Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିବିଧତା ମଧ୍ୟରେ ଏକତାର ସୁନ୍ଦର ବାର୍ତ୍ତା; ଇଫତାର ପୂର୍ବରୁ ଗଣେଶଙ୍କୁ ସ୍ମରଣ କଲେ ରବିନ୍

National

Ganesh Bhajan Before Iftari / ବିବିଧତା ମଧ୍ୟରେ ଏକତାର ସୁନ୍ଦର ବାର୍ତ୍ତା; ଇଫତାର ପୂର୍ବରୁ ଗଣେଶଙ୍କୁ ସ୍ମରଣ କଲେ ରବିନ୍

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ବିବିଧତା ମଧ୍ୟରେ ଏକତାର ସୁନ୍ଦର ବାର୍ତ୍ତା; ଇଫତାର ପୂର୍ବରୁ ଗଣେଶଙ୍କୁ ସ୍ମରଣ କଲେ ରବିନ୍
Muslim Boy sings Ganesh Bhajan

Key Points

ରୋଜା ଖୋଲିବା ପୂର୍ବରୁ ଗଣେଶ ବନ୍ଦନା
ଇଦରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଆଜି ସାରା ଦେଶରେ ଅତି ଉତ୍ସାହର ସହ ମୁସଲିମ ଭାଇଭଉଣୀମାନେ ଇଦ୍ ପାଳନ କରୁଛନ୍ତି । ପୁରା ମାସ ରୋଜା ରଖିବା ପରେ ଜହ୍ନ ଦେଖି ମୁସଲିମ ଧର୍ମାବଲମ୍ବୀମାନେ ଇଦ ପାଳନ କରନ୍ତି । ଏହି ପର୍ବରେ ଘର ଛାଡ଼ି ବାହାରେ ରହୁଥିବା ଲୋକେ ଘରକୁ ଫେରନ୍ତି ଓ ଏକ ଆନନ୍ଦର ମାହୋଲ ଦେଖିବାକୁ ମିଳେ ଏବଂ ଭାଇଚାରର ବାର୍ତ୍ତା ଦେଇଥାଏ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଏହି ଭିଡିଓଟି କେରଳର ୧୩ ବର୍ଷର ପୁଅ ରବିନ ଜେନଙ୍କର ।

ଭିଡିଓରେ ଦେଖିବାକୁ ମିଳିଛି ଯେ ରୋଜା (ଇଫତାର) ଖୋଲିବା ପୂର୍ବରୁ ଟେବୁଲ ଉପରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ରଖାଯାଇଛି । ଯେଉଁଥିରେ ଫଳ, ସିଙ୍ଗଡ଼ା, କିଛି ଛଣା ହୋଇଥିବା ସ୍ନାକ୍ସ ଏବଂ ମିଠା । ଏହି ଭିଡିଓର ସବୁଠୁ ଖାସ କଥା ହେଉଛି ରୋଜା ଖୋଲିବା ପୂର୍ବରୁ ରବିନ ଭଗବାନ ଗଣେଶଙ୍କ ବନ୍ଦନା ଗାଉଥିବା ଦେଖିବାକୁ ମିଳିଛି । କିଛି ଲୋକ ଏହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଥିବାବେଳେ ରବିନଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି ।

  • ଅନଲାଇନରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା
ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । କିଛି ଲୋକ ଏହାକୁ ଭାଇଚାରା ଓ ସାମ୍ପ୍ରଦାୟିକ ସଦଭାବନାର ଏକ ସୁନ୍ଦର ଉଦାହରଣ ବୋଲି କହୁଛନ୍ତି । ଅନ୍ୟପଟେ କିଛି ଲୋକ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ, ଏହି ଭିଡିଓଟି ସମାଜକୁ ଏକତା ଓ ସମ୍ମାନର ବାର୍ତ୍ତା ପ୍ରଦାନ କରିଛି । ଧର୍ମକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଥିବାବେଳେ ଏହି ଛୋଟ ପିଲାଟିର ଏହି ଭିଡିଓ ସମାଜକୁ ଏକ ବଳିଷ୍ଠ ବାର୍ତ୍ତା ଦେଇଛି ।



ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସ ପିଲାଟି ସହିତ ତାର ପରିବାରକୁ ମଧ୍ୟ ପ୍ରଶଂସା କରିଛନ୍ତି । କିଛି ୟୁଜର୍ସ ଏହାକୁ 'ସତ ସିକ୍ୟୁଲାରିଜମ' ବୋଲି କହିଛନ୍ତି । ଛୋଟ ବୟସରେ ପିଲାଟି ସମାଜକୁ ଏକ ଦୃଢ ବାର୍ତ୍ତା ଦେଇଛି ବୋଲି ଆଉ କିଛି ୟୁଜର କମେଣ୍ଟ କରିଛନ୍ତି । ଅନ୍ୟପଟେ ଆଉ କିଛି ୟୁଜର ଏହାକୁ 'ରିଅଲ କେରଲ ଷ୍ଟୋରୀ' ବୋଲି ମଧ୍ୟ କହୁଛନ୍ତି ।

ଏହି ଭିଡିଓରେ ଅନେକ ମାଲାୟାଲାମ ଫିଲ୍ମ ଓ ଟିଭି ତାରକା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପିଲାଟିର ପ୍ରତିଭା ଓ ସୁନ୍ଦର ବାର୍ତ୍ତାକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି । ଭାରତର ଅସଲ ଶକ୍ତି ତାର 'ବିବିଧତାରେ ଏକତା' ମଧ୍ୟରେ ଅଛି ବୋଲି ସେମାନେ କହିଛନ୍ତି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kerala Boy sings Ganesh Bhajan before Iftari video went viral | Argus News