Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆ ମୋଡ ନେଉଛି ଦିଲ୍ଲୀ ମଦ ଦୁର୍ନିତୀ ମାମଲା

Jitendra Dash
Browse all articles by Jitendra Dash
·2 years ago·1 min read
ନୂଆ ମୋଡ ନେଉଛି ଦିଲ୍ଲୀ ମଦ ଦୁର୍ନିତୀ ମାମଲା

ଅର୍ଗସ ବ୍ୟୁରୋ : ନୂଆ ମୋଡ ନେଉଛି ଦିଲ୍ଲୀ ମଦ ଦୁର୍ନିତୀ ମାମଲା । ଗିରଫ ହୋଇଥିବା  ବିଆରଏସର ନେତା କେ କବିତାଙ୍କର ଏବେ ଦିଲ୍ଲୀ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଯୋଡ଼ି ହୋଇଯାଇଛି । ଇଡ଼ି ଯାଞ୍ଚ ସମୟରେ ଏହି କଥା ସାମ୍ନାକୁ ଆସିଛି । ଦିଲ୍ଲୀର ଏକ ଅଦାଲତ ଗତ ଶନିବାର କେ କବିତାଙ୍କୁ ଇଡ଼ି ହେପାଜତକୁ ପଠାଇ ଦେଇଛି । 

ଇଡି କହିବା ମୁତାବକ ଯାଞ୍ଚ ସମୟରେ ନୂତନ ଏକ୍ସାଇଜ୍ ପଲିସିରୁ ଲାଭ ପାଇବା ପାଇଁ କେ କବିତା ଆମ୍ ଆଦମୀ ପାର୍ଟି  ନେତା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସହ ହାତ ମିଶାଇଥିଲେ । ମଦ ଦୁର୍ନୀତିରୁ ବ୍ୟକ୍ତିଗତ ଲାଭ ବଦଳରେ, ଆପ୍ ନେତାମାନଙ୍କୁ ସେ ୧୦୦ କୋଟି ଟଙ୍କା ଦେଇଥିବାର  ମଧ୍ୟ ସୂଚନା ମିଳିଛି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଦ ବ୍ୟବସାୟୀଙ୍କ ଲବି ସାଉଥ୍ ଗ୍ରୁପ୍ ସହିତ କବିତା ଜଡିତ ଥିବା ଇଡି ଦାବି କରିଛି । ଇଡି ଅନୁଯାୟୀ କବିତାଙ୍କ  ସାଉଥ୍ ଗ୍ରୁପ୍ ଲବି ୨୦୨୧-୨୨ ପାଇଁ ଦିଲ୍ଲୀ ଏକ୍ସାଇଜ୍ ପଲିସିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଥିଲା । ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟାରେ ହାଇଦ୍ରାବାଦର ବଞ୍ଜାରା ହିଲରେ ଥିବା ବାସଭବନରୁ କବିତାଙ୍କୁ ଗିରଫ କରି ତାଙ୍କୁ ଦିଲ୍ଲୀ ଆଣିଥିଲା ।

Sponsored
Kejriwal skips ED summons in Delhi Jal Board case | Argus News