|
logo
Live
Argus News App
GET APP

Argus News - ମହିଳା ଅଧିକାରୀ ଅମିତା ସିଂହ ତୋମରଙ୍କୁ 'ସୁପ୍ରିମ୍' ଝଟ୍‌କା; ଜାମିନ୍ ଆବେଦନ ଅଗ୍ରାହ୍ୟ

National

Supreme Court / ମହିଳା ଅଧିକାରୀ ଅମିତା ସିଂହ ତୋମରଙ୍କୁ 'ସୁପ୍ରିମ୍' ଝଟ୍‌କା; ଜାମିନ୍ ଆବେଦନ ଅଗ୍ରାହ୍ୟ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ମହିଳା ଅଧିକାରୀ ଅମିତା ସିଂହ ତୋମରଙ୍କୁ 'ସୁପ୍ରିମ୍' ଝଟ୍‌କା; ଜାମିନ୍ ଆବେଦନ ଅଗ୍ରାହ୍ୟ
Bail Rejected by SC

Key Points

KBCରୁ ଚର୍ଚ୍ଚାକୁ ଆସିଥିବା ଅମିତା ସିଂହ ତୋମରଙ୍କୁ ବଡ଼ ଝଟ୍‌କା ଲାଗିଛି । ଅମିତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଅମିତା ସିଂହ ତୋମର ଗିରଫ ହେବା ଆଶଙ୍କା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ: କୌନ୍ ବନେଗା କରୋଡ଼ପତିରୁ ଚର୍ଚ୍ଚାକୁ ଆସିଥିବା ଅମିତା ସିଂହ ତୋମରଙ୍କୁ ବଡ଼ ଝଟ୍‌କା ଲାଗିଛି । ଅମିତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ଅମିତା ସିଂହ ତୋମର ଗିରଫ ହେବା ଆଶଙ୍କା ବୃଦ୍ଧି ପାଇଛି ।

ବନ୍ୟା ରାଶି ହଡ଼ପ ମାମଲାରେ ସୁପ୍ରିମକୋର୍ଟ ଅମିତାଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି । ଏବେ ମଧ୍ୟପ୍ରଦେଶ ବିଜୟପୁର ତହସିଲଦାର ଅଛନ୍ତି ଅମିତା ତୋମର । ଜାମିନ ଆବେଦନ ଖାରଜ ହୋଇଥିବାରୁ ତାଙ୍କୁ ଗିରଫ କରାଯିବା ଆଶଙ୍କା ବଢ଼ିଛି । ଯାହାକୁ ନେଇ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି ।

ଏଥିସହ ପଢ଼ନ୍ତୁ: KBC ସୋ'ର ବିବାଦକୁ ନେଇ କ୍ଷମା ମାଗିଲେ ଇଶିତ୍

ମାମଲା କ'ଣ ?

୨୦୨୧ରେ ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ବନ୍ୟା ଆସିଥିଲା । ଯାହାପରେ ଉଦ୍ଧାର କାର୍ଯ୍ୟ ଓ କ୍ଷତିପୂରଣ ପାଇଁ ଅର୍ଥ ରାଶି ମିଳିଥିଲା । ଅଭିଯୋଗ ଅନୁସାରେ, ସେତେବେଳେ ବଡ଼ୌଦା ତହସିଲ୍‌ର ତହସିଲଦାର ଥିବା ଅମିତା ସିଂହ ତୋମର ପ୍ରାୟ ୨୫ଟି ପଟ୍ଟା ଓ ୧୦୦ରୁ ଅଧିକ ଲୋକଙ୍କ କାଗଜପତ୍ର ମାଧ୍ୟମରେ ୧୨୭ଟି ଆକାଉଣ୍ଟକୁ ପ୍ରାୟ ୨ କୋଟି ୫୭ ଲକ୍ଷ ଟଙ୍କା ସ୍ଥାନାନ୍ତର କରିଥିଲେ । ଆଉ ଏହି ଘୋଟାଲା ଡେପୁଟି ଉପ ଜିଲ୍ଲାପାଳଙ୍କ ଅଡିଟ୍‌ ସମୟରେ ଧରା ପଡ଼ିଥିଲା । ଯାହାକୁ ନେଇ ବଡ଼ୌଦା ଥାନାରେ ଏତଲା ହୋଇଥିଲା ।

ଅଢ଼େଇ କୋଟି ଚଳୁ

ତଦନ୍ତରେ କୁହାଯାଇଥିଲା, ଅମିତା ସିଂହ ତୋମର କ୍ଷତିପୂରଣ ରାଶି ବିତରଣ ବେଳେ ତାଙ୍କ ସମ୍ପର୍କୀୟ ଓ ଘନିଷ୍ଠଙ୍କୁ ପ୍ରଭାବିତ ଦର୍ଶାଇଥିଲେ । ଏହିଭଳି ଭାବେ କ୍ଷତିପୂରଣ ରାଶି ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏଥିରେ ତହସିଲ୍ କର୍ମଚାରୀ ସାମିଲ୍ ଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ ପୋଲିସ ୧୦୦ରୁ ଅଧିକ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ସେଥିରେ ଅମିତା ତୋମରଙ୍କ ସହ ୨୫ ଜଣ ପଟ୍ଟାଧାରୀଙ୍କ ନାଁ ରହିଛି ।

ମିଳିଲାନି ଜାମିନ, ଆଗକୁ ଗିରଫ ?

ଗିରଫଦାରୀ ଏଡ଼ାଇବା ପାଇଁ ଅମିତା ସିଂହ ତୋମର ପ୍ରଥମେ ହାଇକୋର୍ଟ (ଗ୍ଵାଲିଅର ଖଣ୍ଡପୀଠ)ରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । ଯାହାକୁ ଖାରଜ କରି ଦେଇଥିଲେ କୋର୍ଟ ।

ଏହାପରେ ଅମିତା ସୁପ୍ରିମକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୧୭ରେ ଆବେଦନକୁ ଖାରଜ କରି ଦେଇଛନ୍ତି । ଫଳରେ ଅମିତା ସିଂହ ତୋମର ନିଜେ ଆତ୍ମସମର୍ପଣ କରିବା କିମ୍ବା ପୋଲିସ ଗିରଫ କରିପାରେ ।

ଏଥିସହ ପଢ଼ନ୍ତୁ: 
KBCରେ ଆଉ ଦିଶିବେନି ଅମିତାଭ, ସଲମାନ୍ କରିପାରନ୍ତି ହୋଷ୍ଟ

KBCରୁ ନେଇ ବିବାଦୀୟ ପୋଷ୍ଟ

ସୂଚନାଯୋଗ୍ୟ, ମହିଳା ତହସିଲଦାର ଅମିତ ସିଂହ ତୋମର ୨୦୧୧ ମସିହାରେ କେବିସିର ପଞ୍ଚମ ସଂସ୍କରଣରେ ୫୦ ଲକ୍ଷ ଟଙ୍କା ଜିତି ଚର୍ଚ୍ଚାକୁ ଆସିଥିଲେ । ଗତବର୍ଷ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ ସହ କମେଣ୍ଟ ଦେଇଦେଥିଲେ ।

ଯେଉଁଥିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ଭୁଲ୍ ଓ ସମ୍ବିଧାନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିଲେ ଅମିତା ସିଂହ ତୋମର । ନିଜର ବାରମ୍ବାର ବଦଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ୨୦୨୩ରେ ତାଙ୍କୁ ତହସିଲ୍ ଦାୟିତ୍ଵ ନ ମିଳିବାରୁ ଇସ୍ତଫା ପତ୍ର ବି ଲେଖିଥିଲେ ଅମିତା ସିଂହ ତୋମର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court: ମହିଳା ଅଧିକାରୀ ଅମିତା ସିଂହ ତୋମରଙ୍କୁ 'ସୁପ୍ରିମ୍' ଝଟ୍‌କା; ଜାମିନ୍ ଆବେଦନ ଅଗ୍ରାହ୍ୟ | Argus News