crisis

Key Points

ମଧ୍ୟ ପ୍ରାଚ୍ୟ ସଂକଟର ପ୍ରଭାବ ଏବେ କାଶ୍ମୀର ଘାଟିର ପର୍ଯ୍ୟଟନ ଶିଳ୍ପ ଉପରେ ଅନୁଭୂତ ହେଲାଣି।

Middle East Crisis Impact on Kashmir Tourism: ମଧ୍ୟ ପ୍ରାଚ୍ୟ ସଂକଟର ପ୍ରଭାବ ଏବେ କାଶ୍ମୀର ଉପତ୍ୟକାରେ ଅନୁଭୂତ ହେଲାଣି। ହଜାର ହଜାର କିଲୋମିଟର ଦୂରରେ ଚାଲିଥିବା ଏହି ସଂଘର୍ଷ ଏବେ କାଶ୍ମୀର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପକୁ ଦୋହଲାଇ ଦେଇଛି। ପରିସ୍ଥିତି ଏପରି ହୋଇଛି ଯେ ରାଜଧାନୀ ଶ୍ରୀନଗର ସ୍ଥିତ ଡାଲ୍ ହ୍ରଦରେ ପ୍ରସିଦ୍ଧ ହାଉସବୋଟ୍ ଖାଲି ହୋଇଯାଇଛି। ଏନେଇ ହାଉସବୋଟ୍ ମାଲିକ କହିଛନ୍ତି ଯେ ଗତ ବର୍ଷ ଏହି ସମୟରେ, ପର୍ଯ୍ୟଟକଙ୍କ ଆଗମନ ଏତେ ତୀବ୍ର ଥିଲା ଯେ ଓଭରବୁକିଂ କରିବା ଜରୁରୀ ହୋଇ ପଡୁଥିଲା ଥିଲା। ହେଲେ ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି। ତୈଳ ମୂଲ୍ୟ ବୃଦ୍ଧି ହେବା କାରଣରୁ ବିମାନ ଟିକେଟ ମହଙ୍ଗା ହୋଇଯାଇଛି। ଯାହା ଦ୍ୱାରା କାଶ୍ମୀରକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଛି।

କେବଳ ହାଉସବୋଟ୍ ମାଲିକ ନୁହଁନ୍ତି ବରଂ ହୋଟେଲ ବ୍ୟବସାୟୀ ମଧ୍ୟ ଅସୁବିଧାର ସାମ୍ନା କରୁଛନ୍ତି। ଶ୍ରୀନଗରର ଜଣେ ହୋଟେଲ ମାଲିକ କହିଛନ୍ତି ଯେ ତାଙ୍କ ପାଖରେ ଏବେ କିଛି ମାତ୍ରାରେ ଗ୍ୟାସ୍ ଷ୍ଟକ୍ ରହିଛି। ହେଲେ ଯଦି ପର୍ଯ୍ୟଟକ ନଆସନ୍ତି, ତାହେଲେ ହୋଟେଲ ଚଳାଇବା କଷ୍ଟକର ହେବ। ଏପରିକି ହୋଟେଲ ବନ୍ଦ ମଧ୍ୟ କରିବାକୁ ପଡ଼ିପାରେ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ଆରମ୍ଭ ହେଲା କାରଭାନ୍ ପର୍ଯ୍ୟଟନ ସେବା, ବସ୍‌ରେ ମିଳିବ ହୋଟେଲର ସୁବିଧା

ପରିବହନ କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ହେବା କାରଣରୁ ଜାମୁ ଏବଂ କାଶ୍ମୀର ସରକାର ଯାତ୍ରୀ ଭଡାକୁ ୧୮ ପ୍ରତିଶତ ବୃଦ୍ଧି କରିଛନ୍ତି। ହେଲେ ଭଡ଼ା ବଢିବା ପରେୃ ଏହା କୌଣସି ଟ୍ୟାକ୍ସି ଚାଳକଙ୍କୁ ମିଳିନାହିଁ। ଜଣେ ଡ୍ରାଇଭର କହିଛନ୍ତି ଯେ ଯଦି ପର୍ଯ୍ୟଟକ ନାହାଁନ୍ତି, ତାହେଲେ ଭଡା ବୃଦ୍ଧି କରିବା ର ଅର୍ଥ କ'ଣ? ଆମେ ଯାତ୍ରୀଙ୍କ ଠାରୁ ୫୦୦ କମ୍ ଭଡ଼ା ନେବା ପାଇଁ ପ୍ରସ୍ତୁତ ଅଛୁ। ମାତ୍ର ପର୍ଯ୍ୟଟକ କାଶ୍ମୀରକୁ ଆସିବା ଦରକାର।

ଶୂନଶାନ ହୋଇପଡ଼ିଛି କାଶ୍ମୀର ଘାଟି
ସାଧାରଣତଃ ମାର୍ଚ୍ଚ ମାସରେ ବସନ୍ତ ଋତୁରେ କାଶ୍ମୀର ଘାଟିକୁ ପର୍ଯ୍ୟଟକଙ୍କ ପ୍ରବଳ ଆଗମନ ହୋଇଥାଏ। ହେଲେ ଏ ବର୍ଷ ବର୍ଷ କାଶ୍ମୀର ଘାଟି ଶୂନଶାନ ହୋଇପଡ଼ିଛି। ରୋଷେଇ ଗ୍ୟାସ୍ ଯୋଗାଣରେ ଅଭାବ ଦେଖାଯିବାରୁ ହୋଟେଲ ଏବଂ ରେସ୍ତୁରାଁ ଲାଗି ସମସ୍ୟା ବଢିଯାଇଛି। ବର୍ତ୍ତମାନ ବର୍ଦ୍ଧିତ ବିମାନ ଭଡା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। କାଶ୍ମୀର ଟୁର୍ ଏବଂ ଟ୍ରାଭେଲ୍ ଅପରେଟର୍ସ ଆସୋସିଏସନ୍ କହିବା ଅନୁଯାୟୀ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କେବଳ ୧୫% ବୁକିଂ ହୋଇଛି। ଟିକେଟ୍ ମୂଲ୍ୟ ନିରନ୍ତର ଭାବରେ ବଢିବାରେ ଲାଗିଛି। ଯଦି ଏଭଳି ପରିସ୍ଥିତି ଜାରି ରହେ, ତାହେଲେ ଯେଉଁମାନେ ପୂର୍ବରୁ ଟିକେଟ୍ ବୁକିଂ କରିଛନ୍ତି ସେମାନେ ମଧ୍ୟ ସେମାନଙ୍କ ଯାତ୍ରା ବାତିଲ କରିପାରନ୍ତି।

ପର୍ଯ୍ୟଟକ ସଂଖ୍ୟାରେ ହ୍ରାସର ସିଧାସଳଖ ପ୍ରଭାବ ନିଯୁକ୍ତି ଉପରେ ମଧ୍ୟ ପଡ଼ିପାରେ। କାଶ୍ମୀରର ପର୍ଯ୍ୟଟନ ଶିଳ୍ପରୁ ବାର୍ଷିକ ପ୍ରାୟ ୮,୦୦୦ କୋଟି ଟଙ୍କାର ଆୟ ହୋଇଥାଏ। ଏହି କ୍ଷେତ୍ର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରାୟ ୭୦,୦୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥାଏ। ଗତ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଜାମୁ କାଶ୍ମୀରକୁ ପ୍ରାୟ ୧.୮୯ କୋଟି ପର୍ଯ୍ୟଟକ ଆସିଥିଲେ। ଯାହା ବିଗତ ୭୫ ବର୍ଷ ମଧ୍ୟରେ ସର୍ବାଧିକ। ସରକାର କାଶ୍ମୀରକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ । ହେଲେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏନେଇ ଜାରି ରହିଥିବା ପ୍ରୟାସ ଧୂଳିସାତ କରିଦେଇଛି।

ଏଥିସହ ପଢ଼ନ୍ତୁ: ପର୍ଯ୍ୟଟକ ଏବେ ଆଉ ଚୋରୀର ଶିକାର ହେବେନାହିଁ,ସି ବିଚରେ ଲାଗିଲା ବ୍ୟାଗେଜ ଲକର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Middle East Crisis Impact: Kashmir Boathouses Empty, Markets Turn Silent | Argus News