Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମୟ ବଦଳିଛି, ଘରକାମରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

National

Supreme Court / ସମୟ ବଦଳିଛି, ଘରକାମରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ସମୟ ବଦଳିଛି, ଘରକାମରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ
Divorce Case

Key Points

ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ
କହିଲେ ଏବେ ସମୟ ବଦଳିଛି
ଘରକାମରେ ପୁରୁଷ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ
ଜଣେ ମହିଳା ରୋଷେଇ ଭଳି ଘରର କାମ ନ କରିବା ନିଷ୍ଠୁରତା ନୁହେଁ । ଆପଣ କେଉଁ ଚାକରାଣୀକୁ ବିବାହ କରୁନାହାନ୍ତି । ଏବେ ସମୟ ବଦଳିଛି । ସ୍ଵାମୀଙ୍କୁ ଘରକାମରେ ନିଜର ପତ୍ନୀ ସହିତ ଯୋଗଦାନ କରିବାକୁ ପଡ଼ିବ । ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ । ଶୁକ୍ରବାର ଏକ ଛାଡପତ୍ର ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ଏଭଳି ମତ ଦେଇଛନ୍ତି ।

ଛାଡ଼ପତ୍ର ମାମଲାରେ ଶୁଣାଣି କରି ଜଷ୍ଟିସ ସନ୍ଦୀପ ମେହେଟ୍ଟା କହିଛନ୍ତି, "ତୁମେ ଜଣେ ଚାକରାଣୀକୁ ବିବାହ କରୁନାହଁ, ତୁମେ ଜଣେ ଜୀବନସାଥୀଙ୍କୁ ବିବାହ କରୁଛ ।" ଶୀର୍ଷ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି ଯେ ସମୟ ବଦଳି ଯାଇଛି ଏବଂ ସ୍ୱାମୀଙ୍କୁ ମଧ୍ୟ ଏପରି ମାମଲାରେ ଯୋଗଦାନ ଦେବାକୁ ପଡ଼ିବ । ସେହିପରି ଜଷ୍ଟିସ ବିକ୍ରମ ନାଥ କହିଥିଲେ, "ତୁମକୁ ରୋଷେଇ କାମ, ବାସନ ଧୋଇବା ଆଦିରେ ଯୋଗଦାନ ଦେବାକୁ ପଡିବ । ଆଜିର ସମୟ ଭିନ୍ନ ।"

  • କଣ ଅଭିଯୋଗ ଆଣିଥିଲେ ସ୍ଵାମୀ ?
ମାମଲାର ଆବେଦନକାରୀ ଛାଡପତ୍ର ମାମଲା ଦାଏର କରି ଅଭିଯୋଗ କରିଥିଲେ ଯେ ବିବାହର ମାତ୍ର ଗୋଟିଏ ସପ୍ତାହ ପରେ ମହିଳାଙ୍କ ମନୋଭାବ ବଦଳି ଯାଇଥିଲା ଏବଂ ସେ ତାଙ୍କ ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ । ଏପରିକି ଶାଶୁଶ୍ଵଶୁରଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ, ସେମାନଙ୍କ ପାଇଁ ଖାଦ୍ୟ ରାନ୍ଧିବାକୁ ମନା କରିଥିଲେ ଏବଂ ସେମାନଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ କିନ୍ତୁ ଏକ ଉତ୍ସବରେ ତାଙ୍କୁ ନିମନ୍ତ୍ରଣ ମଧ୍ୟ କରିନଥିଲେ ।

ପଢନ୍ତୁ ଏହି ଖବର: ଦିନରେ ଖୁଆନ୍ତି ଖାଦ୍ୟ, ରାତିରେ କରନ୍ତି ଚୋରି; କେମିତି ଚୋରକୁ ଧରିଲା ପୋଲିସ ?

ଅନ୍ୟପକ୍ଷରେ ପତ୍ନୀ ଦାବି କରିଛନ୍ତି ଯେ ସେ ଆବେଦନକାରୀ ଏବଂ ତାଙ୍କ ପରିବାରର ସମ୍ମତିରେ ସନ୍ତାନ ଜନ୍ମ ପାଇଁ ତାଙ୍କ ବାପାମାଆଙ୍କ ଘରକୁ ଯାଇଥିଲେ, କିନ୍ତୁ ସେମାନେ ଉତ୍ସବରେ ଯୋଗ ଦେଇ ନଥିଲେ ଏବଂ ତାଙ୍କ ବାପାମାଆଙ୍କଠାରୁ ଟଙ୍କା ଏବଂ ସୁନା ଦାବି କରିଥିଲେ । ପରିବାର କୋର୍ଟ ସ୍ୱାମୀଙ୍କ ଆବେଦନକୁ ଗ୍ରହଣ କରିଥିଲେ ଏବଂ ନିଷ୍ଠୁରତା ଆଧାରରେ ଛାଡପତ୍ରର ମଞ୍ଜୁର କରିଥିଲେ । ଏହାପରେ ପତ୍ନୀ ହାଇକୋର୍ଟରେ ଆବେଦନ କରିଥିଲେ, ଯାହା ଛାଡପତ୍ରକୁ ଖାରଜ କରିଦେଇଥିଲା ।

ଏହି ନିଷ୍ପତ୍ତିରେ ବିରକ୍ତ ହୋଇ ସ୍ୱାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ଶୁଣାଣି ସମୟରେ ଏପରି କହିଛନ୍ତି । ପୂର୍ବରୁ, ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟସ୍ଥତା ପାଇଁ ପକ୍ଷଗୁଡ଼ିକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାହା ବିଫଳ ହୋଇଥିଲା । ଉଭୟ ପକ୍ଷ ୨୦୧୭ ମସିହାରେ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ୮ ବର୍ଷର ପୁଅ ଅଛି । ପରବର୍ତ୍ତୀ ତାରିଖରେ, ଉଭୟ ପକ୍ଷକୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ କୁହାଯାଇଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
You are Not Marrying Maid Supreme Court on Divorce case | Argus News